ଘରକୁ ଫେରିଲେ ବାବୁସାନ୍ , ମା'ଙ୍କୁ ଧରି ଭାବ ବିହ୍ୱଳ ହେଲେ ଅଭିନେତା
Babushaan Controversy :Babushaan Reaches Bhubaneswar ଘରକୁ ଫେରିଲେ ବାବୁସାନ୍ , ମା'ଙ୍କୁ ଧରି ଭାବ ବିହ୍ୱଳ ହେଲେ ଅଭିନେତା
ଭୁବନେଶ୍ୱର: ବାବୁସାନ୍-ତୃପ୍ତି-ପ୍ରକୃତି ବିବାଦକୁ ନେଇ ଚର୍ଚ୍ଚା ଲାଗିରହିଛି । ତିନି ଦିନର ପରେ ଚେନ୍ନାଇରୁ ଭୁବନେଶ୍ୱର ଫେରିଛନ୍ତି ଓଲିଉଡ୍ ଷ୍ଟାର ବାବୁସାନ୍ । ବାବୁସାନଙ୍କୁ ଭେଟିବା ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ଫ୍ୟାନ୍ସଙ୍କର ଭିଡ଼ ଦେଖିବା ପାଇଁ ମିଳିଥିଲା । ବିମାନ ବନ୍ଦରରେ ପହଁଚି ବାବୁସାନ୍ ଗଣମାଧ୍ୟମକୁ କହିଥିଲେ ' ଯାହା ଯେତେ ବେଳେ କହିବା କଥା କହିବି ,ପ୍ରଥମେ ବାପା ଓ ମାଆଙ୍କୁ ଭେଟିବାକୁ ଯିବି' । ବରମୁଣ୍ଡା ଜଗନ୍ନାଥ ବିହାର ସ୍ଥିତ ନିଜ ଘରେ ପହଞ୍ଚିଛନ୍ତି ବାବୁଶାନ୍ । ଅନ୍ୟପଟେ ଆଜି ପୋଲିସ ନୋଟିସ କ୍ରମେ ତାଙ୍କ ବୟାନ ରେକର୍ଡ ହୋଇ ପାରେ । ଏନେଇ କିଛି ସ୍ପଷ୍ଟ ହୋଇ ନାହିଁ।

ଅନ୍ୟପଟେ ଭୁବନେଶ୍ୱର ଆସିବା ପରେ ପ୍ରକୃତିଙ୍କୁ ମଙ୍ଗଳବାର ଜେରା କରିଛି ଖାରବେଳନଗର ଥାନା ପୋଲିସ । ପ୍ରାୟ ଏକ ଘଣ୍ଟା ଧରି ପ୍ରକୃତି ମିଶ୍ରଙ୍କୁ ଜେରା କରାଯାଇଥିଲା । ସୂଚନା ରହିଛି ଏହି ସମୟରେ ପ୍ରକୃତିଙ୍କୁ ୧୦ଟିରୁ ଅଧିକ ପ୍ରଶ୍ନ ପଚରାଯାଇଥିଲା ।












Click it and Unblock the Notifications