କ'ଣ ଷ୍ଟାର କଳିର ହେବ ଆପୋଷ ସମାଧାନ !
Babushan- Trupti Controversy:କ'ଣ ଷ୍ଟାର କଳିର ହେବ ଆପୋଷ ସମାଧାନ !
ଭୁବନେଶ୍ୱର: ଓଲିଉଡ ଅଭିନେତା ବାବୁଶାନଙ୍କ ପତ୍ନୀ ପ୍ରକୃତିଙ୍କୁ ମାଡ଼ ମାରୁଥିବା ଘଟଣା ଗତ ୬ଦିନ ହେଲା ଚର୍ଚ୍ଚାରେ ରହିଆସିଛି । ଶେଷରେ ହୋଇପାରେ ଷ୍ଟାର କଳିର ଆପୋଷ ସମାଧାନ । ଆରମ୍ଭ ହୋଇଯାଇଛି ବାବୁସାନ ଏବଂ ତୃପ୍ତିଙ୍କ ମଧ୍ୟରେ ଆପୋଷ ବୁଝାମଣା ପାଇଁ ଚେଷ୍ଟା। ସମାଧାନ ପାଇଁ ତୃପ୍ତିଙ୍କୁ ସତ୍ୟନଗର ଘରେ ପହଞ୍ଚିଛନ୍ତି ବାବୁସାନଙ୍କ ସମ୍ପର୍କୀୟ ମାମୁଁ ଅଭିନେତା ରବି ମିଶ୍ର । ପ୍ରାୟ ୧ ଘଣ୍ଟା ଧରି ତୃପ୍ତିଙ୍କ ସହ ଆଲୋଚନା କରି ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ଏହା ସହ ତାଙ୍କର ଏବଂ ପୁଅର ସ୍ୱାସ୍ଥ୍ୟବସ୍ଥା ବିଷୟରେ ମଧ୍ୟ ପଚାରିଥିଲେ ଏହାଛଡା ବାବୁସାନଙ୍କ ପରିବାର ପକ୍ଷରୁ ତୃପ୍ତିଙ୍କୁ କ୍ଷମା ମଧ୍ୟ ମାଗିଥିଲେ ଅଭିନେତା ରବି ମିଶ୍ର । ହେଲେ ତୃପ୍ତି କେବଳ ଏତିକି କହିଥିଲେ ଯେ ଆଇ ୱିଲ୍ ୱେଟ୍ ଆଣ୍ଡ ୱାଚ୍ ଯାହା ସୂଚନା ଦେଇଛନ୍ତି ତାଙ୍କ ମାଉସୀ ।

ସେପଟେ ଏଯାଏଁ ବାବୁଙ୍କୁ ପୋଲିସ ଜେରା କରି ନାହିଁ । କେତେବେଳେ ବି ତାଙ୍କୁ ଜେରା ହୋଇପାରେ । ଗତକାଲି ବାବୁସାନ୍ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ କହିଛନ୍ତି ପୁଲିସର ପଚରାଉଚରା ପରେ ହିଁ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବେ । ଅନ୍ୟପଟେ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ପ୍ରକୃତି କହିଛନ୍ତି ସବୁ କଥା ସହ ଆସିଲେ ଜଣା ପଡିବ ।












Click it and Unblock the Notifications