ଗିରଫ୍ ହୋଇପାରନ୍ତି ସିଙ୍ଗର୍ ଜୁବିନ୍ ନୌଟିଆଲ୍ !
ଗିରଫ୍ ହୋଇପାରନ୍ତି ସିଙ୍ଗର୍ ଜୁବିନ୍ ନୌଟିଆଲ୍ !ବିବାଦରେ ଗାୟକ
Arrest Jubin Nautiyal Twitter Trend: ପୁଣି ଟାର୍ଗେଟରେ ବଲିଉଡ । ଏଥର ଅଭିନେତା ନୁହେଁ ବିବାଦରେ ଗାୟକ । ଗିରଫ ହୋଇପାରନ୍ତି ଜୁବିନ୍ ନୌଟିଆଲ୍ । ଅଡୁଆରେ ବଲିଉଡ ସିଙ୍ଗର ଜୁବିନ୍ । ଟ୍ୱିଟରରେ ଟ୍ରେଣ୍ତ କରୁଛି #ArrestJubinNautiyal । ଏକ କନସର୍ଟର ପୋଷ୍ଟରକୁ ନେଇ ବିବାଦ ଆରମ୍ଭ ହୋଇଛି । ଗିରଫ କରିବା ପାଇଁ ଜୋର ଧରିଛି ଦାବି । ସୋଶାଲ ମିଡିଆରେ ଜୋରସୋର୍ରେ ଚାଲିଛି ଟ୍ରେଣ୍ଡ୍ ।

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଜୁବିନ୍ ନୌଟିଆଲ୍ଙ୍କ ପରବର୍ତ୍ତୀ କନ୍ସର୍ଟର ଏକ ପୋଷ୍ଟର । ଏହି ପୋଷ୍ଟରରେ ଲେଖାଯାଇଥିବା ଆୟୋଜକଙ୍କ ନାଁକୁ ନେଇ କଣ୍ଟ୍ରୋଭର୍ସି ଆରମ୍ଭ ହୋଇଛି । ୟୁଜର୍ସ ଏହି ପୋଷ୍ଟର୍କୁ ଶେଆର କରିବା ସହ ଗାୟକ ଜୁବିନ୍ଙ୍କୁ ଗିରଫ କରିବା ପାଇଁ ଦାବି କରୁଛନ୍ତି ।
I hope @HMOIndia
— விக்ரம் 👑 (@Vikram_07AK) September 9, 2022
will #ArrestJubinNautiyal @JubinNautiyal
. Who is allowing him to work with ISI backed promoters blacklisted by Home Ministry of India. pic.twitter.com/7ZkEClUGyx
ତେବେ ପ୍ରକୃତ ଘଟଣା ହେଉଛି ଜୁବିନ୍ ନୌଟିଆଲ୍ଙ୍କର ଏକ ଇଭେଣ୍ଟ ପାଇଁ ଏବେ ସହର ସାରା ପୋଷ୍ଟର ଲଗାଯାଇଛି । ଯେଉଁଥିରେ ଆୟୋଜକଙ୍କ ନାଁ ଜୟ ସିଂ ଲେଖାଯାଇଛି ଯେଉଁଥିରେ ତାଙ୍କର ଫଟୋ ମଧ୍ୟ ଦେଖିବା ପାଇଁ ମିଳୁଛି । ଯାହା ପରେ ଉକ୍ତ ବ୍ୟକ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ । ପୋଷ୍ଟରରେ ନଜର ଆସୁଥିବା ବ୍ୟକ୍ତିଙ୍କର ପ୍ରକୃତ ନାଁ ରେହାନ୍ ସିଦ୍ଦିକି ବୋଲି ଲୋକେ ଦାବି କରୁଛନ୍ତି । ଯିଏ ଜଣେ ମୋଷ୍ଟ ୱାଣ୍ଟେଡ୍ କ୍ରିମିନାଲ ଜଣେ ଡ୍ରଗ୍ସ ବେପାରୀ । ଏହା ସହ ତାଙ୍କର ଲିଙ୍କ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇ ସହ ମଧ୍ୟ ରହିଛି ବୋଲି ସୂଚନା ରହିଛି । ଗତ ୩୦ ବର୍ଷ ଧରି ଏହି ବ୍ୟକ୍ତିଙ୍କୁ ପୋଲିସ ଖୋଜୁଛି । ସେହିପରି ପୋଷ୍ଟରରେ ନଜର ଆସୁଥିବା ବ୍ୟକ୍ତଙ୍କ ନାଁରେ ଏକାଧିକ ଅପରାଧିକ ମାମଲାରେ ରହିଛି ବୋଲି ଅଭିଯୋଗ କରାଯାଉଛି । ତେବେ ଏହି ବ୍ୟକ୍ତିଙ୍କ ସହ ଗାୟକ ଜୁବିନ୍ ନୌଟିଆଲ୍ଙ୍କର କିପରି ସମ୍ପର୍କ ରହିଛି ସେ ନେଇ ଏବେ ସୋସିଆଲ ମିଡିଆରେ ଲୋକେ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି । ଏହା ସହ ଏ ମାମଲାର ତଦନ୍ତ କରିବା ପାଇଁ ମଧ୍ୟ ଦାବି କରାଯାଉଛି । ସୋସିଆଲ ମିଡିଆରେ ଅନେକ ପୋଷ୍ଟ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
Shame on you @JubinNautiyal. Never expected this from you. I am surprised to see you are working with ISI backed promoters. Please cancel this event and stay from these bastards. #ArrestJubinNautiyal pic.twitter.com/gqJmM3xjvh
— KIZIE KA HUSBAND (@RajpalYadavFc) September 9, 2022
ଅନ୍ୟପଟେ କିଛି ସୋସିଆଲ ମିଡିଆ ୟୁଜର୍ସ ଅରିଜିତ ସିଂଙ୍କୁ ମଧ୍ୟ ଟାର୍ଗେଟ୍ କରିବା ଆରମ୍ଭ କରିଦେଇଛନ୍ତି । ଅରିଜିତ ମଧ୍ୟ ଏହି ଜୟ ସିଂଙ୍କ ସହ ଅନେକ କନସର୍ଟ କରିଥିବା ନେଇ ଅଭିଯୋଗ କରାଯାଉଛି । କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳୁଛି ।

ଜୁବିନ୍ ନୌଟିଆଲ୍ଙ୍କ ମ୍ୟୁଜିକ୍ ଇଣ୍ତଷ୍ଟ୍ରିର ଏକ ଜଣାସୁଣା ନାଁ । ସେ ତୁମ୍ ହି ଆନା,ଲୁଟ୍ ଗଏ,ବେୱାଫା, ତେରା ମାସୁମ୍ ଚେହେରା ସୁପରହିଟ୍ ଗୀତ ବଲିଉଡକୁ ଭେଟି ଦେଇଛନ୍ତି । ସେ ଫିଲ୍ମ 'ସୋନାଲି କେବୁଲ' ଫିଲ୍ମରେ ଏକ ମୁଲାକାତ ଗୀତ ଜରିଆରେ ବଲିଉଡରେ ପାଦ ଦେଇଥିଲେ । ନିଜ ଗୀତ ଜରିଆରେ ସେ ଅନେକ ଫ୍ୟାନ୍ସଙ୍କ ମନରେ ରାଜ୍ କରନ୍ତି । ଏ ପର୍ଯ୍ୟନ୍ତ ଗାୟକଙ୍କ ତରଫରୁ ଏହି ମାମଲାକୁ ନେଇ କୌଣସି ରିଆକ୍ସନ ଦେଖିବା ପାଇଁ ମିଳିନାହିଁ । ଅନ୍ୟପଟେ ଧିରେ ଧିରେ ଏହି ବିବାଦ ବଢିବାରେ ଲାଗିଛି ।












Click it and Unblock the Notifications