ସାମ୍ନାକୁ ଆସିଲା'ଅବତାର ୩'ର ପ୍ରଥମ ଝଲକ, ଏତିକି ହଜାର କୋଟିରେ ତିଆରି ଚଳଚ୍ଚିତ୍ର, ସିନେମା ହଲରେ ରିଲିଜ ହେବ ଟ୍ରେଲର

ହଲିଉଡ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ପ୍ରଯୋଜକ ଜେମ୍ସ କ୍ୟାମେରନ୍‍ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଅବତାର: ଫାୟାର ଆଣ୍ଡ ଆଶ୍‍'ରେ ପାଣ୍ଡୋରାର ପରବର୍ତ୍ତୀ କାହାଣୀ ଦେଖିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ । କାରଣ ଅବତାର-୩ର ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇସାରିଛି । ପୋଷ୍ଟରରେ ଫିଲ୍ମର ଖଳନାୟକ 'ଭାରଙ୍ଗ'ର ପ୍ରଥମ ଝଲକ ଦେଖିବାକୁ ମିଳିଛି । ଏହାସହିତ ଏହାର ଟ୍ରେଲର ମଧ୍ୟ କେବେ ରିଲିଜ ହେବ ତାହା ମଧ୍ୟ ନିର୍ମାତା ଘୋଷଣା କରିଛନ୍ତି । ଏହାର ବଜେଟ୍‍ ୨୫କୋଟି ଆମେରିକୀୟ ଡଲାର ଅର୍ଥାତ୍‍ ୨୧,୫୬,୨୮,୫୮,୭୫୦ ଭାରତୀୟ ଟଙ୍କା ବୋଲି କୁହାଯାଉଛି ।

Avatar
'ଅବତାର' ଫ୍ରାଞ୍ଚାଇଜର ଏହି ନୂତନ ଅଧ୍ୟାୟ ଚଳିତ ବର୍ଷ ମୁକ୍ତିଲାଭ କରିବ । ଆସନ୍ତା ଡିସେମ୍ବର ୧୯ରେ ବିଶ୍ୱବ୍ୟାପୀ 'ଅବତାର-୩' ମୁକ୍ତିଲାଭ କରିବାକୁ ଥିବାରୁ ଫ୍ୟାନ୍ସମାନେ ଉକ୍ରଣ୍ଠାର ସହିତ ଏହାକୁ ଅପେକ୍ଷା କରିଛନ୍ତି । 'ଅବତାର-୩'ର ପ୍ରଥମ ଝଲକ ସାମ୍ନାକୁ ଆସିଛି । ଯାହାକି ପ୍ରଶଂସକଙ୍କ ହୃଦୟକୁ ଛୁଇଁଛି । ପ୍ରଥମ ପୋଷ୍ଟରରେ ଖଳନାୟକ 'ଭାରଙ୍ଗ'ଙ୍କ ମୁହଁ(ଫେସ୍‍) ଦେଖିଯାଇଛି । ଏହି ଚରିତ୍ରରେ ଔନା ଚାପଲିନ୍‍ ଅଭିନୟ କରୁଛନ୍ତି ।

ଭାରଙ୍ଗଙ୍କୁ ମାଙ୍ଗକ୍ୱାନ୍‍ ବଂଶ ବା ଆଶ୍‍ ପିପୁଲର ନେତା ବୋଲି କୁହାଯାଇଛି । ଯିଏକି ନାଭି ଜ୍ୱାଳାମୁଖୀ ନିକଟସ୍ଥ ଅଗ୍ନିମୟ ଅଞ୍ଚଳରେ ବାସ କରନ୍ତି, ଯାହା ପାଣ୍ଡୋରାର ପରିବେଶରେ ଏକ ନୂତନ ପରିମାଣ ଯୋଡିଥାଏ । ଭାରଙ୍ଗଙ୍କ ଚରିତ୍ର କାହାଣୀରେ ଏକ ଅନନ୍ୟ ମୁସ୍କିଲ ଯୋଡିବାକୁ ପ୍ରସ୍ତୁତ ହୋଇଛି । ନିର୍ମାତାମାନେ ପ୍ରଥମ ପୋଷ୍ଟର ରିଲିଜ କରି କହିଛନ୍ତି ଜୁଲାଇ ୨୫ରେ ହଲରେ ଏହାର ଟ୍ରେଲର ରିଲିଜ ହେବ । ଏକ୍ସରେ ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି 'ଅବତାର:ଫାୟାର ଆଣ୍ଡ ଆଶ୍‍'ରେ ଭାରଙ୍ଗଙ୍କୁ ଭେଟନ୍ତୁ । ଏହା ସହିତ ଏହି ସପ୍ତାହରେ ହଲରେ ଏହାର ଟ୍ରେଲର ଦେଖିବାକୁ ଭୁଲନ୍ତୁ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+