ଥାନାରେ ପହଞ୍ଚିଲେ ଅଭିନେତା ବାବୁସାନ୍
Babushaan Mohanty ,Babushaan Mohanty controversy ,Odia News ,Prakruti Mishra , Trupti Satpathy , Aparajita Mohanty ,ଥାନାରେ ପହଞ୍ଚିଲେ ଅଭିନେତା ବାବୁସାନ୍ ,ବାବୁସାନ୍-ତୃପ୍ତି -ପ୍ରକୃତି ବିବାଦ
ଭୁବନେଶ୍ୱର: ବାବୁସାନ୍-ତୃପ୍ତି -ପ୍ରକୃତି ବିବାଦ । ସାତ ଦିନ ଧରି ଲାଗି ରହିଥିବା ଏହି ଘଟଣାରେ ଆଜି ଥାନାରେ ପହଞ୍ଚିଛନ୍ତି ଓଲିଉଡ ଅଭିନେତା ବାବୁସାନ । ନିଜ ୩୩ତମ ଜନ୍ମଦିନରେ ସେ ଥାନାରେ ହାଜର ହୋଇଥିଲେ ବାବୁସାନ୍ । ମା ଅପରାଜିତା ଓ ଅଭିନେତା ରବି ମିଶ୍ରଙ୍କ ସହ ଥାନାରେ ସେ ପହଞ୍ଚିଥିଲେ ଅଭିନେତା । ଖାରବେଳ ନଗର ଥାନାରେ ଜେରା ହେବା ପରେ ଥାନାରୁ ବାହିରିଛନ୍ତି ଅଭିନେତା ହେଲେ ସେ ଏ ବାବଦରେ ଗଣମାଧ୍ୟକୁ କୌଣସି ପ୍ରତିକ୍ରିୟା ଦେଇ ନାହଁନ୍ତି । ବାବୁସାନ୍ଙ୍କ ବୟାନ ରେକର୍ଡ କରୁଛି ଖାରବେଳ ନଗର ଥାନା ପୋଲିସ । ପାରିବାରିକ କଳହ କାରଣରୁ ପତ୍ନୀ ତୃପ୍ତି ଶତପଥୀ ବାବୁସାନ୍ଙ୍କ ବିରୋଧରେ ୪୯୮ ଏ ଦଫାରେ ମାମଲା ରୁଜୁ କରିଥିଲେ ।

ସେପଟେ ଗତକାଲି ରାତିରେ ବାବୁସାନ୍ ସୂଚନା ଦେଇଥିଲେ ଯେ ସେ ନିଜ ଜନ୍ମଦିନ ପୂରା ପରିବାର ସହ ସେଲିବ୍ରେଟ୍ କରିବେ । ଏହା ମଧ୍ୟରେ ସୂଚନା ଏହା ମଧ୍ୟ ରହିଛି ଯେ ପତ୍ନୀ ତୃପ୍ତିଙ୍କ ସହ ଆପୋଷ ମିଳାମିଶା ମଧ୍ୟ ହୋଇପାରେ ।












Click it and Unblock the Notifications