ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପିତାଙ୍କ ଦେହାନ୍ତ
ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପିତା ତଥା ଜ୍ୟୋତିଷ ପି.ଖୁରାନାଙ୍କର ପରଲୋକ । ସେ କିଛି ଦିନ ହେବ ହୃଦୟ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ। ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ରହିଛି ।

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପିତା ପି. ଖୁରାନାଙ୍କର ଶୁକ୍ରବାର ଅର୍ଥାତ୍ 19 ମଇରେ ଦେହାନ୍ତ ହୋଇଛି । ସେ ପଞ୍ଜାବର ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ 2 ଦିନ ହେବ ଚିକିତ୍ସିତ ହେଉଥିଲେ। ଆଜି ଅପରାହ୍ନ ପ୍ରାୟ 5 ଟାରେ ଚଣ୍ଡିଗଡ଼ରେ ତାଙ୍କ ଶବଦାହ କରାଯିବା ନେଇ ସୂଚନା ରହିଛି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ପି. ଖୁରାନା ଜଣେ ପ୍ରସିଦ୍ଧ ଜ୍ୟୋତିଷ ।
ଆୟୁଷ୍ମାନ ଖୁରାନା ତାଙ୍କ ପିତା ପି. ଖୁରାନାର ଅତି ନିକଟତର ଥିଲେ । ପି. ଖୁରାନା ଜ୍ୟୋତିଶ ଶାସ୍ତ୍ର ଉପରେ ପୁସ୍ତକ ମଧ୍ୟ ଲେଖିଛନ୍ତି। ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ କ୍ୟାରିୟରରେ ତାଙ୍କ ପିତା ବହୁତ ସହଯୋଗ କରିଥିଲେ। ତାଙ୍କ ପିତା ହିଁ ତାଙ୍କ ନାମକୁ ଅଭିନେତା ଭାବରେ ବଦଳାଇ ତାଙ୍କୁ ସିନେମାରେ ପ୍ରବେଶ କରିବାକୁ କହିଥିଲେ ଏବଂ ଆଜି ସେ ଜଣେ ଜଣାଶୁଣା ଅଭିନେତା ସାଜିଛନ୍ତି ।












Click it and Unblock the Notifications