୬୦ ବର୍ଷ ବୟସରେ ହେଲା ପ୍ରେମ:ନିଜଠୁ ୧୦ ବର୍ଷ ସାନ ମହିଳାଙ୍କୁ ବିବାହ କଲେ Ashish Vidyarthi

ମୁମ୍ବାଇ: ଆଜିକାଲି ବଲିଉଡ ଅଭିନେତା ଆଶିଷ ବିଦ୍ୟାର୍ଥୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଭିନେତା 60 ବର୍ଷ ବୟସରେ ଦ୍ୱିତୀୟ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଅଭିନେତାଙ୍କ ଦ୍ୱିତୀୟ ପତ୍ନୀ ରୁପାଲି ବରୁଆ ମଧ୍ୟ ଲାଇମ୍ ଲାଇଟରେ ଅଛନ୍ତି । ଆସନ୍ତୁ ଜାଣିବା ଉଭୟଙ୍କ ମଧ୍ୟରେ କେତେ ରହିଛି ବୟସ ପାର୍ଥକ୍ୟ ଏବଂ କିପରି ହୋଇଥିଲା ଉଭୟଙ୍କ ପ୍ରଥମ ଦେଖା ।

ରୁପାଲି ଏବଂ ଆଶିଷଙ୍କର କିପରି ହେଲା ଦେଖା
ବିବାହ ପରେ ଆଶିଷ ଇ-ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ରୁପାଲିଙ୍କ ସହ ତାଙ୍କର ପ୍ରଥମ ଦେଖା ବିଷୟରେ ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ । ସେ କହିଥିଲେ, "ଜୀବନର ଏହି ପର୍ଯ୍ୟାୟରେ ରୁପାଲିଙ୍କୁ ବିବାହ କରିବା ଏକ ସାଧାରଣ କଥା । ଏହା ଏକ ଲମ୍ବା କାହାଣୀ। ଆମେ କିଛି ସମୟ ପୂର୍ବରୁ ଭେଟିଥିଲୁ ଏବଂ ସମ୍ପର୍କକୁ ଆଗକୁ ନେବାକୁ ସ୍ଥିର କରିଥିଲୁ । କିନ୍ତୁ ଆମେ ଦୁହେଁ ସାଧାରଣ ଭାବେ ବିବାହ କରିବା ପାଇଁ ଚାହୁଁଥିଲୁ କେବଳ ପରିବାର ସହ । "

ashish vidyarthi

ଆଶିଷ ଏବଂ ରୁପାଲିଙ୍କ ମଧ୍ୟରେ କେତେ ବୟସ ପାର୍ଥକ୍ୟ
ଆଶିଷ ବିଦାର୍ଥୀଙ୍କୁ 60 ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ଦ୍ୱିତୀୟ ପତ୍ନୀ ରୁପାଲିଙ୍କୁ ପ୍ରାୟ 50 ବର୍ଷ । ତେବେ ଉଭୟଙ୍କ ମଧ୍ୟରେ ପ୍ରାୟ 10 ବର୍ଷର ବୟସ ପାର୍ଥକ୍ୟ ରହିଛି । ହେଲେ ଉଭୟ ବିବାହ କରି ବେଶ ଖୁସ ଅଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଉଭୟଙ୍କର ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । କିଛି ଫ୍ୟାନ୍ସ ଉଭୟଙ୍କ ପ୍ରଶଂସା କରୁଥିବା ବେଳେ କିଛି ଟ୍ରୋଲ କରୁଛନ୍ତି ।

ରିପୋର୍ଟ ଅନୁସାରେ, ଆଶିଷ ଏବଂ ରୁପାଲି ଗତ 25 ମେ ସନ୍ଧ୍ୟାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କିଛି ବନ୍ଧୁ ଓ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଉଭୟ ପରସ୍ପରର ଜୀବନସାଥୀ ସାଜିବାର ନିଷ୍ପତ୍ତି ନେଇଛନ୍ତି । ଉଭୟ କୋଲକତା କୋର୍ଟରେ ବିବାହ କରିଥିବା ନେଇ ଖବର ରହିଛି । ରୁପାଲି ଆସାମର ହୋଇଥିବାରୁ ସେ ସେଠାରେ ଥିବା ସଂସ୍କୃତି ଅନୁସରଣ କରି ଏକ ପାରମ୍ପାରିକ ପୋଷାକ ପିନ୍ଧିଥିଲେ ହେଲେ ଆଶିଷ ସାଉଥ ଲୁକରେ ନଜର ଆସିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+