Get Updates
Get notified of breaking news, exclusive insights, and must-see stories!

ଭିକ୍କି କୌଶଲଙ୍କ 'Bad Newz' କରୁଛି ଗୁଡ୍ କଲେକ୍ସନ

'Bad Newz' Box Office Collection Day 1: ଜୁଲାଇ 19 ତାରିଖରେ ଭିକ୍କି କୌଶଲଙ୍କ ଫିଲ୍ମ 'Bad Newz' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଆନନ୍ଦ ତିୱାରୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରର ଟ୍ରେଲର ପରଠାରୁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଲାଗି ରହିଥିଲା । ଫିଲ୍ମର ଗୀତ ବେଳ ଲୋକପ୍ରିୟତା ହାସଲ କରିଥିଲା । ଏପରିକି ସିନେମାର ଆଗୁଆ ବୁକିଂ ମଧ୍ୟ ବେଶ୍ ଅଧିକ ରହିଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପରେ ଏହି ଫିଲ୍ମ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ସାଉଁଟୁଛି । ଚାଲନ୍ତୁ ଜାଣିବା ପ୍ରଥମ ଦିନରେ ଫିଲ୍ମରେ ଆୟ କେତେ ରହିଛି ।

'Bad Newz' କାହାଣୀ, ଗୀତ ସବୁ କିଛି ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଚଳଚ୍ଚିତ୍ରଟି ରିଲିଜ ହେବାର ପ୍ରଥମ ଦିନରେ 93,924 ଟିକେଟ୍ ବିକ୍ରି ହୋଇଛି 3.71 କୋଟି ଟଙ୍କାର ବ୍ୟବସାୟ କରିଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବେଳେ ପ୍ରଥମ ଦିନରେ ଦର୍ଶକଙ୍କ ଠାରୁ ଅନେକ ସକାରାତ୍ମକ ପ୍ରତିକ୍ରିୟା ଗ୍ରହଣ କରୁଛି । ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, 'Bad Newz'' ରିଲିଜ୍ ହେବାର ପ୍ରଥମ ଦିନରେ 8.50 କୋଟି ଟଙ୍କା ଆୟ କରିଛି। ହେଲେ ଏନେଇ ବର୍ତ୍ତମାନ କୌଣସି ଅଫିସିଲି ସୂଚନା ଜାରି କରାଯାଇ ନାହିଁ ।

Bad Newz


'Bad Newz' ଭିକ୍କି କୌଶଲଙ୍କ କ୍ୟାରିୟରର 8.50 କୋଟି ଟଙ୍କା ରୋଜଗାରର ସବୁଠାରୁ ବଡ ଓପନିଂ କରିଥିବା ସିନେମା । ଏହାପୂର୍ବରୁ ବିକିଙ୍କ 'ଉରି: ସର୍ଜିକାଲ ଷ୍ଟ୍ରାଇକ' 8.20 କୋଟି ଟଙ୍କା ସଂଗ୍ରହ କରିଥିଲା । ତେବେ ବିକିଙ୍କ ଏହି ଫିଲ୍ମଟି ହିଟ୍ ହେବାର ସମ୍ଭାବନା ରହିଛି। ଫଲ୍ମ ସମସ୍ତ ଗୀତ ସୋସିଆଲ ମିଡିଆରେ ଟ୍ରେଣ୍ତରେ ରହିଥିଲା । ଯାହା ଆଜି ବି ବେଶ୍ ଚର୍ଚ୍ଚାରେ ରହିଛି ।

ସୂଚନାଥାଉ ଯେ, ଫିଲ୍ମ ରିଲିଜ୍ ହେବା ପୂର୍ବରୁ ସିବିଏଫ୍‌ସି ନିର୍ମାତାଙ୍କୁ ଫିଲ୍ମର ଅନ୍ତରଙ୍ଗ ଦୃଶ୍ୟ ଏଡିଟ୍ କରିବାକୁ ଅନୁରୋଧ କରିଥିଲା । ନିର୍ମାତାଙ୍କୁ ସିନେମାର ତିନୋଟି ଭିନ୍ନ ଅଂଶରୁ ଅନ୍ତରଙ୍ଗ ଦୃଶ୍ୟ ହଟାଇବାକୁ କହିଥିଲେ । ଏହି ସମସ୍ତ ଦୃଶ୍ୟର ସମୁଦାୟ ସମୟ ୨୭ ସେକେଣ୍ଡର ଥିବା ନେଇ ସୂଚନା ରହିଥିଲା । ଫିଲ୍ମରେ ଭିକି କୌଶଲ ଏବଂ ତୃପ୍ତି ଡିମ୍‌ରୀଙ୍କ ରୋମାନ୍ସ ବେଶ୍ ଚର୍ଚ୍ଚାରେ ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+