ସ୍ତ୍ରୀଙ୍କ ସହ ଜନ୍ମଦିନ ପାଳିବେ ବାବୁସାନ୍
Babushan- Trupti Controversy: Babushan Celebrate His Birthday With wife Truptiସ୍ତ୍ରୀଙ୍କ ସହ ଜନ୍ମଦିନ ପାଳିବେ ବାବୁସାନ୍
ଭୁବନେଶ୍ୱର: ଆସନ୍ତାକାଲି ଅଭିନେତା ବାବୁସାନଙ୍କର ୩୩ ଜନ୍ମଦିନ । ଗତ କିଛି ଦିନ ହେଲା ବାବୁସାନଙ୍କ ଜୀବନରେ ବିବାଦ ଲାଗିରହିଛି । ଅଭିନେତ୍ରୀ ପ୍ରକୃତ ମିଶ୍ରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ରାସ୍ତାରେ ଦେଖିବା ପାଇଁ ମିଳିଥିଲା ତୃପ୍ତି-ବାବୁସାନଙ୍କ ମଧ୍ୟରେ ବିବାଦ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି । ଏହା ମଧ୍ୟରେ ଆସନ୍ତା କାଲି ଅଭିନେତାଙ୍କ ଜନ୍ମଦିନ । ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସେ ଜନ୍ମଦିନ ନିଜ ପତ୍ନୀ ତ୍ରିପ୍ତି ଓ ପୁଅଙ୍କ ସହ ସେଲିବ୍ରେଟ୍ କରିବେ ।

ବାବୁସାନ କହିଛନ୍ତି ଆସନ୍ତା କାଲି ସେ ନିଜ ଜନ୍ମଦିନ ନିଜ ପୁରା ପରିବାର ସହ ପାଳିବେ । ତ୍ରୁପ୍ତି ନଆସିଲେ ସେ ନିଜେ ଯିବେ ବୋଲି ମଧ୍ୟ କହିଛନ୍ତି । ଅନ୍ୟପଟେ ବିବାଦ ଚାଲିଥିବା ମାମଲା ବିଷୟରେ ଏ ପର୍ଯ୍ୟନ୍ତ ମୁହଁ ଖୋଲି ନାହଁନ୍ତି ଅଭିନେତା । ପୋଲିସ ଜେରାର ପରେ ସବୁ ପ୍ରଶ୍ନର ଉତ୍ତର ଦେବେ ବୋଲି ଗଣମାଧ୍ୟମକୁ କହିଛନ୍ତି ଅଭିନେତା ବାବୁସାନ୍ ।












Click it and Unblock the Notifications