ବକ୍ସ ଅଫିସରେ ଧମାଲ କରୁଛି ‘Article 370', ଜାଣନ୍ତୁ ପ୍ରଥମ ସପ୍ତାହର ଆୟ
Artciel 370: ବକ୍ସ ଅଫିସରେ ଧମାଲ କରୁଛି ଆର୍ଟିକିଲ୍ 370 । ଭାରତୀୟ ଚଳଚ୍ଚିତ୍ରରେ ସତ୍ୟ କାହାଣୀ ଉପରେ ଆଧାରିତ ଫିଲ୍ମ ବର୍ତ୍ତମାନ ଦର୍ଶନକଙ୍କ ମନ ଜିଣୁଛି । 2022 ରେ ମସିହାରେ ରିଲିଜ ହୋଇଥିବା ଫିଲ୍ମ 'କାଶ୍ମୀର ଫାଇଲ୍ସ'ରେ କାଶ୍ମୀରୀ ପଣ୍ଡିତଙ୍କ ଯନ୍ତ୍ରଣାଦାୟକ କାହାଣୀ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ବର୍ତ୍ତମାନ ଚଳଚ୍ଚିତ୍ର 'ଆର୍ଟିକିଲ 370' ପ୍ରେକ୍ଷାଳୟରେ ରିଲିଜ ହୋଇଛି । ଆର୍ଟିକିଲ 370 ଉଚ୍ଛେଦ ପଛର କାହାଣୀ ସହ ଏହାକୁ ନେଇ ଯେଉଁ ବିବାଦ ଦେଖାଯାଇଥିଲା, ତାହା ଦେଖିବାକୁ ମିଳିଛି ।

ଦିତ୍ୟ ଧରଙ୍କ ପ୍ରଯୋଜିତ ଫିଲ୍ମରେ ଦମଦାର ଚରିତ୍ରରେ ଆସିଛନ୍ତି ଅଭିନେତ୍ରୀ ୟାମୀ ଗୌତମ । 'ଆର୍ଟିକିଲ 370' ଉଚ୍ଛେଦ କରିବା ପାଇଁ ଭାରତ ସରକାରଙ୍କ ଉଦ୍ୟମ ଏବଂ ଇତିହାସର ଫର୍ଦ୍ଦକୁ ଲେଉଟାଇ ସେଥିରୁ କିଭଳି ତଥ୍ୟ ସଂଗ୍ରହ କରି 'ଆର୍ଟିକିଲ 370' ଉଚ୍ଛେଦ କରାଯାଇଥିଲା, ତାହା ଫିଲ୍ମରେ ଦେଖିବାକୁ ମିଳିଛି ।
ପ୍ରଥମ ଦିନରେ ଫିଲ୍ମଟି 6.12 କୋଟି ଟଙ୍କା ରୋଜଗାର କରିଥିବା ବେଳେ ଦ୍ୱିତୀୟ ଦିନରେ ଏହା 9.50 କୋଟିରେ ପହଞ୍ଚିଥିଲା । ଏପର୍ଯ୍ୟନ୍ତ, ମାତ୍ର ଦୁଇ ଦିନ ମଧ୍ୟରେ ଫିଲ୍ମଟି ମୋଟ 25.45 ୪୫କୋଟି ଟଙ୍କା ସଂଗ୍ରହ କରିସାରିଲାଣି । ଫିଲ୍ମର ଆୟକୁ ଦେଖି ଲାଗୁଛି, ଏହା ସୁପରହିଟ୍ ହେବ ।












Click it and Unblock the Notifications