ଏହି ଓଟିଟି ପ୍ଲାଟଫର୍ମରେ ଦେଖନ୍ତୁ ୟାମି ଗୌତମ 'Article 370'
Article 370: ୟାମି ଗୌତମ-ଅଭିନୀତ ରାଜନୈତୀକ ଡ୍ରାମା ଥ୍ରୀଲର ଚଳଚ୍ଚିତ୍ର 'Article 370' ପ୍ରେକ୍ଷାଳୟରେ ଜବରଦସ୍ତ ବ୍ୟବସାୟ କରିଥିଲା । ଆଦିତ୍ୟ ସୁହାସ ଜାମ୍ବଲେଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ 23 ଫେବୃଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏବଂ ବର୍ତ୍ତମାନ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ 50 ଦିନ ପୂରଣ କରିଛି । ଫିଲ୍ମଟି ବର୍ତ୍ତମାନ ଓଟିଟିରେ ରିଲିଜ୍ ହୋଇଯାଇଛି । ଚାଲନ୍ତୁ ଜାଣିବା ଏହି ଚଳଚ୍ଚିତ୍ର କେଉଁ OTT ପ୍ଲାଟଫର୍ମରେ ରିଲିଜ୍ ହୋଇଛି ।

'Article 370'ରେ କାଶ୍ମୀରରେ ଧାରା 370 ହଟାଇବା ସମୟର ପୁରା କାହାଣୀ ଦେଖିବା ପାଇଁ ମିଳୁଛି । ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ଦର୍ଶକଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ସାଉଁଟିଥିଲା । ବର୍ତ୍ତମାନ ଲୋକମାନେ ଏହି ଫିଲ୍ମକୁ OTT'ରେ ଦେଖିପାରିବେ । ଗୁରୁବାର ଦିନ ନେଟଫ୍ଲିକ୍ସ ଏକ ପୋଷ୍ଟ ସେୟାର କରି ଏହି ଫିଲ୍ମର OTT ରିଲିଜ୍ ତାରିଖ ଘୋଷଣା କରିଛି । ୟାମି ଗୌତମଙ୍କ ଏହି ଫିଲ୍ମ 19 ଏପ୍ରିଲରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିସାରିଛି ।
'Article 370'ର କାହାଣୀ କାଶ୍ମୀରରୁ ଧାରା 370 ହଟାଇବା ସମୟର ଦୃଶ୍ୟ ଦେଖିବା ପାଇଁ ମିଳୁଛି । ଏହି ଫିଲ୍ମରେ ୟାମି ଗୌତମ ଆଇବି ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି। ''Article 370'ରେ ଅରୁଣ ଗୋବିଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ପ୍ରିୟମଣି ଏବଂ କିରଣ କରମକର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।












Click it and Unblock the Notifications