Get Updates
Get notified of breaking news, exclusive insights, and must-see stories!

ପଠାନ ବିବାଦ: ଲୋକଙ୍କ ଚିନ୍ତାଧାରା ଛୋଟ ହୋଇଯାଇଛି- ଅଭିନେତ୍ରୀ ଆଶା ପାରେଖ

ପଠାନ ବିବାଦ:ଲୋକଙ୍କ ଚିନ୍ତାଧାରା ଛୋଟ ହୋଇଯାଇଛି: ଅଭିନେତ୍ରୀ ଆଶା ପାରେଖ

ମୁମ୍ବାଇ: ଶାହରୁଖ ଖାନ ଏବଂ ଦୀପିକା ପାଦୁକୋଣଙ୍କ ଚଳଚ୍ଚିତ୍ର 'ପଠାନ'ର 'ବେଶରମ ରଙ୍ଗ' ଗୀତକୁ ଲଗାତର ଟ୍ରୋଲ କରାଯାଉଛି । ଯେଉଁଥି ପାଇଁ ଫିଲ୍ମକୁ ବୟକଟ୍ କରିବା ପାଇଁ ମଧ୍ୟ ଦାବି କରାଯାଉଛି । ଏହି ଗୀତରେ ଦୀପିକା 'ଗେରୁଆ ରଙ୍ଗର' ବିକିନୀ ପିନ୍ଧିଥିବାର ନଜର ଆସିଥିଲେ ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ଦୀପିକା ଏବଂ ଶାହାରୁଖ ଖାନଙ୍କୁ ହତ୍ୟା ଧମକ ମିଳିଥିବାର ସୂଚନା ରହିଛି । ଯାହାକୁ ନେଇ ବର୍ତ୍ତମାନ ଭେଟେରାନ୍ ଅଭିନେତ୍ରୀ ଆଶା ପାରେଖ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ବିକିନୀକୁ ନେଇ କୌଣସି ବିବାଦ ଦେଖିବା ପାଇଁ ମିଳୁନଥିଲା, ହେଲେ ଏବେ ବିକିନୀର ରଙ୍ଗ ଉପରେ ପ୍ରଶ୍ନ ଉଠିଛି । ସେ ଏହା ମଧ୍ୟ କହିଛନ୍ତି ଯେ, ଲୋକଙ୍କ ଚିନ୍ତାଧାରା ଦିନ କୁ ଦିନ ଛୋଟ ହୋଇଯାଉଛି ।

ଆଜି ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଆଶା ପାରେଖ କହିଛନ୍ତି, 'ଚଳଚ୍ଚିତ୍ରର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କର ମନୋରଞ୍ଜନ କରିବା । ତେବେ ଫିଲ୍ମର ନାଁ କିଛି ବି ରଖାଯାଉ ବା ଅଭିନେତ୍ରୀ କୌଣସି ରଙ୍ଗର ବି ପୋଷାକ ପିନ୍ଧନ୍ତୁ ତାହାର ପ୍ରଭାବ ଫିଲ୍ମ ଉପରେ ପଡିବା ଉଚିତ୍ ନୁହେଁ । ଏହି କାରଣରୁ ଧିରେ ଧିରେ ଫିଲ୍ମ ଇଣ୍ତଷ୍ଟ୍ରି ମରିବାକୁ ଲାଗିଲାଣି । ଦିନକୁ ଦିନ ପରିସ୍ଥିତି ଖରାପ ହେବାରେ ଲାଗିଛି । ବୟକଟ୍ ଏବଂ ବ୍ୟାନ୍ ଦାବି ପାଇଁ ସିନେମା ଇଣ୍ତଷ୍ଟ୍ରିକୁ ଅନେକ କ୍ଷତି ସହିବା ପାଇଁ ପଡୁଛି । ସେ ଆହୁରି କହିଛନ୍ତି ଯେ, ଯଦି ଫିଲ୍ମ ଫ୍ଲପ୍ ଏପରି ଜାରି ରୁହେ ତେବେ ଅନ୍ୟ ଚଳଚ୍ଚିତ୍ର କିପରି ତିଆରି ହେବ?

Besharam Controversy
ଲୋକଙ୍କ ଚିନ୍ତାଧାରା ଛୋଟ ହୋଇଯାଇଛି

ଆଶା ପାରେଖ କହିଛନ୍ତି ଯେ, ତାଙ୍କ ସମୟରେ ବିକିନୀକୁ ନେଇ କୌଣସି ବିବାଦ ସୃଷ୍ଟି ହେଉନଥିଲା, କିନ୍ତୁ ବର୍ତ୍ତମାନ ବିକିନି ରଙ୍ଗକୁ ନେଇ ମଧ୍ୟ ବିବାଦ ଦେଖିବା ପାଇଁ ମିଳୁଛି । ଲୋକଙ୍କ ଚିନ୍ତାଧାରା ଦିନ କୁ ଦିନ ଛୋଟ ହୋଇଯାଉଛି । ଏହା ବ୍ୟତୀତ ସେ କହିଛନ୍ତି ଯେ, ବଲିଉଡ ସର୍ବଦା ଟାର୍ଗେଟରେ ରହିଆସିଛି ।

ଏହି ତାରିଖରେ ରିଲିଜ ହେବ 'ପଠାନ'

ଶାହରୁଖ ଖାନ ଏବଂ ଦୀପିକା ପାଦୁକୋଣଙ୍କ ଫିଲ୍ମ ପଠାନ ୨୫ ଜାନୁୟାରୀ ୨୦୨୩ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଜନ୍ ଅବ୍ରହାମ ମଧ୍ୟ ଏଥିରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+