ଭାଇରାଲ ହେଲା ପ୍ରକୃତି ବାବୁସାନଙ୍କ ଅଡିଓ , ଶୁଣନ୍ତୁ କ'ଣ ପାଇଁ ପ୍ରକୃତିଙ୍କୁ କ୍ଷମା ମାଗିଲେ ବାବୁସାନ୍
Babusan-prakruti Audio Call Viral: ଭାଇରାଲ ହେଲା ପ୍ରକୃତି ବାବୁସାନଙ୍କ ଅଡିଓ ଶୁଣନ୍ତୁ କ'ଣ ପାଇଁ ପ୍ରକୃତିଙ୍କୁ କ୍ଷମା ମାଗିଲେ ବାବୁସାନ୍
ଭୁବନେଶ୍ୱର: ପ୍ରକୃତି-ତୃପ୍ତି-ବାବୁଶାନ ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହି ଘଟଣାକୁ ନେଇ ଦିନକୁ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଏହାମଧ୍ୟରେ ବାବୁସାନ୍-ପ୍ରକୃତିଙ୍କର ଅଡ଼ିଓ ବାର୍ତ୍ତାଳାପ ଭାଇରାଲ ହେବାରେ ଲାଗିଛି । ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ ଉଭୟଙ୍କ ମଧ୍ୟରେ ଭିନ୍ନ ଏକ ସଂପର୍କ ଗଢି ଉଠିଥିଲା । ଯେଉଁଥି ପାଇଁ ରାସ୍ତାକୁ ଓହ୍ଲାଇଥିଲେ ପତ୍ନୀ ତୃପ୍ତି ।

୬ଦିନ ଧରି ଚାଲିଥିବା ଏହି ପାରିବାରିକ ଝଗଡ଼ାରେ ଆଜି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ପ୍ରକୃତି-ବାବୁସାନଙ୍କର ଫୋନ୍ ଅଡ଼ିଓ ଏବେ ସାରା ଓଡ଼ିଶାରେ ଭାଇରାଲ ହେବାରେ ଲାଗିଛି । ଏହି ଅଡି଼ଓ ତୃପ୍ତିଙ୍କ ସନ୍ଦେହ ପଛର ସତ୍ୟତା ବଖାଣୁଛି । କେବଳ ରିଲ୍ ନୁହେଁ ରିୟଲରେ ମଧ୍ୟ ଚାଲିଥିଲା ଉଭୟଙ୍କ ମଧ୍ୟରେ ସତସତିକିୟା ପ୍ରେମ । ୨ ମିନିଟ୍ ୫୫ ସେକେଣ୍ତର ଏହି ଅଡିଓ ଶୁଣିଲେ ଆପଣ ମଧ୍ୟ ଉଭୟଙ୍କ ସମ୍ପର୍କର ସତ୍ୟତା ବିଷୟରେ ଜାଣିପାରିବେ । ଏହି ଫୋନ୍ କଲ୍ ରେ ବାବୁସାନଙ୍କ ପାଇଁ କଷ୍ଟ ପାଉଛନ୍ତି ବୋଲି କହିଛନ୍ତି ପ୍ରକୃତି । ଯେଉଁଥି ପାଇଁ ବାବୁସାନ୍ ତାଙ୍କୁ କ୍ଷମା ମଧ୍ୟ ମାଗୁଛନ୍ତି । ସରି କହିବା ସହ ପରସ୍ପରକୁ ଆଇଲଭ୍ୟୁ ମଧ୍ୟ କହୁଛନ୍ତି । ତେବେ ଏହି ଅଡିଓକୁ ନେଇ ଏବେ ସବୁଠି ଚର୍ଚ୍ଚା ହେବାରେ ଲାଗିଛି ।
ଅନ୍ୟପଟେ ବାବୁସାନ୍ ଆଜି ଖାରବେଳନଗର ଥାନାରେ ହାଜର ହୋଇପାରନ୍ତି । ପୁଲିସର ପଚରାଉଚରା ପରେ ହିଁ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବେ ବୋଲି ଗତକାଲି କହିଛନ୍ତି ବାବୁସାନ । ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ମଧ୍ୟ କହିଥିଲେ












Click it and Unblock the Notifications