Avatar 2: ପାଣିରେ ନିଶ୍ୱାସ ବନ୍ଦ କରି ଅଭିନେତ୍ରୀ କରିଥିଲେ ସୁଟିଂ, ଜାଣନ୍ତୁ ଅବାତର ଚରିତ୍ରର ପଛର କିଛି କାହାଣୀ
Avatar 2: ପାଣିରେ ନିଶ୍ୱାସ ବନ୍ଦ କରି ଅଭିନେତ୍ରୀ କରିଥିଲେ ସୁଟିଂ, ଜାଣନ୍ତୁ ଅବାତର ଚରିତ୍ରର ପଛର କିଛି କାହାଣୀ
Avatar The Way Of Water: ଜେମ୍ସ କ୍ୟାମେରନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଅବତାର: ଦ ୱେ ଅଫ୍ ୱାଟର' ପ୍ରେକ୍ଷାଳୟରେ ରିଲିଜ୍ ହୋଇସାରିଛି । ଏହି ଚଳଚ୍ଚିତ୍ରର ପ୍ରଥମ ଭାଗ ୨୦୦୯ ମସିହାରେ ମୁକ୍ତିଲାଭ କରିଥିଲା, ଯାହା ସାରା ବିଶ୍ୱ ବକ୍ସ ଅଫସରେ ରାଜ୍ କରିଥିଲା ଏବଂ ବେଶ୍ ଭଲ ଆୟ ମଧ୍ୟ କରିଥିଲା । ୧୩ ବର୍ଷ ପରେ, ଫିଲ୍ମର ଦ୍ୱିତୀୟ ଭାଗ ରିଲିଜ୍ ହୋଇଛି, ଯାହାକୁ ସମାଲୋଚକମାନେ ପ୍ରଶଂସା କରୁଛନ୍ତି । ଚାଲନ୍ତୁ ଏହି ଚଳଚ୍ଚିତ୍ର ସହିତ ଜଡିତ କିଛି ରୋମାଞ୍ଚକ କଥା ଜାଣିବା ।

'ଅବତାର'ରେ ପାଣ୍ଡୋରା ନାମକ ଏକ କାଳ୍ପନିକ ଦୁନିଆ ଦେଖାଯାଇଛି । ଯେଉଁଠିକାର ଲୋକମାନେ ଦେଖିବା ପାଇଁ ମଣିଷଠାରୁ ଖୁବ୍ ଭିନ୍ନ । ନୀଳ ରଙ୍ଗର ଲୋକମାନେ ନାଭି ଭାଷାରେ କାଥା ବାର୍ତ୍ତା କରନ୍ତି । ଏହି ଭାଷା ଉଦ୍ଭାବନ କରାଯାଇଛି । ବାସ୍ତବରେ, ସାଉଥ୍ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର Paul Frommer 'ଅବତାର' ପାଇଁ ଏହି ଭାଷା ଲେଖିଥିଲେ ।
ଏହି ଚଳଚ୍ଚିତ୍ରରେ ନାଭି ଲୋକ ମାନଙ୍କୁ ସାଧାରଣ ଲୋକଙ୍କ ତୁଳନାରେ ବଡ଼ ଦେଖାଯାଇଛି । ବାସ୍ତବରେ, ଜେମ୍ସ କ୍ୟାମେରନ୍ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କ ମା ତାଙ୍କ ସ୍ୱପ୍ନରେ ୧୨ ଫୁଟ ଉଚ୍ଚର ମହିଳାଙ୍କୁ ଦେଖିଥିଲେ, ଯିଏ ନୀଳ ରଙ୍ଗର ଥିଲା । ଏହି ସ୍ୱପ୍ନ ବିଷୟରେ ମାଆ ତାଙ୍କ ପୁଅ ଜେମ୍ସ କାମେରନଙ୍କ ସହ ଆଲୋଚନା କରିଥିଲେ । ଯାହା ପରେ ସେ ସେ ନାଭି ଲୋକଙ୍କ ବିଷୟରେ ଚିନ୍ତା କରିଥିଲେ ।
'ଅବତାର ୨'ର ଟ୍ରେଲରରେ ମଣିଷ ଏବଂ ପାଣ୍ଡୋରା ବାସିନ୍ଦାଙ୍କ ମଧ୍ୟରେ ପାଣି ଭିତରେ ଯୁଦ୍ଧ ହେଉଥିବାର ଦୃଶ୍ୟ ଦେଖିବା ପାଇଁ ମିଳିଥିଲା । ଏଭଳି ପରିସ୍ଥିତିରେ ପାଣି ଭିତରେ ସୁଟିଂ କରିବା ସହଜ ନଥିଲା । ପାଣି ମଧ୍ୟରେ ସୁଟିଂ କରିବା ପାଇଁ କଳାକାର ମାନଙ୍କୁ ଖୁବ ପରିଶ୍ରମ କରିବା ପାଇଁ ପଡିଥିଲା । ମ୍ୟାନହାଟନ୍ ବିଚ୍ ଷ୍ଟୁଡିଓରେ ୯୪୦,୦୦୦ ଲିଟର ଜଳ କ୍ଷମତା ବିଶିଷ୍ଟ ଏକ ବଡ଼ ଟ୍ୟାଙ୍କ ନିର୍ମାଣ କରାଯାଇଥିଲା । ଏହି ଟ୍ୟାଙ୍କର୍ ମୋଟେଇ ୧୮ ଏବଂ ଲମ୍ବ ୩୬ ମିଟର ଏବଂ ଏହାର ଗଭୀରତା ୯ ମିଟରରେ ରଖାଯାଇଥିଲା ଯାହାଦ୍ୱାରା ଅଭିନେତାମାନେ ସହଜରେ ଏଥିରେ ପହଁରି ପାରିଥିଲେ ।
ଜେମ୍ସ କ୍ୟାମେରନ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଟ୍ୟାଙ୍କ ଭିତରେ ସୁଟିଂ କରିବା ପାଇଁ ଲାଇଟମ୍ୟାନ୍, କ୍ୟାମେରାମ୍ୟାନ୍ ଏବଂ ଅଭିନେତାମାନଙ୍କୁ ନିଶ୍ୱାସ ବନ୍ଦ କରିବା ପାଇଁ ପଡିଥିଲା । ଏହା ଏକ ବଡ଼ ଚ୍ୟାଲେଞ୍ଜିଂ କାମ ଥିଲା । 'ଅବତାର ୨' ଅଭିନେତ୍ରୀ କ୍ୟାଟ୍ ୱିନ୍ସଲେଟ୍ ଏକ ଦୃଶ୍ୟ ପାଇଁ ପ୍ରାୟ ୭ ମିନିଟ୍ ୨୦ ସେକେଣ୍ତ ପାଇଁ ନିଜ ନିଶ୍ୱାସ ବନ୍ଦ ରଖିଥିଲେ । 'ଅବତାର: ଦ ୱେ ଅଫ୍ ୱାଟର' ଡିସେମ୍ବର ୧୬ରେ ଇଂରାଜୀ ବ୍ୟତୀତ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ଭଳି ଭାଷାରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରଟି ୨୦୦୯ ହିଟ୍ ଫିଲ୍ମ 'ଅବତାର'ର ସିକ୍ୱେଲ୍ ଅଟେ । ୧୩ ବର୍ଷ ପରେ, ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ରିଲିଜ୍ କରାଯାଇଛି । ରିପୋର୍ଟ ଅନୁସାରେ ଏହି ଚଳଚ୍ଚିତ୍ରଟି ପ୍ରାୟ ୪୦୦ ମିଲିୟନ୍ ଡଲାରରେ ନିର୍ମାଣ କରାଯାଇଛି ।












Click it and Unblock the Notifications