ସିନେମା ଜଗତରେ ପାଦ ରଖିଲେ ଆର୍ଯ୍ୟନ୍ ଖାନ୍, ଶାହାରୁଖ କହିଲେ-ପୂରଣ ହେଉଛି ସ୍ୱପ୍ନ

ସିନେମା ଜଗତରେ ପାଦ ରଖିବେ ଆର୍ଯ୍ୟନ୍ ଖାନ୍, ଶାହାରୁଖ କହିଲେ-ପୂରଣ ହେଉଛି ସ୍ୱପ୍ନ

ମୁମ୍ବାଇ: ଖୁବ ଶୀଘ୍ର ଅପେକ୍ଷାର ଅନ୍ତ ହେବା ପାଇଁ ଯାଉଛି । ବଲିଉଡ ଇଣ୍ତଷ୍ଟ୍ରି ଅର୍ଥାତ୍ ସିନେମାର ରଙ୍ଗିନ୍ ଦୁନିଆରେ ପାଦ ରଖିବା ପାଇଁ ଯାଉଛନ୍ତି ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ । ଯାହାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ହେଲେ ଏଥିରେ ଅଛି ଟିକେ ଟ୍ୱିଷ୍ଟ୍, କାରଣ ଆର୍ଯ୍ୟନ୍ ଅଭିନେତା ନୁହେଁ ବରଂ ଜଣେ ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି ।


ଏତ କମ୍ ବୟସରୁ ବଡ଼ ଦାଇତ୍ୱ ନେବେ ଆର୍ଯ୍ୟନ୍
ଶେଷରେ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ହୋଇଛି କାରଣ ସୋସିଆଲ ମିଡିଆ ଜରିଆରେ ଆର୍ଯ୍ୟନ୍ ଖାନ ତାଙ୍କର ପ୍ରଥମ ପ୍ରୋଜେକ୍ଟ ର ଘୋଷଣା କରିସାରିଛନ୍ତି । ଖୁବ କମ ବୟସରୁ ସେ ଏକ ବଡ଼ ଦାଇତ୍ୱ ନେବା ପାଇଁ ହୋଇ ସାରିଛନ୍ତି ପ୍ରସ୍ତୁତ । ସିନେମା ଜଗତରେ ପାଦ ତ ରଖିବେ ହେଲେ ବାପାଙ୍କ ପରି ଅଭିନେତା ସାଜି ନୁହେଁ ସିଧା ନିର୍ଦ୍ଦେଶକ ଚେୟାରରେ ବସି ରାଜ କରିବେ ଶାହାରୁଖଙ୍କ ଲାଡଲା । ଆଜ୍ଞା ହଁ ବଲିଉଡର ଫେମସ୍ ଷ୍ଟାର କିଡ୍ ପରଦା ପଛରେ ରହି କାମ କରିବା ପାଇଁ ମନ ବଳାଇଛନ୍ତି । ସୂଚନା ଅନୁସାରେ, ଆର୍ଯ୍ୟନ୍ ଖାନ୍ ତାଙ୍କର ପ୍ରଥମ ସ୍କ୍ରିପ୍ଟ ଶେଷ କରିସାରିଛନ୍ତି । ଏହା ସହିତ ସେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାଇତ୍ୱ ମଧ୍ୟ ତୁଳାଇବେ ।

Aryan Khan

ପ୍ରଥମ ଚଳଚ୍ଚିତ୍ର ସ୍କ୍ରିପ୍ଟ ସମାପ୍ତ
ନିଜ ଇନଷ୍ଟାଗ୍ରାମରେ ଏକ ସ୍କ୍ରିପ୍ଟ ସହ ଫୋଟ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, Wrapped with the writing...can't wait to say action..ଏହି ଫଟୋରେ କ୍ଲାପବୋର୍ଡରେ ରେଡ ଚିଲିସ୍ ଏଣ୍ଟରଟେନମେଣ୍ଟ ମଧ୍ୟ ଲେଖାଯାଇଛି। ପିତା ଶାହରୁଖ ଖାନଙ୍କ ପ୍ରଡକ୍ସନ୍ ହାଉସ୍ ଅଧୀନରେ ଏହି ଚଳଚ୍ଚିତ୍ରଟି
ନିର୍ମାଣ କରାଯିବ ।

ଶୁଭେଚ୍ଛା ଜଣାଇଲେ ଶାହାରୁଖ ଖାନ
ଆର୍ଯ୍ୟନ୍ ଖାନ ଏହି ପୋଷ୍ଟରେ ପିତା ଶାହରୁଖ ଖାନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କିଙ୍ଗ୍ ଖାନ ଲେଖିଛନ୍ତି, 'ଚିନ୍ତା ... ବିଶ୍ୱାସ ... ଏବଂ ଶେଷରେ ସ୍ୱପ୍ନ ସାକାର ହୋଇଛି, ବର୍ତ୍ତମାନ ସାହସ ଦେଖାଇବାର ସମୟ ଆସିଛି । ତୁମର ପ୍ରଥମ ପ୍ରୋଜେକ୍ଟ ପାଇଁ ଶୁଭେଚ୍ଛା ଏହା ସର୍ବଦା ଖାସ୍ ଅଟେ' । ମା' ଗୌରୀ ଖାନ ମଧ୍ୟ ଆର୍ଯ୍ୟନଙ୍କୁ ଶିଭେଚ୍ଛା ଜଣାଇଛନ୍ତି ।

ଆର୍ଯ୍ୟନ୍ ଖାନଙ୍କର ପ୍ରଥମ ପ୍ରୋଜେକ୍ଟ
ନେଟଫ୍ଲିକ୍ସରେ ଏକ ସିରିଜ୍ ମାଧ୍ୟମରେ ନିଜର କ୍ୟାରିଅର୍ ଆରମ୍ଭ କରିବା ପାଇଁ ଯାଉଛନ୍ତି ଆର୍ଯ୍ୟନ୍ । ଆର୍ଯ୍ୟନଙ୍କ ୱେବ୍ ସିରିଜ୍ ୨୦୨୩ ମସିହାରେ ରିଲିଜ୍ ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+