ଆର୍ଯ୍ୟନଙ୍କ ଫିଲ୍ମରେ ନଜର ଆସିଲେ ପିତା ଶାହାରୁଖ ଖାନ !
ମୁମ୍ବାଇ: ଫିଲ୍ମ 'ପଠାନ' ଏକ ବ୍ଲକବଷ୍ଟର ପ୍ରମାଣିତ ହେବା ପରଠାରୁ ବଲିଉଡର କିଙ୍ଗ ଖାନ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ଅଛନ୍ତି ।
ବର୍ତ୍ତମାନ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ମଧ୍ୟ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଛନ୍ତି । ଏହା ଆର୍ଯ୍ୟନ୍ ଖାନଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖୁସି ଖବର ।
ଲୋକମାନେ ଶାହରୁଖ ଖାନ ଏବଂ ତାଙ୍କ ପୁଅ ଆର୍ଯ୍ୟନଙ୍କୁ ଏକାଠି ଫିଲ୍ମରେ ଦେଖିବାକୁ ଚାହାଁନ୍ତି, କିନ୍ତୁ ବର୍ତ୍ତମାନ ସମୟରେ ଆର୍ଯ୍ୟନ୍ ଖାନ୍ ନିର୍ଦ୍ଦେଶନା ଜଗତରେ ପାଦ ରଖିଛନ୍ତି । ଆର୍ଯ୍ୟନ୍ ଖାନ୍ ତାଙ୍କର ପ୍ରଥମ ବିଜ୍ଞାପନ ଚଳଚ୍ଚିତ୍ରରେ ତାଙ୍କ ପିତା ଶାହାରୁଖ ଖାନଙ୍କୁ କାଷ୍ଟ କରିଛନ୍ତି ।

ଶାହରୁଖ ଖାନଙ୍କ ବଡ ପୁଅ ଆର୍ଯ୍ୟନ୍ ଖାନ୍ ବର୍ତ୍ତମାନ ସିନେମା ଇଣ୍ତଷ୍ଟ୍ରିରେ ପାଦ ରଖିବା ପାଇଁ ଯାଉଛନ୍ତି । ବାସ୍ତବରେ ଆର୍ଯ୍ୟନ୍ ଖାନ୍ ତାଙ୍କର ପ୍ରଥମ ବିଜ୍ଞାପନ ଚଳଚ୍ଚିତ୍ରର ସୁଟିଂ କରିଛନ୍ତି ଏବଂ ଏହା ସହିତ ସେ ନିର୍ଦ୍ଦେଶନା ଜଗତରେ ପ୍ରଥମ ଥର ପାଇଁ କାମ କରିବା ପାଇଁ ଯାଉଛନ୍ତି । ଏହି ଭିଡିଓରେ ଶାହାରୁଖ ଖାନଙ୍କୁ ଏକ ଡିଫରେଣ୍ଟ ଅନ୍ଦାଜରେ ଦେଖିବା ପାଇଁ ମିଳୁଛି ।
ସୂଚନା ଅନୁଯାୟୀ, ଡିସେମ୍ବର ୨୦୨୨ରେ ଆର୍ଯ୍ୟନ୍ ଖାନ୍ ତାଙ୍କ ବନ୍ଧୁ ବଣ୍ଟି ଏବଂ ଲେଟିଙ୍କ ସହ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ପ୍ରଶଂସକମାନଙ୍କୁ ସେମାନଙ୍କ ବିଳାସପୂର୍ଣ୍ଣ ଷ୍ଟ୍ରିଟୱେର ବ୍ରାଣ୍ଡ ବିଷୟରେ କହିଥିଲେ। ବର୍ତ୍ତମାନ ଏହି ବ୍ରାଣ୍ଡର ନୂଆ ବିଜ୍ଞାପନ ଭିଡିଓରେ ଶାହରୁଖ ଖାନଙ୍କୁ ଦେଖିବା ପାଇଁ ମିଳୁଛି ।
ଆର୍ଯ୍ୟନ ଖାନଙ୍କର ଏହି ଆଡ ଭିଡ଼ିଓ ଦେଖିବା ପାଇଁ ଫ୍ୟାନ୍ସ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥିଲେ । ଏବେ ପ୍ରଥମ ଥର ଶାହାରୁଖ ଓ ଆର୍ଯ୍ୟନ ଗୋଟେ ପ୍ରୋଜେକ୍ଟରେ କାମ କରିବେ । ଏଥର କ୍ୟାମେରା ପଛରେ ଶାହାରୁଖଙ୍କୁ ନିର୍ଦ୍ଦେଶ ଦେବେ ତାଙ୍କ ପୁଅ ଆର୍ଯ୍ୟନ ।
ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ଲୋକ ଆର୍ଯ୍ୟନ୍ ଖାନଙ୍କ ଏହି ବିଜ୍ଞାପନକୁ ପ୍ରଶଂସା କରୁଛନ୍ତି। ଭଉଣୀ ସୁହାନା ଖାନ ମଧ୍ୟ ହୃଦୟର ଇମୋଜି ଦେଇ ଶୁଭେଚ୍ଛା ଜଣାଇଛନ୍ତି । ଏବେ ଲୋକେ ମଧ୍ୟ ଆର୍ଯ୍ୟନ୍ ଖାନଙ୍କ ଏହି ଆଡକୁ ଦେଖିବାକୁ ବହୁତ ଉତ୍ସାହିତ ଅଛିନ୍ତି ।












Click it and Unblock the Notifications