ଭିକି କୌଶଲଙ୍କ କ୍ୟାରିୟରର ହିଟ୍ ସିନେମା Bad Newz

Bad Newz Box Office Collection Day 4: ଭିକି କୌଶଲଙ୍କ ଫିଲ୍ମ ' Bad Newz' ପ୍ରେକ୍ଷାଳୟରେ ଚହଳ ସୃଷ୍ଟି କରିଛି । ଏହି ଚଳଚ୍ଚିତ୍ରଟି ଜୁଲାଇ 19 ରେ ସିନେମା ହଲରେ ମୁକ୍ତିଲାଭ କରିଥିଲା ​​ଏବଂ ସିନେମାଟି ପ୍ରଥମ ଦିନରୁ ହିଁ ବକ୍ସ ଅଫିସରେ ଭଲ ରୋଜଗାର କରିଥିଲା ​ । ତେବେ ଏହା ଅଭିନେତା ଭିକି କୌଶଲ କ୍ୟାରିୟରେ ଭଲ ପ୍ରଭାବ ପକାଇବା ବୋଲି ଆଶା କରାଯାଉଛି । ଏହି ଚଳଚ୍ଚିତ୍ରରେ ଭିକ୍କିଙ୍କ ରୋମାନ୍ସକୁ ନେଇ ସବୁଠି ଚର୍ଚ୍ଚା ।

Bad Newz

ପ୍ରଥମ ଦିନରେ ଶ୍ରେଷ୍ଠ ଓପନର୍ ଟାଇଟଲ୍ ଜିତିବା ସହିତ 'Bad Newz' ଅନେକ ରେକର୍ଡ ସୃଷ୍ଟି କରୁଛି । ଯଦି ଆମେ SACNILC ର ରିପୋର୍ଟକୁ ଦେଖିବା, 'Bad Newz' ପ୍ରଥମ ଦିନରେ 8.3 କୋଟିର ବ୍ୟବସାୟ କରିଛି । ଏହାପୂର୍ବରୁ ଭିକିଙ୍କର କୌଣସି ଫିଲ୍ମ ଏତେ ଭଲ ଓପନିଂ କରି ନଥିଲା । ଦ୍ୱିତୀୟ ଦିନରେ ଏହି ଫିଲ୍ମ 10.25 କୋଟି ଟଙ୍କା ବ୍ୟବସାୟ କରିଥିଲା ​​ଏବଂ ତୃତୀୟ ଦିନରେ ଏହା 11.15 କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛି । ବର୍ତ୍ତମାନ 'Bad Newz'ର ଚତୁର୍ଥ ଦିନର ପ୍ରାରମ୍ଭିକ ଆକଳନ ମଧ୍ୟ ବାହାରିଛି, ଯାହା ଅନୁଯାୟୀ ଫିଲ୍ମ ଏପର୍ଯ୍ୟନ୍ତ 1.17 କୋଟି ଟଙ୍କା ଆୟ କରିସାରିଛି ।

ଭିକି କୌଶଲଙ୍କ ଫିଲ୍ମ 'Bad Newz' ପ୍ରେକ୍ଷାଳୟରେ ଡ୍ରେଣ୍ତରେ ରହିଛି । ଏହି ଚଳଚ୍ଚିତ୍ରଟି ଜୁଲାଇ 19 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​ଏବଂ ପ୍ରଥମ ଦିନରୁ ବକ୍ସ ଅଫିସରେ ଭଲ ରୋଜଗାର କରିଥିଲା ​​। ଅନେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, 'Bad Newz'ର ବଜେଟ୍ 75-80 କୋଟି ଟଙ୍କା ବୋଲି କୁହାଯାଉଛି। ଚାରି ଦିନ ମଧ୍ୟରେ ''Bad Newz' କେବଳ ଘରୋଇ ବକ୍ସ ଅଫିସରେ ମୋଟ 30.87 କୋଟି ଟଙ୍କା ଆୟ କରିଛି। ଏହା ସହ ବିକି କୌଶଲ ତାଙ୍କର ଶେଷ ହିଟ୍ ଫିଲ୍ମ ସାମ ବାହାଦୂରର ରେକର୍ଡ ଭାଙ୍ଗିଛନ୍ତି। 1 ଡିସେମ୍ବର 2023 ରେ ମୁକ୍ତିଲାଭ କରିଥିବା ଫିଲ୍ମ ସାମ ବାହାଦୂର ଚାରି ଦିନ ମଧ୍ୟରେ ବକ୍ସ ଅଫିସରେ 29.05 କୋଟି ଟଙ୍କା ବ୍ୟବସାୟ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+