କ୍ରିକେଟ ଓ ସିନେପ୍ରେମୀଙ୍କ ପାଇଁ ବଡ଼ ଖବର: ସାଉଥ୍ ଫିଲ୍ମରେ ନଜର ଆସିବେ ଡେଭିଡ୍ ଓ୍ବାର୍ନର
ଅଷ୍ଟ୍ରେଲିୟ କ୍ରିକେଟର ଡେଭିଡ୍ ଓ୍ବାର୍ନର ଭାରତୀୟ ପ୍ରଶଂସକଙ୍କୁ ବଡ଼ ସରପ୍ରାଇଜ ଦେଇଛନ୍ତି। ନିଜ ବ୍ୟାଟିଂ ଜରିଆରେ ପ୍ରଶଂସକଙ୍କ ମନ କିଣୁଥିବା ଓ୍ବାର୍ନର ଏବେ ନିଜ ଅଭିନୟ ମାଧ୍ୟମରେ ପ୍ରଶଂସକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଡେଭିଡ୍ ଓ୍ବାର୍ନର ଖୁବଶୀଘ୍ର ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ନଜର ଆସିବେ।
ପ୍ରାୟତଃ ସେ ଏବଂ ତାଙ୍କ ପିଲାମାନେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା'ର ଗୀତରେ ନୃତ୍ୟ କରୁଥିବା ନଜର ଆସିଥାଏ। ଏହାକୁ ନେଇ ପ୍ରଶଂସକ ତାଙ୍କୁ ଦକ୍ଷିଣ ଭାରତୀୟ ସିନେମା କରିବାକୁ ଡିମାଣ୍ଡ କରୁଥିଲେ। ଏବେ ତାହା ସତ ହେବାକୁ ଯାଉଛି। କାରଣ ସେ ଦକ୍ଷିଣ ଭାରତର ବଡ଼ ସିନେମାରେ ନଜର ଆସିବେ।

୧୨୩ ତେଲୁଗୁ ଡଟ୍ କମ୍ରେ ପ୍ରକାଶିତ ଏକ ଖବର ଅନୁଯାୟୀ ଓ୍ବାର୍ନର Nithinଙ୍କ ଏକ କମେଡି ଫିଲ୍ମ Robinhoodରେ ନଜର ଆସିବେ। ଫିଲ୍ମଟି ତାଙ୍କର ଡେବ୍ୟୁ ସିନେମା ହୋଇଥିବା ବେଳେ ମାର୍ଚ୍ଚ ୨୮ରେ ରିଲିଜ ହେବ। ଏହାର ଗୋଟିଏ କିମ୍ବା ଦୁଇ ଦିନ ପରେ ସଲମାନ ଖାନ୍ଙ୍କ 'ସିକନ୍ଦର' ମଧ୍ୟ ସିନେମାଘରେ ରିଲିଜ ହେବ।
ରବିନହୁଡର ପ୍ରଯୋଜକ ରବି ଶଙ୍କର Kingstonର ପ୍ରମୋଶନ ସମୟରେ ଏହି ଖବରକୁ କନଫର୍ମ କରିଛନ୍ତି। Venky Kudumulaଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଏହି ସିନେମାରେ ଓ୍ବାର୍ନରଙ୍କ Cameo ରହିବ। ଫିଲ୍ମ ଲାଗି ଓ୍ବାର୍ନର ଦିନକୁ ୧ କୋଟି ଟଙ୍କା ଚାର୍ଜ କରିଛନ୍ତି। ତେବେ ଏହା ଜଣାପଡ଼ିବା ପରେ ଓ୍ବାର୍ନରଙ୍କ ଭାରତୀୟ ପ୍ରଶଂସକ ଖୁସିବ୍ୟକ୍ତ କରିଛନ୍ତି।
ଇଦ୍ରେ ସଲମାନଙ୍କ ସିନେମା 'ସିକନ୍ଦର' ରିଲିଜ ହେବାକୁ ଯାଉଛି। ମାର୍ଚ୍ଚ ୩୦ରେ ଏହା ରିଲିଜ ହେବ। ତେବେ ରବିନହୁଡ୍ରେ ଓ୍ବାର୍ନରଙ୍କ ଏଣ୍ଟ୍ରି ସିକନ୍ଦର ପାଇଁ ଅଡ଼ୁଆ ବଢ଼ାଇପାରେ।












Click it and Unblock the Notifications