ପ୍ରକୃତିଙ୍କ ସପକ୍ଷରେ ବାହାରିଲେ ବାବୁସାନ୍
Babushan Reaction On Prakruti Mishra :ମାଆ ଅପରାଜିତାଙ୍କ କଥାକୁ ଖଣ୍ଡନ କଲେ ବାବୁସାନ୍ । ପ୍ରକୃତିଙ୍କ ସପକ୍ଷରେ ବାହାରିଲେ ବାବୁସାନ୍
ଭୁବନେଶ୍ୱର: ରବିବାର ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇଥିଲେ ଅପରାଜିତା ମହାନ୍ତି । ଗଣମାଧ୍ୟମ ଆଗରେ କାନ୍ଦୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଉଭୟ ପକ୍ଷ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣୁଛି । ଅପରାଜିତା ନିଜେ କହିଥିଲେ ଯେ ଦେଢବର୍ଷ ଭିତରେ ବାବୁସାନ୍ ଖୁବ୍ ବଦଳି ଯିବା ସହ । ଭୁଲ ସଙ୍ଗତରେ ଆସି ବାବୁସାନ୍ର ସର୍ବନାଶ ହୋଇଛି । କେଉଁଟା ଖରାପ, କେଉଁଟା ଭଲ ବି ବୁଝିପାରିଲାନି । ଏପରିକି ଅଭିନେତ୍ରୀ ତାଙ୍କ ପୁଅକୁ ବ୍ଲାକମେଲ କରୁଛନ୍ତି ବୋଲି ମଧ୍ୟ କହିଥିଲେ ଅପରାଜିତା । ହେଲେ ଗତାକାଲି ରାତିରେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ବାବୁସାନ୍ ମା' ଅପରାଜିତା ଆଣିଥିବା ସମସ୍ତ ଅଭିଯୋଗକୁ ମିଥ୍ୟା କହିବା ସହ ପ୍ରକୃତିଙ୍କୁ ସପୋର୍ଟ କରିଥିଲେ । ଭିଡିଓରେ ସେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ସ୍ପଷ୍ଟୀକରଣ ରଖିଥିଲେ ।

ବାବୁସାନ୍ କହିଛନ୍ତି ମୋତେ ପ୍ରକୃତି କେବେ ବି ବ୍ଲାକମେଲ କରିନାହାଁନ୍ତି । ପ୍ରକୃତି ମୋର ଜଣେ ଭଲ ସାଙ୍ଗ । ପ୍ରକୃତି ମୋଠାରୁ କେବେ ବି ପଇସା ନେଇନାହାନ୍ତି । ସେ ମୋତେ ସବୁବେଳେ ସପୋର୍ଟ କରିଛନ୍ତି । ମୋତେ କେବେ ବି ପ୍ରକୃତି ହଇରାଣ କରିନାହାନ୍ତି ବୋଲି କହିଛନ୍ତି ବାବୁସାନ । ଏହା ବ୍ୟତୀତ ଅପରାଜିତା ମଧ୍ୟ ଗଣମାଧ୍ୟମ ଜରିଆରେ ପୁଅକୁ ଫେରିବା ପାଇଁ ନିବେଦନ କରିଥିଲେ । ବାବୁସାନଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଯେଉଁଥିରେ ଲୋକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବା ପାଇଁ ମିଳିଥିଲା ।












Click it and Unblock the Notifications