Get Updates
Get notified of breaking news, exclusive insights, and must-see stories!

ଜାପାନରେ ଭୟଙ୍କର ଭୂକମ୍ପ: ଅଳ୍ପକେ ବର୍ତ୍ତିଲେ Jr NTR, କହିଲେ ଏପରି କଥା

Japan Earthquake: ଜାନୁଆରୀ ୨ରେ, ସମଗ୍ର ବିଶ୍ୱ ନୂଆ ବର୍ଷର ସେଲିବ୍ରେସନରେ ବ୍ୟସ୍ତ ଥିବା ବେଳେ ୯୦ରେ ୨୧ ଥର ଥରିଲା ଜାପାନ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୬ ରେକର୍ଡ କରାଯାଇଥିଲା । କ୍ଷଣିକ ମଧ୍ୟରେ ଜାପାନରେ ବିନାଶ ଘଟିଥିଲା । ସେହିପରି ଭୂମିକମ୍ପ ପରେ ସମୁଦ୍ରରେ ଉଠିଥିଲା ଉଚ୍ଚ ଜୁଆର । ବର୍ତ୍ତମାନ ଜାପାନ ହାଇ ଆଲର୍ଟରେ ରହିଛି । ଜାପାନ ସରକାର ୫ ଥର ସୁନାମି ଆଲର୍ଟ ଜାରି କରିଛନ୍ତି । ଇଶିକାୱା, ନିଗାତା, ଟୋୟାମା, ୟାମାଗାଟା, ଫୁକୁଇ, ହ୍ୟୋଗୋରେ ଜାରି ହୋଇଥିଲା ସୁନାମି ଆଲର୍ଟ।

 Jr NTR

ତେବେ ଏହି ଭୟଙ୍କର ଭୂକମ୍ପରୁ ଅଳ୍ପକେ ବର୍ତ୍ତିଲେ ସାଉଥ୍ ଅଭିନେତା Jr NTR । ଆଜ୍ଞା ହଁ ନିଜ ପରିବାର ସହ ଛୁଟି କାଟିବା ପାଇଁ ଜାପାନ ଯାଇଥିବା ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ସୁରକ୍ଷିତ ଭାରତ ଫେରିଛନ୍ତି । ଯାହା ପରେ ସେ ନିଜ ଅନୁଭୂତି ଫ୍ୟାନ୍ସଙ୍କ ସହ ବାଣ୍ଟିଛନ୍ତି ।

ସୋସିଆଲ ମିଡିଆରେ NTR ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ଆକ୍ଟସ୍ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଟ୍ୱିଟ୍ ସେୟାର କରି ଲେଖିଛନ୍ତି ଯେ, ସେ ନିଜ ପରିବାର ସହ ଛୁଟି କାଟିବା ପାଇଁ ଜାପାନ ଜାଇଥିଲେ । ଗତ କିଛି ଦିନ ହେବ ସେ ସେଠାରେ ହିଁ ଥିଲେ । ହେଲେ ସେ ଭାରକ ଫେରିବାର କିଛି ଘଣ୍ଟା ମଧ୍ୟରେ ସେଠାରେ ଭୟଙ୍କର ଭୂକମ୍ପ ହୋଇଥିଲା । ଯାହା ସତରେ ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ସେହିପରି ଜାପାନରେ ହୋଇଥିବା ବିନାଶକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଅଭିନେତା । ତେବେ ଶୀଘ୍ର ସ୍ଥିତି ନିୟନ୍ତ୍ରଣକୁ ଆସୁ ଏବଂ ସମସ୍ତ ଆହତ ସୁସ୍ଥ ହୋଇଯାଆନ୍ତୁ ବୋଲି ସେ କାମନା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+