RRR କୁ ନେଇ ବିବାଦୀୟ ଟ୍ୱିଟ୍, ମୁହଁ ଖୋଲିଲେ ବାହୁବଳୀ ନିର୍ମାତା
ଫିଲ୍ମକୁ ନେଇ ଓସ୍କାର ପୁରସ୍କାର ବିଜେତା ତଥା ସାଉଣ୍ଡ ଡିଜାଇନର ରସୁଲ ପୁକୁଟ୍ଟୀ ଏକ ବିବାଦୀୟ ଟ୍ୱିଟ୍ କରିଥିଲେ । ଯାହାକୁ ନେଇ ଦେଖା ଦେଇଛି ବିବାଦ । ଏବେ ଏନେଇ 'ବାହୁବଳୀ' ନିର୍ମାତା ସୋଭୁ ମୁହଁ ଖୋଲିଛନ୍ତି ।
ମୁମ୍ବାଇ : ଚଳଚ୍ଚିତ୍ର ନିର୍ମାତା ଏସ୍ ଏସ୍ ରାଜାମୌଲିଙ୍କ ଚଳଚ୍ଚିତ୍ର RRR ଓ୍ବାର୍ଲ୍ଡ ଓ୍ବାଇଡ୍ ବକ୍ସ ଅଫିସରେ ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ବୋଲି ପ୍ରମାଣିତ ହୋଇଛି । ଏହାରି ଭିତରେ ଏହି ଫିଲ୍ମକୁ ନେଇ ଓସ୍କାର ପୁରସ୍କାର ବିଜେତା ତଥା ସାଉଣ୍ଡ ଡିଜାଇନର ରସୁଲ ପୁକୁଟ୍ଟୀ ଏକ ବିବାଦୀୟ ଟ୍ୱିଟ୍ କରିଥିଲେ । ଯାହାକୁ ନେଇ ଦେଖା ଦେଇଛି ବିବାଦ । ଏବେ ଏନେଇ 'ବାହୁବଳୀ' ନିର୍ମାତା ସୋଭୁ ମୁହଁ ଖୋଲିଛନ୍ତି ।

ସୋଭୁ ଲେଖିଛନ୍ତି, 'ମୋତେ ଲାଗୁ ନାହିଁ କି RRR ଚଳଚ୍ଚିତ୍ରଟି ଏକ ଗେ ଲଭ୍ ଷ୍ଟୋରୀ, ଯେମିତି ଆପଣ କହୁଛନ୍ତି। ଯଦି ଆପଣଙ୍କୁ ଏହିଭଳି ଲାଗୁଛି ଏହା ଏକ ଗେ ଲଭ୍ ଷ୍ଟୋରୀ ତେବେ ଏହା ଖରାପ କଥା । ଆପଣ ଏହାକୁ କିପରି ଯାଞ୍ଚ କରିପାରିବେ ? ଏଥିପାଇଁ ମୁଁ ବହୁତ ଦୁଃଖିତ କି, ଆପଣଙ୍କ ଚିନ୍ତାଧାରା ଏତେ ତଳକୁ ଖସିପାରେ ?' ବାହୁବଳୀ ନିର୍ମାତାଙ୍କ ଟ୍ୱିଟ ପରେ ରେସୁଲ ଖୋଦ୍ ସଫେଇ ଦେଇଛନ୍ତି । ରସୁଲ ଲେଖିଛନ୍ତି, 'ମୁଁ ସମ୍ପୂର୍ଣ୍ଣ ଭାବେ ସହମତ । ଯଦିଓ ଏମିତି ବି ଘଟେ, ତାହାଲେ ଏଥିରେ କିଛି ଭୁଲ୍ ନାହିଁ ।
ସୂଚନାଯୋଗ୍ୟ ଯେ, ଅଭିନେତା ତଥା ଲେଖକ ମନୀଷ ଭରଦ୍ବାଜ ଏହି RRR କୁ ଅଳିଆ ଫିଲ୍ମ ବୋଲି କହିଥିଲେ । ମନୀଷଙ୍କ ଟ୍ୱିଟର ଜବାବ ଦେଇ ରସୁଲ ପୁକୁଟ୍ଟୀ ଫିଲ୍ମ 'ଆର୍ଆର୍ଆର୍'କୁ ସେ ଗେ ଲଭ ଷ୍ଟୋରୀ ସହ ତୁଳନା କରିଥିଲେ। ଏତିକି ନୁହେଁ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଏହି ଫିଲ୍ମରେ ଏକ ବସ୍ତୁ ରୂପେ ବ୍ୟବହାର କରାଯାଇଥିବା ମଧ୍ୟ ଟ୍ୱିଟ୍ କରି କହିଥିଲେ।












Click it and Unblock the Notifications