ଐଶ୍ୱର୍ଯ୍ୟା ରାୟଙ୍କୁ ଅଣଦେଖା କରୁଛି କି ବଚ୍ଚନ ପରିବାର !

Aishwarya Rai Bachchan: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ମତଭେଦ ଖବର ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି । କୁହାଯାଉଛି ଯେ ଉଭୟ ଅଲଗା ହେବାକୁ ଯାଉଛନ୍ତି। ଏପରିକି ଅନନ୍ତ ଅମ୍ବାନୀଙ୍କ ବିବାହରେ ଉଭୟ ବଚ୍ଚନ ପରିବାର ଏବଂ ଐଶ୍ୱର୍ଯ୍ୟା ରାୟ ଅଲଗା ଅଲଗା ପହଞ୍ଚିଥିଲେ ଅଭିନେତ୍ରୀ ନିଜ ଝିଅଙ୍କ ବିବାହରେ ଆସିଥିବା ବେଳେ ପୁରା ବଚ୍ଚନ ପରିବାର ଏକାଠି ଆସିଥିଲା । ଯାହା ପରେ ଅଭିଷେକ ଏବଂ ଐଶ୍ୱର୍ଯ୍ୟା ଡିଭୋର୍ସ ଚର୍ଚ୍ଚା ଆହୁରି ଜୋର ଧରିଥିଲା ।

ନିକଟରେ ଐଶ୍ୱର୍ଯ୍ୟା ରାୟ SIIMA 2024 ରେ ଏକ ପୁରସ୍କାର ଗ୍ରହଣ କରିଥିଲେ । ଏହି ସମୟ ମଧ୍ୟରେ ବଚ୍ଚନ ପରିବାରର କୌଣସି ସଦସ୍ୟ ତାଙ୍କ ସହ ନଜର ଆସିନ ଥିଲେ କେବଳ ଝିଅ ଆରାଧ୍ୟା ମା' ଐଶ୍ୱର୍ଯ୍ୟା ସହ ନଜର ଆସିଥିଲେ । ଏପରିକି ପରିବାରର କୌଣସି ସଦସ୍ୟ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇ ନଥିଲେ । ନିକଟରେ ଏକ ଇନଷ୍ଟାଗ୍ରାମ ପେଜରେ ଏକ ଭିଡିଓ ପୋଷ୍ଟ କରାଯାଇଥିଲା ଏଥିରେ ଦର୍ଶାଯାଇଥିଲା ଯେ ବଚ୍ଚନ ପରିବାର ଐଶ୍ୱର୍ଯ୍ୟାଙ୍କୁ ଅବହେଳା କରୁଛନ୍ତି।

Aishwarya Rai

ତେବେ ଏହି ଭିଡିଓରେ ଅଭିନେତ୍ରୀ ସିମି ଗ୍ରୁୱଲ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଭିଡିଓର କ୍ୟାପସନରେ ଲେଖିଛନ୍ତି - ଆପଣମାନେ କିଛି ଜାଣନ୍ତି ନାହିଁ । ଏ ସବୁ ବନ୍ଦ କର । ରେଡ୍ଡିଟ୍ ଏହାର ସ୍କ୍ରିନସଟ୍ ସେୟାର କରିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଏହା ବ୍ୟତୀତ ଐଶ୍ୱର୍ଯ୍ୟା ନିକଟରେ ପ୍ୟାରିସ୍ ଫ୍ୟାଶନ ସପ୍ତାହରେ ପହଞ୍ଚିଥିଲେ। ଫ୍ୟାଶନ ସପ୍ତାହରୁ ଅଭିନେତ୍ରୀଙ୍କ ଫଟୋ ଏବଂ ଭିଡିଓଗୁଡ଼ିକ ବହୁତ ଭାଇରାଲ ହୋଇଥିଲା । ଐଶ୍ୱର୍ଯ୍ୟାଙ୍କ ସହ ଆଲିଆ ଭଟ୍ଟ ମଧ୍ୟ ଏହି ଇଭେଣ୍ଟରେ ଯୋଗ ଦେଇଥିଲେ । ଅନ୍ୟ ପଟେ ଶ୍ୱେତା ବଚ୍ଚନଙ୍କ ଝିଅ ନଭ୍ୟା ନଭେଲି ନନ୍ଦା ଆଲିଆ ଭଟ୍ଟଙ୍କ ଫଟୋ ଉପରେ ପ୍ରତିକ୍ରିୟା ଦେଇଥିବା ବେଳେ । ସେ ଐଶ୍ୱର୍ଯ୍ୟାଙ୍କ ଫଟୋ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଯେଉଁଥି ପାଇଁ ନଭ୍ୟାଙ୍କୁ ଟ୍ରୋଲ କରାଯାଉଛି ।

କିଛିଦିନ ପୂର୍ବରୁ ଯେତେବେଳେ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଛାଡପତ୍ର ହେବାର ଖବର ବେଶ୍ ଚର୍ଚ୍ଚାରେ ରହିଥିଲା ସେତେବେଳେ ଅଭିଷେକ ବଚ୍ଚନ ଏହା ଉପରେ ପ୍ରତିକ୍ରିୟା ଦେଇ କହିଥିଲେ ସେ ଏବେ ବି ବିବାହିତ ଅଛନ୍ତି । ହେଲେ ଐଶ୍ୱର୍ଯ୍ୟା ରାୟ ଏହି ଗୁଜବ ଉପରେ କିଛି ପ୍ରତିକ୍ରିୟା ଦେଇ ନାହାଁନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+