ବାବୁସାନଙ୍କ ପାରିବାରିକ ବିବାଦ: ସମ୍ପର୍କିୟ ରବି ମିଶ୍ର ଉଭୟ ପରିବାର ମଧ୍ୟରେ କରୁଛନ୍ତି ମଧ୍ୟସ୍ତି
ଚେନ୍ନାଇରୁ ବାବୁ ଓଡିଶା ଫେରିଥିବା ବେଳେ ଏବେ ବାବୁସାନ ଏବଂ ତୃପ୍ତିଙ୍କ ମଧ୍ୟରେ ଆପୋଷ ବୁଝାମଣା ପାଇଁ ଉଦ୍ୟମ ଚାଲିଛି । ତୃପ୍ତିଙ୍କ ଘରରେ ପହଞ୍ଚି ଅଭିନେତା ତଥା ବାବୁସାନଙ୍କ ନିକଟ ସମ୍ପର୍କିୟ ରବି ମିଶ୍ର ଆପୋଷ ବୁଝାମଣା କରୁଥିବା ସୂଚନା ରହିଛି ।
ଭୁବନେଶ୍ୱର: ଲମ୍ବି ଚାଲିଛି ଓଲିଉଡ଼ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ପାରିବାରିକ ବିବାଦ । ଚେନ୍ନାଇରୁ ବାବୁ ଓଡିଶା ଫେରିଥିବା ବେଳେ ଏବେ ବାବୁସାନ ଏବଂ ତୃପ୍ତିଙ୍କ ମଧ୍ୟରେ ଆପୋଷ ବୁଝାମଣା ପାଇଁ ଉଦ୍ୟମ ଚାଲିଛି । ତୃପ୍ତିଙ୍କ ଘରରେ ପହଞ୍ଚି ଅଭିନେତା ତଥା ବାବୁସାନଙ୍କ ନିକଟ ସମ୍ପର୍କିୟ ରବି ମିଶ୍ର ଆପୋଷ ବୁଝାମଣା କରୁଥିବା ସୂଚନା ରହିଛି ।

ତେବେ ରବି ମିଶ୍ର ବାବୁସାନଙ୍କ ପରିବାର ପକ୍ଷରୁ ଭୁଲ ମାଗିଥିବା କୁହାଯାଉଛି । ଉତ୍ତରରେ ତୃପ୍ତି କହିଛନ୍ତି 'ଆଇ ୱିଲ୍... ୱେଟ୍ ଆଣ୍ଡ ୱାଚ୍' ।ଏନେଇ ତୃପ୍ତିଙ୍କ ମାଉସୀ କହିଛନ୍ତି ଯେ, 'ଆମ ଘରକୁ ବାବୁସାନଙ୍କ ସମ୍ପର୍କୀୟ ଆଲୋଚନା ପାଇଁ ଆସିଥିଲେ । ଝିଅ ତୃପ୍ତି ଓ ନାତିର ସ୍ୱାସ୍ଥ୍ୟ କଥା ମଧ୍ୟ ପଚାରି ବୁଝିଲେ । ଆଲୋଚନା ବେଳେ ତୃପ୍ତି କଣ ସବୁ କହିଛନ୍ତି ତାହାର ସୂଚନା ଦେଲେ ତୃପ୍ତିଙ୍କ ମାଉସୀ ।
ତେବେ ପତି-ପତ୍ନୀଙ୍କ ବିବାଦକୁ ସମାଧାନ ପାଇଁ ଉଦ୍ୟମ କରାଯାଉଥିବା ଜଣାପଡ଼ିଛି। ଆଗରୁ ଚେନ୍ନାଇ ଯାଇ ବାବୁସାନଙ୍କୁ ଆଣିଥିଲେ ରବି। ଉଭୟ ବାବୁସାନ ଓ ତୃପ୍ତିଙ୍କ ସହିତ ତାଙ୍କର ଉତ୍ତମ ସମ୍ପର୍କ ଥିବାରୁ ପତି-ପତ୍ନୀଙ୍କ ବିବାଦର ସମାଧାନ ପାଇଁ ସେ ଚେଷ୍ଟା କରି ତୃପ୍ତିଙ୍କ ଘରକୁ ଯାଇଥିବା ଜଣାପଡ଼ିଛି ।












Click it and Unblock the Notifications