ଗଣମାଧ୍ୟମ ସାମ୍ନାକୁ ଆସିଲେ ବାବୁସାନ୍, କହିଲେ- ଠିକ୍ ସମୟରେ ଠିକ୍ କଥା କହିବି
ଭୁବନେଶ୍ବର ଫେରିବା ପରେ ଆଜି ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ଅଭିନେତା ବାବୁସାନ୍ । ମାଆ ଅପରାଜିତାଙ୍କ ସହ ଘର ବାଲକୋନିକୁ ଆସି ହାତଯୋଡ଼ି ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାବୁସାନ୍ ।
ଭୁବନେଶ୍ବର: ଭୁବନେଶ୍ବର ଫେରିବା ପରେ ଆଜି ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ଅଭିନେତା ବାବୁସାନ୍ । ମାଆ ଅପରାଜିତାଙ୍କ ସହ ଘର ବାଲକୋନିକୁ ଆସି ହାତଯୋଡ଼ି ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାବୁସାନ୍ । ସାଙ୍ଗରେ ମାଆ ଓ ପରିବାରର କିଛି ସଦସ୍ୟ ଥିବା ଦେଖିବାକୁ ମିଳିଛି ।

ନିଜ ଘର ବାଲକୋନିରେ ଥାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାବୁସାନ କହିଥିଲେ ଯେ, 'ମୁଁ ପରିବାର ପାଖରେ ଅଛି, ସେଥିପାଇଁ ବହୁତ ଖୁସି। ଠିକ୍ ସମୟରେ ଠିକ୍ କଥା କହିବି।' ଆଜି ଥାନାକୁ ଯିବାର ଅଛି କି ପ୍ରଶ୍ନରେ ଅପରାଜିତା କହିଥିଲେ, 'ଆଜି କୁଆଡ଼େ ଯିବାର ନାହିଁ। ଆମ ଉଭୟଙ୍କ ଦେହ ଭଲ ନାହିଁ।'
ଗତକାଲି ଗିରଫ ଭୟରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବାବୁସାନ୍ । ପତ୍ନୀ ତୃପ୍ତିଙ୍କ ପକ୍ଷରୁ ଖାରବେଳ ନଗର ଥାନାରେ ଦାୟର ମାମଲାରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି ।












Click it and Unblock the Notifications