Get Updates
Get notified of breaking news, exclusive insights, and must-see stories!

ପ୍ରକୃତିଙ୍କ ଘରେ ପୋଲିସ, ପରିବାର ସାମନାରେ ଘଣ୍ଟାଏ ଜେରା

ଆଜି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଭୁବନେଶ୍ବର ସ୍ଥିତ ଘରେ ପୋଲିସ ପହଞ୍ଚିଛି। ପୋଲିସ ପ୍ରକୃତିଙ୍କୁ ପାଖାପାଖି ଘଣ୍ଟାଏ ଧରି ଅଭିଭାବକଙ୍କ ସାମନାରେ ଜେରା କରିଛି ।

ଭୁବନେଶ୍ବର: ଦିନକୁ ଦିନ ଅଧିକ ରୋଚକ ହେବାରେ ଲାଗିଛି ବାବୁଶାନ-ପ୍ରକୃତି ମାମଲା। ଆଜି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଭୁବନେଶ୍ବର ସ୍ଥିତ ଘରେ ପୋଲିସ ପହଞ୍ଚିଛି। ପୋଲିସ ପ୍ରକୃତିଙ୍କୁ ପାଖାପାଖି ଘଣ୍ଟାଏ ଧରି ଅଭିଭାବକଙ୍କ ସାମନାରେ ଜେରା କରିଛି । ପୂର୍ବରୁ ଖାରବେଳ ନଗର ପୋଲିସ ପ୍ରକୃତିଙ୍କୁ ଏନେଇ ନୋଟିସ ଦେଇଥିଲା ।

prakruti mishra

ଜେରା ବେଳେ ପ୍ରକୃତିଙ୍କ ପରିବାର ଉପସ୍ଥିତ ଥିଲେ। ଷ୍ଟାର କଳି ମାମଲାରେ ବାବୁଶାନଙ୍କ ପତ୍ନୀ ତୃପ୍ତି ଶତପଥୀ ଥାନାରେ ଅଭିଯୋଗ କରିଥିଲେ । ଅନ୍ୟପଟେ ପ୍ରକୃତିଙ୍କୁ ରାସ୍ତା ଉପରେ ନିର୍ଯାତନା ନେଇ ଖାରବେଳ ନଗର ଥାନାରେ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଅଭିଯୋଗ କରିଥିଲେ। ଦୁଇଟି ମାମଲାକୁ ଆଧାର କରି ଆଜି ପୋଲିସ ପ୍ରକୃତିଙ୍କୁ ପଚରାଉଚରା କରିଛି । ପ୍ରକୃତି ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରୁଥିବା କହିଛନ୍ତି ଥାନା ଅଧିକାରୀ । ଏପଟେ ବାବୁଶାନଙ୍କୁ ପରିବାର ପାଖକୁ ଫେରିବାକୁ କହିଛନ୍ତି ମନ୍ମଥ ମିଶ୍ର।

ଏହାରି ଭିତରେ ସିନେମାର ପ୍ରମୋସନ ପାଇଁ ଚେନ୍ନାଇ ଯାଇଥିବା ଦମନ ଫିଲ୍ମର ପୁରା ଟିମ୍ ଓଡିଶା ଫେରିଛନ୍ତି । ସୋମବାର ବିଳମ୍ବିର ରାତିରେ ଭୁବନେଶ୍ବରରେ ପୁରା ଟିମ୍ ପହଞ୍ଚିଛନ୍ତି । କିନ୍ତୁ ଫେରି ନାହାଁନ୍ତି ଅଭିନେତା ବାବୁଶାନ । ବର୍ତ୍ତମାନ ବାବୁଶାନ ନଫେରି କାହିଁକି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରୁଛନ୍ତି। କାହା ପ୍ରରୋଚନାରେ ଏଭଳି କରୁଛନ୍ତି ସେ ନେଇ ଚର୍ଚ୍ଚା ଜୋର ଧରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+