Get Updates
Get notified of breaking news, exclusive insights, and must-see stories!

ଡ୍ରିମଗାର୍ଲ ଫେମ ଅଭିନେତ୍ରୀ ରିଙ୍କୁ ସିଂହଙ୍କ କରୋନାରେ ଦେହାନ୍ତ

ଡ୍ରିମଗାର୍ଲ ଫେମ ଅଭିନେତ୍ରୀ ରିଙ୍କୁ ସିଂହଙ୍କ ଦେହାନ୍ତ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଶୁକ୍ରବାର ତାଙ୍କର ପରଲୋକ ହୋଇଯାଇଛି ।

ନୂଆଦିଲ୍ଲୀ: ଡ୍ରିମଗାର୍ଲ ଫେମ ଅଭିନେତ୍ରୀ ରିଙ୍କୁ ସିଂହଙ୍କ ଦେହାନ୍ତ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଶୁକ୍ରବାର ତାଙ୍କର ପରଲୋକ ହୋଇଯାଇଛି । ଗତବର୍ଷ ରିଲିଜ ହୋଇଥିବା ଆୟୁଷମାନ ଖୁରାନାଙ୍କ ଚର୍ଚ୍ଚିଚ ଫିଲ୍ମ ଡ୍ରିମଗାର୍ଲରେ ଅଭିନୟ କରିଥିଲେ ରିଙ୍କୁ ସିଂହ ।

Rinku Singh

ତେବେ ସେ କରୋନାରେ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସିତ ଅବସ୍ଥାରେ ରିଙ୍କୁ ସିଂହଙ୍କର ଦେହାନ୍ତ ହୋଇଥିବା ତାଙ୍କର ସମ୍ପର୍କୀୟ ଚନ୍ଦା ସିଂହ ନିକୁମ୍ଭ ସୂଚନା ଦେଇଛନ୍ତି ।

ଫିଲ୍ମ ଡ୍ରିମଗାର୍ଲ ବ୍ୟତିତ ଆମାଜନ ପ୍ରାଇମ ଫିଲ୍ମ ହେଲୋ ଚାର୍ଲୀରେ ଅଭିନୟ କରିଥିଲା ରିଙ୍କୁ ସିଂହ । କିନ୍ତୁ ଡ୍ରିମଗାର୍ଲ ଚଳଚିତ୍ରରେ ନିଖୁଣ ଅଭିନୟ ପାଇଁ ସେ ବେଶ ଲୋକପ୍ରିୟ ହୋଇପାରିଥିଲେ । ସେ ଅନେକ ଗୁଡିଏ ଟିଭି ସୋ ଯେପରିକି ଚିଡିଆଘର, ମେରି ହାନିକାରକ ବିବିରେ ମଧ୍ୟ ଅଭିନୟର ଯୋଦୁ ଛାଡିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+