ପଞ୍ଜାବୀ ସିଙ୍ଗର ଅଲଫାଜଙ୍କ ଉପରେ ଆକ୍ରମଣ, ଏପରି କହିଲେ ହନି ସିଂହ...

ପଞ୍ଜାବୀ ସିଙ୍ଗର ଅଲଫାଜଙ୍କ ଉପରେ ଆକ୍ରମଣ, ଏପରି କହିଲେ ହନି ସିଂହ...

ଚଣ୍ତିଗଡ଼: ପ୍ରସିଦ୍ଧ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ପରେ ଆଉ ଜଣେ ଗାୟକଙ୍କୁ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ଶନିବାର ଦିନ ଫେମସ ପଞ୍ଜାବୀ ସିଙ୍ଗର ଅମନଜୋଚ ସିଂହ ଓରଫ ଅଲଫାଜଙ୍କ ଉପରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମୋହାଲି ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା । ଏହି ମାମଲାରେ ପଞ୍ଜାବ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ନାଁ ଭିକି ବୋଲି ସୂଚନା ରହିଛି ।

Alfaz Singh

ସୂଚନା ଅନୁସାରେ, ଶନିବାର ରାତିରେ ଅଲ୍‌ଫାଜ ନିଜର କିଛି ବନ୍ଧୁ ଗୁରପ୍ରୀତ, ତେଜି ଏବଂ କୁଲ୍‌ଜିତ୍‌ଙ୍କ ସହିତ ପାଲ୍‌ ଢାବାକୁ ଖାଇବା ପାଇଁ ଯାଇଥିଲେ । ଯେଉଁଠି ଟଙ୍କା ପଇସା ମାମଲାରେ ତାଙ୍କର ରାୟପୁର ରାଣୀ ନିବାସୀ ଭିକି ଓରଫ ବିଶାଲ ଓ ଢାବା ମାଲିକଙ୍କ ସହିତ ଝଗଡ଼ା ହୋଇଥିଲା । ଅଭିଯୁକ୍ତ ଭିକି ଘଟଣାସ୍ଥଳରୁ ଢାବା ମାଲିକଙ୍କ ଅଟୋ ନେଇ ଯେଠୁ ପଳାଇଯିବା ପାଇଁ ଉଦ୍ୟମ କରିଥିଲା । ଗାୟକ ଅଲଫାଜ ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିବା ସମୟରେ ସେ ଭିକି ତାଙ୍କ ଉପରେ ଅଟୋ
ଚଢାଇ ଦେଇଥିଲା । ଏଥିରେ ଅଲଫାଜ ଗୁରୁତର ଆହତ ହୋଇଥିଲେ । ତାଙ୍କ ମୁଣ୍ତ, ହାତ, ଗୋଡରେ ଆଘାତ ଲାଗିଛି । ଏକ ଘରୋଇ ଡାକ୍ତର ଖାନାରେ ତାଙ୍କର ଚିକିତ୍ସା ଜାରି ରହିଛି ।

ଗାୟକ ଅଲଫାଜଙ୍କ ସ୍ଥ୍ୟାସ୍ଥ୍ୟ ଅବସ୍ଥାକୁ ନେଇ ବଲିଉଡ ଗାୟକ ହନି ସିଂ କହିଛନ୍ତି ଯେ 'ଅଲଫାଦ ଏବେ ଆଇସିୟୁରେ ଅଛନ୍ତି । ତାଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ '। ସେ ଏହା ମଧ୍ୟ କହିଛନ୍ତି ଯେ ଭାଇ ଅଲ୍‌ଫାଜଙ୍କ ଉପରେ ଆକ୍ରମଣ ହୋଇଛି। ଆକ୍ରମଣ ପାଇଁ ଯିଏ ଯୋଜନା କରିଥାଉ ନା କାହିଁକି ତାଙ୍କୁ ଛାଡାଯିବ ନାହିଁ।' ଏଥିସହ ଅଭିଯୁକ୍ତକୁ ଗିରଫ କରାଯାଇଥିବାରୁ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ହନି ସିଂହ।

ସେପଟେ ଫ୍ୟାନ୍ସ ମଧ୍ୟ ସୋସିଆଲ ମିଡିଆରେ ଅଲଫାଦଙ୍କ ପାଇଁ ପ୍ରାର୍ଥନ କରୁଛନ୍ତି । ଅଲଫାଦ ଜଣେ ଫେମସ୍ ସିଙ୍ଗର । ଏହା ସହ ସେ ଜଣେ ଅଭିନେତା, ମଡେଲ ଓ ରାଇଟର ମଧ୍ୟ । ସେ ୨୦୧୧ ମସିହାରେ ପଞ୍ଜାବୀ ଗୀତ 'ହାୟେ ମେରା ଦିଲ୍'ରୁ ମ୍ୟୁଜିକ୍ ଇଣ୍ତଷ୍ଚ୍ରିରେ ପାଦ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+