ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ 'ଅବତାର: ଦ ୱେ ଅଫ୍ ୱାଟର'
OTT'ପ୍ଲାଟଫର୍ମରେ ଖୁବ ଶୀଘ୍ର ରିଲିଜ୍ ହେବା ପାଇଁ ଯାଉଛି 'ଅବତାର: ଦ ୱେ ଅଫ୍ ୱାଟର' ।

Entertainment News: ହଲିଉଡ ଚଳଚ୍ଚିତ୍ର 'ଅବତାର: ଦ ୱେ ଅଫ୍ ୱାଟର'ଚଳିତ ବର୍ଷ ବିଶ୍ୱ ବକ୍ସଅଫିସରେ ଧମାକେଦାର ଆୟ କରିଥିଲା । ଜେମ୍ସ କାମେରନଙ୍କ ଏହି ପ୍ରସିଦ୍ଧ ସିନେମାକୁ ଦର୍ଶକଙ୍କର ବେଶ୍ ଭଲ ପାଇବା ମିଳିଥିଲା । ଏହି ଚଳଚ୍ଚିତ୍ର ମାଧ୍ୟମରେ ନିର୍ମାତା ନିଜ କ୍ରିଏଟିଭରେ ମାଧ୍ୟମରେ ଦର୍ଶକଙ୍କୁ ମତୁଆଲା କରିଥିଲେ । ଏହି ସୁପରହିଟ୍ ଚଳଚ୍ଚିତ୍ରଟି ବର୍ତ୍ତମାନ OTT'ପ୍ଲାଟଫର୍ମରେ ଖୁବ ଶୀଘ୍ର ରିଲିଜ୍ ହେବା ପାଇଁ ଯାଉଛି । ତେବେ ଏହି ଫିଲ୍ମକୁ ଯଦି ଆପଣ ମାନେ ସିନେମା ହଲରେ କୌଣସି କାରଣ ବସତଃ ଦେଖିପାରି ନାହଁନ୍ତି ତେବେ ପୁଣି ଥରେ ଆପଣଙ୍କ ପାଖରେ ରହିଛି ସୁଯୋଗ ।
ଏହି ଚଳଚ୍ଚିତ୍ରରେ ଜେମ୍ସ କ୍ୟାମେରନ୍ ନିଜ ଶୈଳୀରେ ଅଣ୍ଡର ୱାଟର ଦୁନିଆକୁ ନିଜ ଷ୍ଟାଇଲରେ ଦେଖାଇବା ପାଇଁ ଚେଷ୍ଟା କରିଛନ୍ତି । ଏହି ସିନେମାର VFXକୁ ବେଶ୍ ପ୍ରଶଂସା କରାଯାଇଥିଲା । ଏହି ଚଳଚ୍ଚିତ୍ରର VFX ଏହାର ପ୍ରଥମ ଭାଗ ଅପେକ୍ଷା ଅଧିକ ଉଚ୍ଚଧରଣର ରହିଥିଲା ଯାହା ସିନେମାର କାହାଣୀକୁ ଆଉ ଟିକେ ଖାସ ଏବଂ ସ୍ୱତନ୍ତ୍ର କରିବାରେ ସାହାଯ୍ୟ କରିଥିଲା । ଅବତାରର ଦ୍ୱତୀୟ ଭାଗକୁ ପୁରା ଦୁନିଆ ଉପଭୋଗ କରିଥିଲା । ମିଡିଆ ରିପୋର୍ଟ ଅନୁଯାୟୀ, ଜେମ୍ସ କ୍ୟାମେରନଙ୍କ ଏହି ଚଳଚ୍ଚିତ୍ରଟି ମୋଟ ୪୦୦ ମିଲିୟନ ଡଲାରରେ ନିର୍ମିତ ହୋଇଥିଲା ଏବଂ ଏହି ଚଳଚ୍ଚିତ୍ରଟି ୨.୨୮ ବିଲିୟନ ଡଲାରର ବ୍ୟବସାୟ କରି ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା ।
ଅବତାର ଦ୍ୱିତୀୟ ଭାଗ ୨୮ ମାର୍ଚ୍ଚରେ ଡିଜନି ପ୍ଲସ୍ ହଟଷ୍ଟାରରେ ସହ ଅନ୍ୟ କିଛି ଓଟିଟି ପ୍ଲାଟଫର୍ମରେ ମଧ୍ୟ ମୁକ୍ତିଲାଭ କରିବ । ହେଲେ ଆପଣଙ୍କୁ ଏହାକୁ ପ୍ରଥମେ କ୍ରୟ କରି ଦେଖିବା ପାଇଁ ପଡିବ । ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ଚଳଚ୍ଚିତ୍ରର ଡିଜିଟାଲ ସୋ ପାଇଁ ଭାରତୀୟ ଦର୍ଶକଙ୍କୁ ଟିକିଏ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ।












Click it and Unblock the Notifications