ରଥଯାତ୍ରାରେ ଆସିବ ବାବୁସାନଙ୍କ ଆକ୍ସନ ପ୍ୟାକ୍ ମୁଭି ‘ବିଦ୍ୟାରାଣ’
ରଥଯାତ୍ରାରେ ବାବୁଙ୍କ ଫିଟିବ ‘ବିଦ୍ୟାରାଣ’ । କାରଣ ଆକ୍ସନ ପ୍ୟାକରେ ଭରପୁର ଓଡିଆ ମୁଭି ‘ବିଦ୍ୟାରାଣ’ ଆସନ୍ତା ରଥଯାତ୍ରା ଅବସରରେ ରିଲିଜ ହେବାକୁ ଯାଉଛି । ଏନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ବର: ରଥଯାତ୍ରାରେ ବାବୁଙ୍କ ଫିଟିବ 'ବିଦ୍ୟାରାଣ' । କାରଣ ଆକ୍ସନ ପ୍ୟାକରେ ଭରପୁର ଓଡିଆ ମୁଭି 'ବିଦ୍ୟାରାଣ' ଆସନ୍ତା ରଥଯାତ୍ରା ଅବସରରେ ରିଲିଜ ହେବାକୁ ଯାଉଛି । ଏନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଜୁନ୍ ୧୦ ତାରିଖରେ ପରଦାକୁ ଆସିବ ବୋଲି ପ୍ରଥମେ କୁହାଯାଉଥିଲା। କିନ୍ତୁ ବାବୁସାନଙ୍କ ଅନ୍ୟ ଏକ ସିନେମା 'ପ୍ରେମମ୍' ରଜକୁ ଆଖି ଆଗରେ ରଖି ଗତ ଜୁନ୍ ୩ ତାରିଖରେ ରିଲିଜ୍ ହୋଇଥିବାରୁ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।
ଓଲିଉଡ ଫେମସ ଆକ୍ଟର ବାବୁସାନଙ୍କ ଅଭିନୀତ ଚର୍ଚ୍ଚିତ ଫିଲ୍ମ 'ବିଦ୍ୟାରାଣ'ରେ ବାବୁସାନ ଓ ଶିବାନୀ ଯୋଡ଼ିକୁ ଦେଖିବାକୁ ପାଇବେ। ଆଗରୁ ଏହି ଯୋଡ଼ି 'ସିଷ୍ଟର ଶ୍ରୀଦେବୀ'ରେ ନଜର ଆସିଥିଲେ। 'ବିଦ୍ୟାରାଣ'ରେ ଅନ୍ୟମାନଙ୍କ ମଧ୍ୟରେ ପୁପୁଲ ଭୂୟାଁ ଓ ଯୋଗେଶ ଜୋଜୋ ପ୍ରମୁଖଙ୍କୁ ଦେଖିବାକୁ ମିଳିବ।
ସେହିପରି ଓଡ଼ିଆ ସିନେଜଗତର ଲୋକପ୍ରିୟ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ପାଇବେ ସିନେପ୍ରେମୀ। ନିକଟରେ ଏହି ଫିଲ୍ମର ଅଡିଓ ରିଲିଜ୍ ରିଲିଜ୍ ପର୍ବ ଅନୁଷ୍ଠିତ ହୋଇଯାଇଛି ।
ପ୍ରକାଶ ଥାଉକି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଜ୍ୟୋତି ଦାସ। 'ବିଦ୍ୟାରାଣ'ର ପ୍ରଯୋଜନା କରୁଛନ୍ତି ନିରଞ୍ଜନ ନାୟକ। ବୈଦ୍ୟନାଥ ଦାଶ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ବାପୁ ଗୋସ୍ବାମୀ ଏହାର କାହାଣୀ ଲେଖିଛନ୍ତି।












Click it and Unblock the Notifications