ଅଭିନେତ୍ରୀଙ୍କ ଠାରୁ ED ଜବତ କଲା ୩୪ କୋଟି ଟଙ୍କାର ସମ୍ପତ୍ତି
କନ୍ନଡ଼ ସୁନା ଚୋରା ଚାଲାଣ ମାମଲାରେ ଜଡିତ ରହିଛନ୍ତି ଅଭିନେତ୍ରୀ ରଣ୍ୟା ରାଓ । ସେହି କାରଣରୁ ତାଙ୍କଠାରୁ ୩୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ED । ଏହି କାର୍ଯ୍ୟାନୁଷ୍ଠାନ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ନିଆଯାଇଛି । ସିବିଆଇ ଏବଂ ଡିଆରଆଇର ଅଭିଯୋଗ ପରେ ଇଡି ଏହି ମାମଲା ପଞ୍ଜିକୃତ କରିଛି । ସୂଚନାନୁଯାୟୀ, ଅଭିନେତ୍ରୀଙ୍କ ଉପରେ ୧୨.୫୬ କୋଟି ଟଙ୍କାର ସୁନା ରକିବାର ଅଭିଯୋଗ ରହିଛି । ମାର୍ଚ୍ଚ ମାସରେ ଦୁବାଇରୁ ଆସିବା ପରେ ରଣ୍ୟା ରାଓଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରେ ଗିରଫ କରାଯାଇଥିଲା ।

୩୪.୧୨ କୋଟି ଟଙ୍କାର ସମ୍ପତ୍ତି ମଧ୍ୟରେ ଭିକ୍ଟୋରିଆ ଲେଆଉଟରେ ଏକ ଘର, ବେଙ୍ଗାଲୁରୁର ଅର୍କାବତି ଲେଆଉଟରେ ଏକ ପ୍ଲଟ୍, ଟୁମକୁରରେ ଏକ ଶିଳ୍ପ ଜମି ଏବଂ ଅନେକେଲ ତାଲୁକରେ କୃଷି ଜମି ଜବତ କରାଯାଇଛି । ଏହି ମାମଲାରେ ED ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଅନ୍ୟପଟେ ତାଙ୍କଠାରୁ ୧୨.୫୬ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୪.୨ କିଲୋଗ୍ରାମ ସୁନା ଜବତ ହୋଇଛି। ଏକ ସୂଚନା ଆଧାରରେ କାର୍ଯ୍ୟ କରି ଡିଆରଆଇ ଅଧିକାରୀମାନେ ଅଭିନେତ୍ରୀଙ୍କୁ ଅଟକ ରଖିଛନ୍ତି ବୋଲି ଡିଆରଆଇ ଅଧିକାରୀ କହିଛନ୍ତି । ଏହାରି ମଧ୍ୟରେ ED ବର୍ତ୍ତମାନ ଏହି ଘଟଣାର ଅଧିକ ତଦନ୍ତ କରୁଛି । ଏହି ଚୋରା ଚାଲାଣରେ ଆଉ କିଏ ସାମିଲ ରହିଛନ୍ତି । ସେ ସମ୍ପର୍କରେ ଜାଣିବାକୁ ସେମାନେ ଚେଷ୍ଟା କରୁଛନ୍ତି । ଏହା ସହିତ, ଏହି ଟଙ୍କା କେଉଁଥି ପାଇଁ ବ୍ୟବହାର ହୋଇଥିଲା ସେ ସମ୍ପର୍କରେ ମଧ୍ୟ ସେମାନେ ତଦନ୍ତ କରୁଛନ୍ତି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications