ରିଲିଜ୍ ହେଲା 'ଆବତାର୍ ୨', ସୋଶାଲ ମିଡିଆରେ କରୁଛି ଟ୍ରେଣ୍ତ୍

ରିଲିଜ୍ ହେଲା 'ଆବତାର୍ ୨', ସୋଶାଲ ମିଡିଆରେ କରୁଛି ଟ୍ରେଣ୍ତ୍

ମୁମ୍ବାଇ: 'ଅବତାର ୨' ବା 'ଅବତାର: ଦ ୱେ ଅଫ୍ ୱାଟର' ୨୦୨୨ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଏହି ଚଳଚ୍ଚିତ୍ର ଆଜି ସର୍ବଭାରତୀୟ ସ୍ତରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଜେମ୍ସ କେମରୁନଙ୍କ 'Avatar:The Way Of Water' ତାଙ୍କ ଚଳଚ୍ଚିତ୍ର 'ଅବତାର'ର ସିକ୍ୱେଲ ଅଟେ । ଏହା ଭିଜୁଆଲ୍ ଇଫେକ୍ଟ ପାଇଁ ଚର୍ଚ୍ଚାରେ ରହିଥିଲା । ଫିଲ୍ମ 'Avatar:The Way Of Waterରେ 'ପେଣ୍ଡୋରା ଏବଂ ଏହାର ବାସିନ୍ଦାମାନଙ୍କ କାହଣୀ ଦେଖିବା ପାଇଁ ମିଳୁଛି । ଚଳଚ୍ଚିତ୍ରର ଅତ୍ୟାଧୁନିକ VFX ଟେକ୍ନୋଲୋଜି ବ୍ୟବହାର କରାଯାଇଛି ଯାହା ଦର୍ଶକଙ୍କୁ ଆକୃଷ୍ଟ କରୁଛି ।

Avarar: The Way Of Water
ପ୍ରଶଂସକମାନେ ଉତ୍ସାହର ସହିତ 'ଅବତାର: ଦ ୱେ ଅଫ୍ ୱାଟର' ଫିଲ୍ମକୁ ଅପେକ୍ଷା କରିଥିଲେ । ବର୍ତ୍ତମାନ ଏହି ଫିଲ୍ମକୁ ପ୍ରେକ୍ଷାଳୟରେ ଦେଖିପାରିବେ । ସୋସିଆଲ ମିଡିଆରେ ଏହି ଫିଲ୍ମଟି ବେଶ୍ ପ୍ରଶଂସା ସାଉଁଟୁଛି । ଲୋକେ ଟ୍ୱିଟରରେ ଫିଲ୍ମର କ୍ଲିପ୍ ସେୟାର କରୁଛନ୍ତି । କେହି କେହି ଏହାକୁ ଏକ ଭିଜୁଆଲ୍ ଟ୍ରିଟ୍ ବୋଲି କହିଛନ୍ତି ଏବଂ କେହି କେହି ଫିଲ୍ମକୁ ବ୍ଲକବଷ୍ଟର ବୋଲି କହିବା ଆରମ୍ଭ କଲେଣି ।

ଜଣେ ୟୁଜର ଟ୍ୱିଟରରେ ଲେଖିନ୍ତି, 'ଏହା ଉତ୍ତମ ଟେକ୍ନୋଲୋଜିର ଏକ ଉଦାହରଣ । କ୍ୱାଟ୍ରିଚ୍ ପ୍ରତିଶୋଧ ନେବା ପାଇଁ ଫେରି ଆସିଛନ୍ତି, ସୁଲି ତାଙ୍କ ପରିବାରକୁ ବଞ୍ଚାଇ ପାରିବେ କି? କ୍ଲାଇମାକ୍ସ ଆପଣଙ୍କୁ ଇମୋସନାଲ୍ କରିଦେବ । ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି, '3D ଭିଜୁଆଲ୍ ଚମତ୍କାର, ଏହି ଚଳଚ୍ଚିତ୍ରକୁ ନିଶ୍ଚୟ ଦେଖିବା ଉଚିତ୍ ।

'ଅବତାର: ଦ ୱେ ଅଫ୍ ୱାଟର' ହେଉଛି ଏକ ଉତ୍କୃଷ୍ଟ ବିଜ୍ଞାନ କଳ୍ପନା ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର କ୍ରେଜ୍ ସାରା ବିଶ୍ୱରେ ଦେଖିବା ପାଇଁ ମିଳିଛି । ଟ୍ୱିଟରରେ ଲଗାତାର ଏହି ଫିଲ୍ମଟି ଟ୍ରେଣ୍ତରେ ରହିଛି । ଦମଦାର୍ ଭିଏଫଏକ୍ସ ଲୋକଙ୍କ ମନ ଜିଣୁଛି । ପୂର୍ବରୁ ଏହି ଫିଲ୍ମର ଟ୍ରେଲର ରେକଡ ସୃଷ୍ଟି କରିଥିଲା । ଏବେ ଫିଲ୍ମଟି ଅନେକ ରେକର୍ଡ ବ୍ରେକ୍ କରିବ ବୋଲି ଆଶା କରାଯାଉଛି । ରିଲିଜ୍ ପୂର୍ବରୁ ହିଁ ଏହି ଫିଲ୍ମର ୧୫ ହଜାରରୁ ଅଧିକ ଟିକେଟ୍ ବିକ୍ରି ହୋଇସାରିଥିଲା । 'ଅବତାର ୨' ର ଭିଏଫଏକ୍ସ, ସ୍ପେଶାଲ ଇଫେକ୍ଟ, ସାଉଣ୍ତ ଏବଂ ବ୍ୟାଗଗ୍ରାଉଣ୍ତ ମ୍ୟୁଜିକ୍ ଫିଲ୍ମକୁ ଏକ ନୂଆ ପରିଚୟ ଦେଉଛି । ଏହି ଫିଲ୍ମଟି ସବୁଠୁ ଦାମି ଚଳଚ୍ଚିତ୍ର ମଧ୍ୟରୁ ଗୋଟେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+