ଆର୍ଯ୍ୟନ ଖାନ ଖୋଲିବେ ଭୋଡକା କମ୍ପାନୀ
ଆର୍ଯ୍ୟନ ଖାନ ଖୋଲିବେ ଭୋଡକା କମ୍ପାନୀ
ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଖୁବ୍ ଶୀଘ୍ର ଏଣ୍ଟଟେନମେଣ୍ଟ ଜଗତରେ ପାଦ ଦେବା ପାଇଁ ଯାଉଛନ୍ତି । ସେ ଲେଖକ ଭାବରେ ତାଙ୍କର ପ୍ରଥମ ପ୍ରୋଜେକ୍ଟ ପ୍ରସ୍ତୁତ କରିଛନ୍ତି । ଯାହା ଏକ ୱେବ୍ ସିରିଜ୍, ଯାହା ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ୍ ହାଉସ୍ ଅଧୀନରେ ତିଆରି ହେବ । ଏହାରି ମଧ୍ୟରେ ଆର୍ଯ୍ୟନ୍ ତାଙ୍କର ଆଉ ଏକ ନୂତନ ବ୍ୟବସାୟ ବିଷୟରେ ସୂଚନା ଦେଇଛନ୍ତି ।

ଆର୍ଯ୍ୟନ୍ ଖାନ୍ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ D'Yavol ବ୍ରାଣ୍ଡର ଲୋଗୋ ମଧ୍ୟ ସେୟାର କରିଛନ୍ତି । ପ୍ରଥମ ଫଟୋରେ ସେ ଏକା ନଜର ଆସୁଥିବା ବେଳେ ଦ୍ୱିତୀୟ ଫଟୋରେ ଆର୍ଯ୍ୟନ୍ ନିଜ ପାର୍ଟନର୍ ବଣ୍ଟି ସିଂ ଏବଂ ଲେଟି ବ୍ଲାଗୋଭାଙ୍କ ସହ ନଜର ଆସୁଛନ୍ତି । ରିପୋର୍ଟ ଅନୁଯାୟୀ, ଆର୍ଯ୍ୟନ୍ ଖାନ୍ ଭବିଷ୍ୟତରେ ଏହି ବ୍ରାଣ୍ଡ ଅଧୀନରେ ଏକ ପୋଷାକର ବ୍ରାଣ୍ତ ମଧ୍ୟ ଲଞ୍ଚ କରିବା ପାଇଁ ଯାଉଛନ୍ତି, ଯେଉଁଥିରେ ଟି-ସାର୍ଟ, ହୁଡି, ଜ୍ୟାକେଟ୍ ଏବଂ ବ୍ଲେଜର ବିକ୍ରି ହେବ ।












Click it and Unblock the Notifications