ସିନେପ୍ରେମୀଙ୍କ ପାଇଁ ଖୁସି ଖବର: ପ୍ରଭାସଙ୍କ ଫିଲ୍ମ 'ବାହୁବଳୀ 3'ର ଆରମ୍ଭ ହେଲା କାମ !
Baahubali 3 Confirmed! ସିନେପ୍ରେମୀଙ୍କ ପାଇଁ ଏକ ବଡ଼ ଖବର । ଜଣେ ବଡ଼ ଚଳଚ୍ଚିତ୍ର ନିର୍ମାତା 'ବାହୁବଳୀ 3' 'କୁ ନିଶ୍ଚିତ କରିଛନ୍ତି। ଯଦି ଫିଲ୍ମ ରିଲିଜ୍ ହୁଏ ତେବେ ଏହା ପୁଣି ବକ୍ସଅଫିସରେ ରାଜ କରିବ ବୋଲି ମେକର୍ଶ ଆଶା ରଖିଛନ୍ତି। ଟେଶମାର୍ଟିନିଙ୍କ ଅନୁଯାୟୀ,Surya ଏବଂ ବବି ଦେଓଲଙ୍କ ଆଗାମୀ ପାନ-ଇଣ୍ଡିଆନ୍ ଫିଲ୍ମ 'କଙ୍ଗୁଭା'ର ନିର୍ମାତା ଏହା ନିଶ୍ଚିତ କରିଛନ୍ତି ଯେ, ସେ ରଜମୌଲିଙ୍କ ଆଗାମୀ ଫିଲ୍ମରେ କାମ ଅର୍ଥାତ୍ ବାହୁବଲୀର ପାର୍ଟ 3ପାଇଁ କାମ କରୁଛନ୍ତି ।
ସେ ଫିଲ୍ମ ନିର୍ମାତାମାନଙ୍କ ସହ କଥା ହୋଇ ଜାଣିବାକୁ ପାଇଲେ ଯେ ବାହୁବଳୀ ସିରିଜର ଦୁଇଟି ଚଳଚ୍ଚିତ୍ରର ଅତୁଳନୀୟ ସଫଳତା ପରେ ରାଜାମୌଲି ତୃତୀୟ ଚଳଚ୍ଚିତ୍ର 'ବାହୁବଲୀ 3'ରେ କାମ ଆରମ୍ଭ ହୋଇଯାଇଛି ।

2015 ରେ ମୁକ୍ତିଲାଭ କରିଥିବା 'ବାହୁବଳୀ' ବକ୍ସ ଅଫିସରେ ଚହଳ ସୃଷ୍ଟି କରିଥିଲା। ଦୁଇ ବର୍ଷ ପରେ, 'ବାହୁବଳୀ ୨କୁ ମଧ୍ୟ ଦର୍ଶକଙ୍କର ବେଶ୍ ଭଲ ପାଇଁବା ମିଳିଥିଲା । ଏହି ଚଳଚ୍ଚିତ୍ର ବିଶ୍ୱରେ ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ହୋଇଥିଲା । ବର୍ତ୍ତମାନ ତୃତୀୟ ଚଳଚ୍ଚିତ୍ର ରିଲିଜ୍ ହେବା ପରେ ଏହା ପାର୍ଟ 1 ଏବଂ ପାର୍ଟରୁ2 ର ରେକର୍ଡ ବ୍ରେକ୍ କରିପାରେ ।
ବାହୁବଲୀ 2 ଭାରତର ସମସ୍ତ ଭାଷାରେ 1031 କୋଟି ଟଙ୍କାର ବ୍ୟବସାୟ କରିଥିଲା । ଫିଲ୍ମ ରିଲିଜ ହେବାର 7 ବର୍ଷ ବିତିଗଲାଣି କିନ୍ତୁ ଏପର୍ଯ୍ୟନ୍ତ ଅନ୍ୟ କୌଣସି ଫିଲ୍ମ ମଧ୍ୟ ଏହାର ନିକଟତର ହୋଇପାରିଲା ନାହିଁ । ଏପରିକି କେଜିଏଫ୍ ପାର୍ଟ ୨, ଜୱାନ୍ ଏବଂ ପଠାନ୍ ଭଳି ଚଳଚ୍ଚିତ୍ର ମଧ୍ୟ ଏହି ଚିତ୍ରକୁ ରେକର୍ଡ ବ୍ରେକ୍ କରିପାରି ନାହିଁ ।
ଏହି ଖବର ପ୍ରକାଶ ପାଇବା ପରେ ଦର୍ଶକଙ୍କ ମଧ୍ୟରେ ଏହି ସିନେମାକୁ ନେଇ ଲୋକଙ୍କ ମଧ୍ୟରେ କ୍ରେଜ୍ ଦେଖିବା ପାଇଁ ମିଳୁଛି । ସୋସିଆଲ ମିଡିଆରେ ଏହି ଖବରକୁ ଦର୍ଶକଙ୍କ ପ୍ରତିକ୍ରିୟା ମଧ୍ୟ ଦେଖିବା ପାଇଁ ମିଳୁଛି ।












Click it and Unblock the Notifications