ୱେବ୍ ସରିଜରେ ଡେବ୍ୟୁ କରିବେ ଆର୍ଯ୍ୟନ୍ ଖାନ୍
ମୁମ୍ବାଇ:ଗତ କିଛି ଦିନ ହେବ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ ଲାଇମଲାଇଟରେ ଅଛନ୍ତି । ନିକଟରେ ଆର୍ଯ୍ୟନ ଖାନଙ୍କ ନିର୍ଦ୍ଦେଶିତ ଏକ ବିଜ୍ଞାପନରେ କିଙ୍ଗ୍ ଖାନଙ୍କୁ ଦେଖିବା ପାଇଁ ମିଳିଥିଲା । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବର୍ତ୍ତମାନ ଆର୍ଯ୍ୟନ ଖାନ ବଲିଉଡରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଯୁବ ନିର୍ମାତା ଆର୍ଯ୍ୟନ ଖାନ ନେଟଫ୍ଲିକ୍ସରେ ଏକ ୱେବ୍ ଶୋ'ର ନିର୍ଦ୍ଦେଶନା ଦେବେ । 'ଷ୍ଟାରଡମ୍' ନାମକ ଏକ ୱେବ୍ ସିରିଜରେ ସହ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି ଆର୍ଯ୍ୟନ୍ ଖାନ ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଡିସେମ୍ବର ୨୦୨୨ରେ ଆର୍ଯ୍ୟନ ଖାନ ନିର୍ଦ୍ଦେଶକ ଭାବେ କ୍ୟାରିୟର ଆରମ୍ଭ କରୁଛନ୍ତି ବୋଲି ସୂଚନା ଦେଇଥିଲେ । ସେ ସୋସିଆଲ ମିଡିଆରେ ଏକ ସ୍କ୍ରିପ୍ଟର ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ । ତେବେ ଫ୍ୟାନ୍ସ ଆର୍ଯ୍ୟନ ଖାନଙ୍କ ୱେବ୍ ସିରିଜ୍ ଦେଖିବା ପାଇଁ ଉତ୍ସାହିତ ସହ ଅପେକ୍ଷା କରିଛନ୍ତି । ଆର୍ଯ୍ୟନଙ୍କ ନୂଆ କାର୍ଯ୍ୟ ପାଇଁ ତାଙ୍କୁ ମା'ଗୌରୀ ଖାନ, ଶାହାରୁଖ ଖାନ, ଭଉଣୀ ସୁହାନା ଖାନଙ୍କ ସମେତ ଅନେକ ସେଲିବ୍ରିଟି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ସୂଚନାଥାଉ ଯେ, ଲେଖକ ବିଲାଲ ସିଦ୍ଧିକିଙ୍କ ସହ ମିଶି ଆର୍ଯ୍ୟନ ଏହି ସିରିଜି ଲେଖିଛନ୍ତି । ବର୍ତ୍ତମାନ ଏହି ସୋ'ର ପ୍ରି-ପ୍ରଡକ୍ସନ କାର୍ଯ୍ୟ ଚାଲିଛି । ତେବେ ଚଳିତ ବର୍ଷ ଶେଷରେ ଏହି ସିରିଜ୍ ରିଲିଜ୍ ହୋଇପାରେ । ଏହା ଶାହାରୁଖ ଖାନଙ୍କ ପ୍ରଡକ୍ସନ ହାଉସ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications