OTT ପ୍ଲାଟଫର୍ମରେ ଧମାଲ ମଚାଇବ ଆଶ୍ରମ ସିଜନ 3
OTT ପ୍ଲାଟଫର୍ମରେ ଧମାଲ ମଚାଇବ ଆଶ୍ରମ ସିଜନ 3 । ରିଲିଜ ହେଲା ଟ୍ରେଲର ।
ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବଲିଉଡ ଅଭିନେତା ବବି ଦେଓଲଙ୍କ ୱେବ୍ ସିରିଜ୍ 'ଆଶ୍ରମ' ସିଜନ 3 । ସିଜନ୍ 2 ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଛି ଏବଂ ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ 'ଆଶ୍ରମ ସିଜନ୍ 3' କୁ ଅପେକ୍ଷା କରିଛନ୍ତି । ତେବେ ରିଲିଜ ହୋଇଛି ଏହାର ଟ୍ରେଲର।

ଟ୍ରେଲରରେ ଦେଖାଯାଉଛି ଯେ ବାବା ନିରଲାଙ୍କ ଦ୍ବାର ଖୋଲିଛି ଏବଂ ଆସ୍ଥା ନାମରେ ପୁଣି ଥରେ ସେ କପଟୀ ପୋଷାକ ପିନ୍ଧିଥିବାର ନଜର ଆସିବେ । ଟ୍ରେଲରର 1 ମିନିଟ 11 ସେକେଣ୍ଡ ଭିଡିଓରେ ପୁଣି କାଶୀପୁର ବାବାଙ୍କ ରାଜ୍ୟ ଦେଖାଯାଇଛି ।
ଟ୍ରେଲର ଦେଖି ଦର୍ଶକଙ୍କ ଆଗ୍ରହ ଆହୁରି ବଢିଚାଲିଛି। ଟ୍ରେଲରରେ ଇଶା ଗୁପ୍ତାଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ଯିଏକି ବବି ଦେଓଲଙ୍କୁ ତାଙ୍କ ସୌନ୍ଦର୍ଯ୍ୟରେ ମତୁଆଲା କରୁଛନ୍ତି । ପ୍ରକାଶ ଝା'ଙ୍କ ଦ୍ୱାରା ନିର୍ମିତ ଏବଂ ନିର୍ଦ୍ଦେଶିତ, ଏହି ସିରିଜ୍ OTT ପ୍ଲାଟ୍ଫର୍ମ MX ପ୍ଲେୟାରରେ ସମ୍ପୂର୍ଣ୍ଣ ମାଗଣାରେ ଦେଖାଯାଇପାରିବ। ଟ୍ରେଲର୍ ରିଲିଜ୍କୁ ନେଇ ସୂଚନା ଦେଇ ଅଭିନେତା ବବି ଦେଓଲ୍ ମଧ୍ୟ ଏହି ପୋଷ୍ଟ୍କୁ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି ।
ଏହି ୱେବ୍ ସିରିଜ୍ର କାହାଣୀ ଡ୍ରଗ୍ସ, ଦୁଷ୍କର୍ମ ଏବଂ ରାଜନୀତି ଉପରେ ଆଧାରିତ। 'ଆଶ୍ରମ 3' ରେ ଅଭିନେତା ବବି ଦେଓଲ ଏବଂ ଈଶା ଗୁପ୍ତାଙ୍କ ବ୍ୟତୀତ ଆଦିତ୍ୟ ପୋହନକର, ଚନ୍ଦନ ରାୟ ସାନ୍ୟାଲ, ଦର୍ଶନ କୁମାର, ଅନୁପ୍ରିୟା ଗୋୟନକା, ସଚିନ ଶ୍ରଫ୍, ଅଦ୍ୟୟନ ସୁମନ, ତ୍ରିଧା ଚୌଧୁରୀ, ବିକ୍ରମ କୋଚର, ଅନୁରିତା କେ ଝା, ରୁଶାଦ ରାଣା, ତନ୍ମୟ ରଞ୍ଜନ, ପ୍ରୀତି ସୁଦ୍, ରାଜୀବ ସିଦ୍ଧାର୍ଥ ଓ ଜୟା ସିଲ୍ ଘୋଷ ଆଦି ନଜର ଆସିବେ। ଜୁନ୍ 3ରେ, ୱେବ୍ ସିରିଜଟି ଏମ୍ଏକ୍ସ ପ୍ଲେୟାରରେ ମୁକ୍ତିଲାଭ କରିବ ।












Click it and Unblock the Notifications