ଭାରତର ଏହି ରାଜ୍ୟରେ ରିଲିଜ୍ ହେଲା ନାହିଁ 'Avatar The Way Of Water', ଜାଣନ୍ତୁ କାରଣ

ଭାରତର ଏହି ରାଜ୍ୟରେ ରିଲିଜ୍ ହେଲା ନାହିଁ 'Avatar The Way Of Water', ଜାଣନ୍ତୁ କାରଣ

Avatar The Way Of Water: ରିଲିଜ୍ ପୂର୍ବରୁ ଓ ପରେ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି ଫିଲ୍ମ ଅବତାର ୨' । ଫ୍ୟାନ୍ସ ବେଶ୍ ଉତ୍ସାହର ସହ ଏହି ଫିଲ୍ମକୁ ଅପେକ୍ଷା ମଧ୍ୟ କରିଥିଲେ । ଶେଷରେ ଆଜି ଅର୍ଥାତ୍ ୧୬ ତାରିଖରେ ଏହି ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ​​'ଅବତାର: ଦ ୱେ ଅଫ୍ ୱାଟର'ର ପ୍ରଥମ ଭାଗକୁ ଯେପରି ଭଲ ପାଇବା ମିଳିଥିଲା, ସେହିପରି ବର୍ତ୍ତମାନ ୧୩ ବର୍ଷ ଏହି ଫିଲ୍ମର ଦ୍ୱିତୀୟ ଭାଗ ରିଲିଜ୍ ହୋଇଛି ଯାହକୁ ଦେଖିବା ପାଇଁ ସିନେପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ଦେଖିବା ପାଇଁ ମିଳୁଛି । ଭାରତୀୟ ଦର୍ଶକଙ୍କ ମଧ୍ୟର ବି ଏହି ଫିଲ୍ମକୁ ନେଇ ଉତ୍ସାହ ରହିଛି । ହେଲେ ଚେନ୍ନାଇ ଦର୍ଶକଙ୍କୁ ନିରାଶ କରିଛନ୍ତି 'ଅବତାର ୨' ମେକର୍ସ । କାରଣ ଏହି ରାଜ୍ୟର ଅନେକ ଲୋକପ୍ରିୟ, ପ୍ରସିଦ୍ଧ ପ୍ରେକ୍ଷାଳୟରେ ରିଲିଜ୍ ହୋଇ ନାହିଁ 'ଅବତାର ୨' । ଥିଏଟରର ମାଲିକମାନେ ନିଜେ ସୋସିଆଲ ମିଡିଆରେ ଏହା ପ୍ରକାଶ କରିଛନ୍ତି ।


ଚେନ୍ନାଇରେ ଅବସ୍ଥିତ ବହୁ ଲୋକପ୍ରିୟ ପ୍ରେକ୍ଷାଳୟର ମାଲିକ 'ଅବତାର ୨' ରିଲିଜ ନହେବା ନେଇ ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଜିଏସ୍ ସିନେମାର ସିଇଓ ଅର୍ଚ୍ଚନା କଲପଥି ଟ୍ୱିଟ୍ କରି ଲେଖିଛନ୍ତି ଯେ, 'Avatar The Way Of Water' @agscinemasରେ ରିଲିଜ୍ ହୋଇ ପାରି ନାହିଁ । କାରଣ ଆମକୁ ଦିଆଯାଇଥିବା ସର୍ତ୍ତାବଳୀରେ ଆମେ ସହମତ ହୋଇପାରିଲୁ ନାହିଁ । ବଡ଼ ପରଦାରେ ଏହି ଚଳଚ୍ଚିତ୍ର ଅନେକ ଦର୍ଶକ ଦେଖିପାରିବେ ନାହିଁ ।

Avatar The Way Of Water

ଆଉ ଜଣେ ଥିଏଟର ମାଲିକ ଟ୍ୱିଟ୍ କରି ଲେଖିଛନ୍ତି ଯେ, ସର୍ତ୍ତାବଳୀରେ ମତଭେଦ ହେତୁ 'ଅବତାର 2' ଭେଟ୍ରିରେ ରିଲିଜ୍ ହେଉନାହିଁ । ସେହିପରି ଆଉ ଜଣେ ସିନେମା ଘରର ମାଲିକ ମଧ୍ୟ ଏହି ଫିଲ୍ମକୁ ରିଲିଚ୍ କରିବା ପାଇଁ ଚେଷ୍ଟା କରିଥିଲେ ସେ ସଫଳ ହୋଇ ପାରିଲେ ନାହିଁ । ତେବେ ସୂଚନା ଏହା ମଧ୍ୟ ରହିଛି ଯେ ଏହି ଫିଲ୍ମର ମୋଟ୍ ୫ଟି ପାର୍ଟ ୨୦୨୮ ସୁଦ୍ଧା ରିଲିଜ୍ ହୋଇାପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+