ତିନି ମାସ ମଧ୍ୟରେ ବିବାହ କରିପାରନ୍ତି ଆଥିୟା -କେଏଲ୍ ରାହୁଲ
Athiya Shetty-KL Rahul's wedding ,,,,ତିନି ମାସ ମଧ୍ୟରେ ବିବାହ କରିପାରନ୍ତି ଆଥିୟା -କେଏଲ୍ ରାହୁଲ
ମୁମ୍ବାଇ: ନିଜ ଲଭ୍ ଷ୍ଟୋରୀକୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଆଥିୟା ଓ କ୍ରିକେଟର କେ ଏଲ୍ ରାହୁଲ ଖୁବ ଶିଘ୍ର କରିପାରନ୍ତି ବିବାହ । ଯାହାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ସୁନିଲ୍ ସେଟ୍ଟୀଙ୍କ ଝିଅ ଆଥିୟା ରାହୁଲଙ୍କୁ ୩ବର୍ଷ ହେଲା ଡେଟ୍ କରୁଥିଲେ ।ଅନେକ ଥର ଏହି ଯୋଡିକୁ ଏକାଠି ମଧ୍ୟ ଦେଖିବା ପାଇଁ ମିଳିଥାଏ ।ପରସ୍ପରକୁ ସୋସିଆଲ ମିଡିଆରେ ଫୋଟ ସେୟାର କରି ବର୍ଥ ଡେ ୱିସ୍ କରିବାଠୁ ଆରମ୍ଭ କରି ଅନେକ ଭ୍ୟାକେସନ୍ ମଧ୍ୟ ଏକାଠି ଏଞ୍ଜୟ କରିବା ଫୋଟ ନିଜ ଫ୍ୟାନ୍ସଙ୍କ ସହ ସେୟାର କରନ୍ତି । ଉଭୟଙ୍କୁ ଫ୍ୟାନ୍ସଙ୍କର ଖୁବ ଭଲ ପାଇବା ମଧ୍ୟ ମିଳିଥାଏ ।

କ୍ରିକେଟର ରାହୁଲଙ୍କର ଜର୍ମାନୀରରେ ସଫଳ ସର୍ଜରୀ ପରେ ଉଭୟ ଏବେ ସୁସ୍ଥ ଅଛନ୍ତି ।ମିଡିଆ ରିପୋର୍ଟ ଅନୁସାରେ ୩ ମାସ ଭିତରେ ମୁମ୍ବାଇରେ ବିବାହ କରିପାରନ୍ତି ଏହି ସେଲିବ୍ରିଟି ଯୋଡି ।ପୂର୍ବରୁ ମଧ୍ୟ ଉଭୟଙ୍କ ବିବାହ ଖବରକୁ ନେଇ ଚର୍ଚ୍ଚା ହେଇଥିଲା ।ତେବେ ସୂଚନା ଏହା ମଧ୍ୟ ରହିଛି ଯେ ଦୁଇ ପରିବାର ବିବାହକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।ବିବାହର ସମସ୍ତ
ପ୍ରସ୍ତୁତି ନିଜେ ଆଥିଆ କରୁଛନ୍ତି ।
ପୂର୍ବରୁ ମଧ୍ୟ ଅନେକ ବଲିଉଡ ଅଭିନେତ୍ରୀ ଓ କ୍ରିକେଟ୍ ତାରଙ୍କର ବିବାହ ହୋଇସାରିଛି । ଏହା ମଧ୍ୟରେ ଅନୁଷ୍କା ଓ ବିରାଟ କୋହଲିଙ୍କ ବିବାହ ରହିଥିଲା ଅଧିକ ଚର୍ଚ୍ଚାରେ ।












Click it and Unblock the Notifications