ଓଡିଶାବାସୀଙ୍କୁ କ୍ଷମା ମାଗିଲେ ବାବୁସାନ: କହିଲେ, ଭୁଲ ହୋଇଗଲା !
ଭିଡିଓ ଜାରି କରି ଓଡିଶାବାସୀଙ୍କୁ କ୍ଷମା ମାଗିଲେ । କହିଲେ, ଏମିତି ଭୁଲ ଆଉ କେବେ ହେବନି । ମୋ ସ୍ତ୍ରୀ ଓ ଶ୍ୱଶୂରଙ୍କ ନାଁରେ ଏକ ମାମଲା ହୋଇଛି । ମୋ ସ୍ତ୍ରୀ ଓ ଶ୍ୱଶୂର ବହୁତ କଷ୍ଟ ପାଇଲେଣି । ଆଗକୁ ଆଉ କୌଣସି ଅସୁବିଧା ହେବାକୁ ଦେବିନି ।
ଭୁବନେଶ୍ୱର: କିଛି ଦିନର ବିରତି ପରେ ପୁଣି ଏବେ ଚର୍ଚ୍ଚାରେ ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି । ପାରିବାରିକ ବିବାଦ ପରେ ସାମ୍ନାକୁ ଆସିଲେ ବାବୁଶାନ୍ । ଭିଡିଓ ଜାରି କରି ଓଡିଶାବାସୀଙ୍କୁ କ୍ଷମା ମାଗିଲେ । କହିଲେ, ଏମିତି ଭୁଲ ଆଉ କେବେ ହେବନି । ମୋ ସ୍ତ୍ରୀ ଓ ଶ୍ୱଶୂରଙ୍କ ନାଁରେ ଏକ ମାମଲା ହୋଇଛି । ମୋ ସ୍ତ୍ରୀ ଓ ଶ୍ୱଶୂର ବହୁତ କଷ୍ଟ ପାଇଲେଣି । ଆଗକୁ ଆଉ କୌଣସି ଅସୁବିଧା ହେବାକୁ ଦେବିନି ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୂ ବାବୁସାନ୍, ପ୍ରକୃତି ମିଶ୍ର ଓ ତାଙ୍କ ପତ୍ନୀଙ୍କୁ ନେଇ ବିବାଦ ଉପୁଜିଥିଲା । ବାବୁଶାନ୍ ଓ ପ୍ରକୃତି ଗୋଟିଏ ଗାଡ଼ିରେ ଯାଉଥିବା ବେଳେ ପତ୍ନୀ ତୃପ୍ତି ତାଙ୍କୁ ଅଟକାଇ ଥିଲେ । ସେଠାରେ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାର ପୁରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଘଟଣାକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ।
ଓଡ଼ିଶାବାସୀଙ୍କୁ ଭୁଲ୍ ମାଗିଲେ ଅଭିନେତା ବାବୁସାନ୍
— Oneindia Odia (@OneindiaOdia) August 20, 2022
କହିଲେ ଏମିତି ଭୁଲ୍ କେବେ ହେବନି#Ollywood #babusanmohanty #Odisha #prakrutimishra pic.twitter.com/GcHcAtzOX0
ଓଡ଼ିଶାବାସୀ ଉଭୟ ବାବୁଶାନ୍ ଓ ପ୍ରକୃତିଙ୍କୁ ସମାଲୋଚନା କରିଥିଲେ । ଏମିତିକି ଘଟଣା ଦିନ ବାବୁଶାନ୍ ଚେନ୍ନାଇ ଯାଇଥିଲେ । ସେଠାରୁ ଫେରିବା ପରେ ଗଣମାଧ୍ୟମଠାରୁ ଦୂରରେ ରହିଥିଲେ। ତାଙ୍କୁ ଯାହା ବି ପ୍ରଶ୍ନ ପଚରା ଯାଇଥିଲା ତାର ଉତ୍ତର ରଖିନଥିଲେ । କେବଳ ସେ କହିଥିଲେ ଯେ, ସମୟ ଆସିଲେ ସବୁ ସତ କହିବି । ଆଉ ଠିକ୍ ସମୟରେ କହିବି । କିନ୍ତୁ ଆଜି ୩୭ ସେକେଣ୍ଡର ଏକ ଭିଡିଓ ଜାରି କରି ବାବୁଶାନ ସେହି ଘଟଣାନେଇ ବିଶେଷ କିଛି କହିନଥିଲେ ମଧ୍ୟ, କେବଳ କ୍ଷମା ପ୍ରାର୍ଥନା କରିଛନ୍ତି ।












Click it and Unblock the Notifications