ମାମଲା ପ୍ରତ୍ୟାହର କରିବେ ତୃପ୍ତି
BABUSHAN MOHANTY -TRUPTI CONTROVERSY : ମାମଲା ପ୍ରତ୍ୟାହର କରିବେ ତୃପ୍ତି
ଭୁବନେଶ୍ୱର: ବାବୁସାନ୍-ତୃପ୍ତି ବିବାଦ । ସାତ ଦିନ ପରେ ବାହାରିଲା ସମାଧାନର ବାଟ । ଖୁବ ଶିଘ୍ର ପତ୍ନୀ ତୃପ୍ତି ବାବୁସାନଙ୍କ ନାଁରୁ ଥାନରୁ ମାମଲା ପ୍ରତ୍ୟାହାର କରିବେ । ମାମଲା ପ୍ରତ୍ୟାହାର କରିବା ନେଇ ସୂଚନା ଦେଇଛନ୍ତି ଅଭିନେତା ରବି ମିଶ୍ର । ବାବୁସାନଙ୍କ ପାରିବାରିକ ବନ୍ଧୁ ହେଉଛନ୍ତି ରବି ମିଶ୍ର । ଅନ୍ୟପଟେ ଏହା ମଧ୍ୟ ସୂଚନା ରହିଛି ଯେ ଫୋନ୍ ରେ ବାବୁସାନଙ୍କ ସହ କଥା ହେଲେ ତୃପ୍ତି ଏହା ସହ ସେ ବାବୁସାନଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ତେବେ ଜଣାଇବା ପାଇଁ ଚାହିଁବୁ ଯେ ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନଙ୍କ ବିରୋଧରେ ଆଇପିସି ଦଫା ୪୯୮-ଏ ଓ ୫୦୬ରେ ମାମଲା ରୁଜୁ ହୋଇଥିଲା ।

ଅନ୍ୟପଟେ ଆଜି ଖାରବେଳ ନଗର ଥାନାରେ ପହଞ୍ଚିଥିଲେ ବାବୁସାନ୍ । ଯେଉଁ ପାଖାପାଖି ୪୫ମିନିଟ୍ ପର୍ଯ୍ୟନ୍ତ ତାଙ୍କୁ ଜେରା କରାଯାଇଥିଲା । ସାଥିରେ ମା ଅପରାଜିତା ଓ ଅଭିନେତା ରବି ମିଶ୍ରଙ୍କ ମଧ୍ୟ ନଜର ଆସିଥିଲେ । ହେଲେ ସେ ଏ ବାବଦରେ ଗଣମାଧ୍ୟକୁ କୌଣସି ପ୍ରତିକ୍ରିୟା ଦେଇ ନାହଁନ୍ତି । ବାବୁସାନ୍ଙ୍କ ବୟାନ ରେକର୍ଡ କରିଛି ଖାରବେଳ ନଗର ଥାନା ପୋଲିସ ।












Click it and Unblock the Notifications