Avatar 2 Worldwide Collection: ୧ ବିଲିୟନ ଅତିକ୍ରମ କଲା 'ଅବତାର ୨'
Avatar 2 Worldwide Collection: ୧ ବିଲିୟନ ଅତିକ୍ରମ କଲା 'ଅବତାର ୨'
ମୁମ୍ବାଇ: ହଲିଉଡର ଭେଟେରାନ୍ ନିର୍ଦ୍ଦେଶକ ଜେମ୍ସ କ୍ୟାମେରନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଅବତାର: ଦ ୱେ ଅଫ୍ ୱାଟର' ଆୟରେ ଲାଗୁ ନାହିଁ ବ୍ରେକ୍ । ରିଲିଜ୍ ହେବାର ପ୍ରାୟ ୨ ସପ୍ତାହ ପରେ ମଧ୍ୟ 'ଅବତାର ୨' ର ରୋଜଗାର ବଢିବା ସହ ଏହାର କ୍ରେଜ୍ ମଧ୍ୟ କମିବାର ନାଁ ନେଉ ନାହିଁ । ତେବେ ଯଦି worldwide ଆୟ ଉପରେ ନଜର ପକାଇବା ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମର କଲେକ୍ସନ ପ୍ରାୟ ୧ ବିଲିୟନରେ ପହଞ୍ଚିସାରିଛି । ଯେଉଁଥିପାଇଁ ଏହି ଚଳଚ୍ଚିତ୍ର ଅନ୍ତର୍ଜାତୀୟ ସ୍ତରରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ଲିଷ୍ଟରେ ସାମିଲ ହୋଇ ସାରିଛି ।

ନୂଆ ବର୍ଷ ସହ ୱିକେଣ୍ତର ପୁରା ଫାଇଦା ନେଇଛି ଏହି ଫିଲ୍ମ । ରିପୋର୍ଟ ଅନୁଯାୟୀ, 'ଅବତାର: ଦ ୱେ ଅଫ୍ ୱାଟର' ତୃତୀୟ ସପ୍ତାହ ଶେଷରେ ସାରା ବିଶ୍ୱରେ ପ୍ରାୟ ୮୨.୪ ମିଲିୟନ ଡଲାର ରୋଜଗାର କରିଛି । ତେବେ ବର୍ତ୍ତମାନ 'ଅବତାର ୨' ର ମୋଟ୍ ଆୟ ୧.୩ ନିୟୁତ ଡଲାର ଅତିକ୍ରମ କରିସାରିଛି । ଯାହା ଭାରତୀୟ ମୁର୍ଦା ଅନୁସାରେ ୧ ବିଲିୟନରୁ ଅଧିକ । ଆନ୍ତର୍ଜାତୀୟ ସ୍ତରରେ 'ଅବତାର ୨' ୯୬୭ ମିଲିୟନ ଡଲାର ରୋଜଗାର କରିଛି ।
କେବଳ ଏତିକି ନୁହେଁ, ଜେମ୍ସ କ୍ୟାମେରନଙ୍କ ଚଳଚ୍ଚିତ୍ର 'ଅବତାର ୨'କୁ ଭାରତୀୟ ବକ୍ସ ଅଫିସରେ ମଧ୍ୟ ସଫଳତା ମିଳିଛି । ରିପୋର୍ଟ ଅନୁଯାୟୀ 'ଅବତାର ୨' ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୩୩୦ କୋଟିରୁ ଅଧିକ ଆୟ କରିସାରିଛି । ରବିବାର ଦିନ ଏହି ଫିଲ୍ମ ବକ୍ସ ଅଫିସରେ ପ୍ରାୟ ୧୭ କୋଟି ଟଙ୍କା ସଂଗ୍ରହ କରିଥିଲା । ତୃତୀୟ ୱିକଏଣ୍ତ ଶେଷରେ, 'ଅବତାର ୨' ଭାରତରେ ପ୍ରାୟ ୪୦ କୋଟିର ବ୍ୟବସାୟ କରିଛି । ଭାରତରେ ରୋଜଗାର ଦୃଷ୍ଟିରୁ 'ଅବତାର ୨' ହଲିଉଡର ବ୍ଲକବଷ୍ଟର ଚଳଚ୍ଚିତ୍ର Avengers: Endgameକୁ ମଧ୍ୟ ପଛରେ ପକାଇଛି ।












Click it and Unblock the Notifications