'ଅବତାର ୨' ପ୍ରଥମ ଦିନରେ ଆୟ କଲା ଏତିକି କୋଟି

'ଅବତାର ୨' ପ୍ରଥମ ଦିନରେ ଆୟ କଲା ଏତିକି କୋଟି

'Avatar 2' Collection: ୨୦୦୯ ମସିହା ଅର୍ଥାତ୍ ୧୩ ବର୍ଷର ଦୀର୍ଘ ଅପେକ୍ଷା ପରେ, ହଲିଉଡର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଅବତାର'ର ପାର୍ଟ ୨ ରିଲିଜ୍ ହୋଇଛି । ରିଲିଜ୍ ହେବାର ପ୍ରଥମ ଦିନରେ 'ଅବତାର: ଦ ୱେ ଅଫ୍ ୱାଟର' ଏହା ପ୍ରମାଣ କରିଛି ଯେ, ପାର୍ଟ ୱାନ ପରି ଏହି ଚଳଚ୍ଚିତ୍ରଟି ମଧ୍ୟ ଆୟ ତୁଳନା ରେକର୍ଡ ବ୍ରେକ୍ କରିବା ପାଇଁ ଯାଉଛି । ହଲିଉଡ ନିର୍ଦ୍ଦେଶକ ଜେମ୍ସ କ୍ୟାମେରନଙ୍କ 'ଅବତାର ୨' ଓପନିଂ ଡେ'ରେ କେବଳ ଭାରତରେ ୪୦ କୋଟିରୁ ଅଧିକ ରୋଜଗାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Avatar The Way Of Water

ଶୁକ୍ରବାର ଦିନ ଭାରତର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା 'ଅବତାର ୨' ଜବରଦସ୍ତ ଆୟ କରିଛି । ଚଳଚ୍ଚିତ୍ର ସମାଲୋଚକ ତରନ ଆଦର୍ଶଙ୍କ ରିପୋର୍ଟ ଅନୁସାରେ 'ଅବତାର: ଦ ୱେ ଅଫ୍ ୱାଟର' ରିଲିଜ ହେବାର ପ୍ରଥମ ଦିନରେ ଭାରତୀୟ ବକ୍ସ ଅଫିସରେ ୪୧ କୋଟି ଟଙ୍କାର ଆୟ କରିଛି । Avengers:Endgame ଭାରତୀୟ ବକ୍ସ ଅଫିସରେ ପ୍ରଥମ ଦିନରେ ୫୩.୧୦ କୋଟି ଟଙ୍କା ଆୟ କରିଥିଲା । ସେହିପରି, 'ଅବତାର ୨' ୪୨ କୋଟି ଟଙ୍କାର ବ୍ୟବସାୟ କରି ଦ୍ୱିତୀୟ ନମ୍ବରରେ ରହିଛି । ଜେମ୍ସ କ୍ୟାମେରନଙ୍କ 'ଅବତାର: ଦ ୱେ ଅଫ୍ ୱାଟର' ଓପନିଂ ଡେ'ରେ ଜବରଦସ୍ତ ଆୟ କରି ରେକର୍ଡ ସୃଷ୍ଟି କରିଛି । ଦର୍ଶକ ମଧ୍ୟ ଏହି ସିନେମାକୁ ବେଶ୍ ଅଧିକ ଭଲ ପାଇବା ଦେଉଛନ୍ତି ।


'ଅବତାର: ଦ ୱେ ଅଫ୍ ୱାଟର' ଡିସେମ୍ବର ୧୬ରେ ଇଂରାଜୀ ବ୍ୟତୀତ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ଭଳି ଭାଷାରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରଟି ୨୦୦୯ ହିଟ୍ ଫିଲ୍ମ 'ଅବତାର'ର ସିକ୍ୱେଲ୍ ଅଟେ । ୧୩ ବର୍ଷ ପରେ, ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ରିଲିଜ୍ କରାଯାଇଛି । ରିପୋର୍ଟ ଅନୁସାରେ ଏହି ଚଳଚ୍ଚିତ୍ରଟି ପ୍ରାୟ ୪୦୦ ମିଲିୟନ୍ ଡଲାରରେ ନିର୍ମାଣ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+