ଗିରଫ ହେବେ ଡ୍ୟାନ୍ସର୍‌ ସପ୍ନା ଚୌଧୁରୀ !

Sapna Choudhary: Arrest Warrant Against Sapna Choudhary For Not Performing At A Dance event .ଗିରଫ ହେବେ ଡ୍ୟାନ୍ସର୍‌ ସପ୍ନା ଚୌଧୁରୀ !

ମୁମ୍ବାଇ: ଗରିଫ ହୋଇପାରନ୍ତି ବିଗ୍‌ ବସ୍‌ ଫେମ୍‌ ତଥା ଡ୍ୟାନ୍ସର୍‌ ସପ୍ନା ଚୌଧୁରୀ । ଜାରି ହେଲା ଗିରଫ ୱାରେଣ୍ଟ । ଲକ୍ଷ୍ନୌର ଏସିଜିଏମ୍‌ କୋର୍ଟ ଜାରି କରିଛି ୱାରେଣ୍ଟ । ପଇସା ନେଇ ଡ୍ୟାନ୍ସ କାର୍ଯ୍ୟକ୍ରମ ବାତିଲ କରିଥିଲେ ସପ୍ନା । ଏହା ସହ ଏପର୍ଯ୍ୟନ୍ତ ଟିକେଟ୍ ଟଙ୍କା ମଧ୍ୟ ଫେରସ୍ତ କରି ନାହଁନ୍ତି । ସୂଚନା ଅନୁସାରେ ଏହା ଚାରି ବର୍ଷ ପୁରୁଣା ମାମଲା । ସୋମବାର ଏହି ମାମଲାରେ ଶୁଣାଣି ହୋଇଥିଲା କିନ୍ତୁ ଅଭିନେତ୍ରୀ ଜଣକ କୋର୍ଟରେ ହାଜର ହୋଇନଥିଲେ । ଯାହା ପରେ କୋର୍ଟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି । ଏହାପୂର୍ବରୁ କୋର୍ଟ ଡ୍ୟାନ୍ସର୍‌ ସପ୍ନାଙ୍କ ଅନ୍ତରୀଣ ଜାମିନ ଅବଧିକୁ ବଢ଼ାଇ ଦେଇଥିଲେ । ୨୦ ହଜାର ଟଙ୍କା ଲେଖାଏଁର ଦୁଇଟି ମୁଚଳିକା ଏବଂ ସମାନ ପରିମାଣର ବ୍ୟକ୍ତିଗତ ଦଣ୍ଡ ଉପରେ କୋର୍ଟ ଜାମିନ ପ୍ରଦାନ କରିଥିଲେ।

sapna

ରିପୋର୍ଟ ଅନୁସାରେ ୨୦୧୮ ମସିହାରେ ଲକ୍ଷ୍ନୌର ସ୍ମୃତି ଉପବନରେ ସପ୍ନା ଚୌଧୁରୀଙ୍କର ଏକ ଡ୍ୟାନ୍ସ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା । ଯେଉଁଥି ପାଇଁ ସେ ଆଡଭାନ୍ସ ଟଙ୍କା ମଧ୍ୟ ନେଇ ସାରିଥିଲେ। ହେଲେ ଟଙ୍କା ନେବା ପରେ ଅଭିନେତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ ସପ୍ନାଙ୍କ ପାଇଁ ଡ୍ୟାନ୍ସ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପଡିଥିଲା । ଯାହା ପରେ ତାଙ୍କ ବିରୋଧରେ ୨୦୧୮ ଅକ୍ଟୋବର ୧୩ ତାରିଖରେ ଆସିଆନା ଥାନାରେ ଠକେଇ ଅଭିଯୋଗରେ ଏକ ମାମଲା ରୁଜୁ କରାଯାଇଥିଲା । ଅନ୍ୟପଟେ ସପ୍ନାଙ୍କର ଗୋଟେ ପରେ ଗୋଟେ ଗୀତ ରିଲିଜ୍ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଦର୍ଶକଙ୍କ ମନ ଜିଣୁଛନ୍ତି ସପ୍ନା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+