Get Updates
Get notified of breaking news, exclusive insights, and must-see stories!

ପ୍ରାଧନମନ୍ତ୍ରୀ କରିଥିଲେ ପ୍ରଶଂସା, ବର୍ତ୍ତମାନ ବକ୍ସଅଫିସରେ ରାଜ୍ କରୁଛି 'Article 370'

Article 370 Box Office Day 9 Collection: 'Article 370'କୁ ଚର୍ଚ୍ଚା ଜାରି ରହିଛି । କହିବା ପାଇଁ ଗଲେ ସିନେମାଟି ବର୍ତ୍ତମାନ ବକ୍ସ ଅଫିସରେ କରୁଛି ରାଜ୍ । ଦର୍ଶକ ଫିଲ୍ମର କାହାଣୀ, କଳାକାର ମାନଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରୁଛନ୍ତି ଏବଂ ଫିଲ୍ମ ସାଉଁଟୁଛି ବେଶ୍ ଭଲ ପାଇବା । ଏପରି ସ୍ଥିତିରେ ଫିଲ୍ମର ଆୟ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି ।

ଏହି ଫିଲ୍ମ 23 ଫେବୃଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏବଂ ପ୍ରଶଂସକଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ମଧ୍ୟ ମିଳିଥିଲା । ଓପନିଂ ଡେ ଦିନଠାରୁ ବକ୍ସ ଅଫିସରେ ପ୍ରତିଦିନ କୋଟି କୋଟି ଟଙ୍କାର ବ୍ୟବସାୟ କରୁଛି ୟାମି ଗୌତମଙ୍କ ଏହି ଜବରଦସ୍ତ ସିନେମା । ଗତ କିଛି ଦିନ ମଧ୍ୟରେ ଫିଲ୍ମର ବ୍ୟବସାୟ ଟିକେ ମନ୍ଥର ହୋଇଯାଇଥିଲା କିନ୍ତୁ ଦ୍ୱିତୀୟ ସପ୍ତାହ ଶେଷରେ ଏହି ଫିଲ୍ମ ଚମତ୍କାର ବ୍ୟବସାୟ କରୁଛି ଏବଂ ଘରୋଇ ବକ୍ସ ଅଫିସରେ 50 କୋଟି ଟଙ୍କା ଛୁଇଁବାକୁ ଯାଉଛି।

Article 370

ସାକ୍ନିଲ୍କର ରିପୋର୍ଟ ଅନୁଯାୟୀ, ଗତ କିଛି ଦିନ ହେବ ୟାମି ଗୌତମ ଅଭିନୀତ ଚଳଚ୍ଚିତ୍ର 'Article 370' 3 ରୁ 3.25 କୋଟି ମଧ୍ୟରେ ବ୍ୟବସାୟ କରୁଥିଲା। କିନ୍ତୁ ଦ୍ୱିତୀୟ ସପ୍ତାହ ଶେଷରେ ଫିଲ୍ମର ସଂଗ୍ରହ ବୃଦ୍ଧି ପାଇଛି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, 'Article 370' ଏପର୍ଯ୍ୟନ୍ତ 5.75 କୋଟି ଟଙ୍କା ସଂଗ୍ରହ କରିଛି ଏବଂ ଏହା ସହିତ ଘରୋଇ ବକ୍ସ ଅଫିସରେ ଫିଲ୍ମର ମୋଟ ଆୟ 44.35 କୋଟି ଟଙ୍କାରେ ପହଞ୍ଚିଛି ।

ସେହିପରି କିରଣ ରାଓଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଲାପତା ଲେଡିଜ୍' ମାର୍ଚ୍ଚ ୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଯାହାର କୌଣସି ପ୍ରଭାବ ଫିଲ୍ମ 'Article 370'ରେ ପଡିନାହିଁ । ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ 'Article 370'କୁ ଦର୍ଶକଙ୍କ ମଧ୍ୟ ଚର୍ଚ୍ଚା । ସିନେମାରେ ଅଭିନେତ୍ରୀ ୟାମି ଗୌତମଙ୍କ ଅଭିନୟ ଖୁବ୍ ଜବରଦସ୍ତ ରହିଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ 'Article 370' ଏକ ସତ୍ୟ ଘଟଣା ଉପରେ ଆଧାରିତ । ଏହି ଫିଲ୍ମରେ ୟାମିଙ୍କ ଆକ୍ସନ୍ ଅବତାରରେ ଦେଖିବା ପାଇଁ ମିଳୁଛି । ଏହା ବ୍ୟତୀତ ପ୍ରିୟମଣି, କିରଣ କରମାକର ଏବଂ ଅରୁଣ ଗୋବିଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+