ଭାରତୀୟ ଦର୍ଶକଙ୍କ ମନ ଜିଣୁଛି 'ଅବତାର ୨', ଜାଣନ୍ତୁ ୭ ଦିନର ଆୟ

ଚଳଚ୍ଚିତ୍ରର ରୋଜଗାର ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । 'ଅବତାର ୨' ରିଲିଜ ହେବାର ସାତ ଦିନ ବିତିଗଲାଣି ଏବଂ ଫିଲ୍ମଟି ଖୁବ ଶିଘ୍ର ୨୦୦ କୋଟି କ୍ଲବରେ ସାମିଲ ହେବା ପାଇଁ ଯାଉଛି ।

Avatar 2 Box Office Collection : ଜେମ୍ସ କ୍ୟାମେରନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଅବତାର: ଦ ୱେ ଅଫ୍ ୱାଟର' ବା 'ଅବତାର ୨'ର କ୍ରେଜ୍ ସମଗ୍ର ବିଶ୍ୱରେ ଦେଖିବା ପାଇଁ ମିଳୁଛି । ଭାରତୀୟ ଦର୍ଶକଙ୍କ ମଧ୍ୟରେ ବି ଫିଲ୍ମର ବେଶ୍ ଉତ୍ସାହ ଦେଖିବା ପାଇଁ ମିଳୁଛି । ପ୍ରେକ୍ଷାଳୟରେ ସିନେପ୍ରେମୀଙ୍କର ଜବରଦସ୍ତ ଭିଡ ମଧ୍ୟ ଦେଖିବା ମିଳୁଛି । ସେହିପରି ଚଳଚ୍ଚିତ୍ରର ରୋଜଗାର ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । 'ଅବତାର ୨' ରିଲିଜ ହେବାର ସାତ ଦିନ ବିତିଗଲାଣି ଏବଂ ଫିଲ୍ମଟି ଖୁବ ଶିଘ୍ର ୨୦୦ କୋଟି କ୍ଲବରେ ସାମିଲ ହେବା ପାଇଁ ଯାଉଛି । ଚାଲନ୍ତୁ ଜାଣିବା 'ଅବତାର ୨'ର 'ସପ୍ତମ ଦିନର ଅର୍ଥାତ୍ ଆୟ ।

avatar

'ଅବତାର ୨'ର ସପ୍ତମ ଦିନର ଆୟ

ଭାରତୀୟ ବକ୍ସଅଫିସରେ 'ଅବତାର: ଦ ୱେ ଅଫ୍ ୱାଟର' ଜବରଦସ୍ତ ଆୟ କରୁଛି । ଓପନିଂ ଦିନରେ ଚଳଚ୍ଚିତ୍ରଟି ୪୦.୩ କୋଟି ଟଙ୍କା ଆୟ କରିଥିଲା । ଦ୍ୱିତୀୟ ଦିନରେ ସିନେମାଟି ୪୨.୫ କୋଟି ସଂଗ୍ରହ କରିଥିବାବେଳେ ତୃତୀୟ ଦିନରେ ଫିଲ୍ମର ଆୟ ୪୬ କୋଟିରେ ପହଞ୍ଚିଥିଲା, ଚତୁର୍ଥ ଦିନରେ ଫିଲ୍ମଟି ୧୮.୬ କୋଟି ସଂଗ୍ରହ କରିଛି । ସେହିପରି 'ଅବତାର ୨'ର ପଞ୍ଚମ ଦିନର ଆୟ ୧୬.୬୫ କୋଟି ରହିଥିଲା । ଏହି ଚଳଚ୍ଚିତ୍ରଟି ଷଷ୍ଠ ଦିନରେ ୧୫.୭୫ କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ସପ୍ତମ ଦିନରେ ଅର୍ଥାତ୍ ଗୁରୁବାର ଦିନ ଏହି ଫିଲ୍ମଟି ୧୩.୫୦ କୋଟିର ବ୍ୟବସାୟ କରିଛି। ଯାହାକୁ ମିଶାଇ ଫିଲ୍ମର ମୋଟ୍ ଆୟ ୧୯୩.୩୦ କୋଟିରେ ପହଞ୍ଚିଛି ।


ଦ୍ୱିତୀୟ ସପ୍ତାହରେ ୨୦୦ କୋଟି କ୍ଲବରେ ପ୍ରବେଶ କରିବ 'ଅବତାର ୨'

'ଅବତାର ୨' ବଢୁଥିବା ଆୟକୁ ଦେଖି ଏହା ସ୍ପଷ୍ଟ ହେଉଛି ଯେ ଖୁବ ଶିଘ୍ର ଅର୍ଥାତ୍ ଦ୍ୱିତୀୟ ସପ୍ତାହରେ ଏହି ଫିଲ୍ମଟି ୨୦୦ କୋଟି କ୍ଲବରେ ସାମିଲ ହେବାପାଇଁ ଯାଉଛି । ଭାରତର ୩୮୦୦ ରୁ ଅଧିକ ପରଦାରେ ଏହି ସିନେମଟି ମୁକ୍ତିଲାଭ କରିଥିଲା । ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଏହି ଚଳଚ୍ଚିତ୍ରଟି ବିଭିନ୍ନ ଆଞ୍ଚଳିକ ଭାଷାରେ ମଧ୍ୟ ରିଲିଜ୍ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+