ମାଇକ୍ରୋସଫ୍ଟ ସର୍ଭର ଡାଉନ୍, ଫସିଲେ ଏହି ଅଭିନେତା
Microsoft Global Outage: ନିକଟରେ ମୁମ୍ବାଇ ବିମାନବନ୍ଦରରେ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କୁ ଦେଖିବାକୁ ମିଳିଥିଲା । ସେ ତାଙ୍କ ନିର୍ଦ୍ଧାରିତ ବିମାନରେ ଯାତ୍ରା କରିବାକୁ ଯାଉଥିଲେ । ହେଲେ ମାଇକ୍ରୋସଫ୍ଟର କ୍ଲାଉଡ୍ ସର୍ଭିସ୍ ଠପ୍ ହେବା ଫଳରେ ଅଭିନେତାଙ୍କୁ ଯାତ୍ରା କରିବାରେ ସମସ୍ୟାର ସମ୍ମୁଖୀନ ହେବା ପାଇଁ ପଡିଥିଲା, ସେ ବିମାନ ବନ୍ଦରରେ ବୁଲୁଥିବାର ଦେଖିବା ପାଇଁ ମିଳିଥିଲା । ସେ କହିଛନ୍ତି ଯେ ବର୍ତ୍ତମାନ ସେ ଅନ୍ୟ ଏକ ବିମାନ କମ୍ପାନୀକୁ ଯାଉଛନ୍ତି। ତାଙ୍କ ପାଖରେ ଟିକେଟ୍ ରହିଛି । ଅଭିନେତା କହିଥିଲେ ମାଇକ୍ରୋସଫ୍ଟର ସର୍ଭର ଡାଉନ୍ ହେବା ଯୋଗୁଁ ତାଙ୍କୁ ହଇରାଣ ହେବା ପାଇଁ ପଡୁଛି ।
ନ୍ୟୁଜ୍ ଏଜେନ୍ସି ANI ଅର୍ଜୁନ ରାମପାଲଙ୍କ ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛି। ଏଥିରେ ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳୁଛି। ମାଇକ୍ରୋସଫ୍ଟ ବନ୍ଦ ହେତୁ ବିମାନଟି ପ୍ରଭାବିତ ହେବା ନେଇ ଗଣମାଧ୍ୟମ ଦ୍ୱାରା ଅଭିନେତାଙ୍କୁ ପଚରାଯାଇଥିଲା। ଏହା ଉପରେ ସେ କହିଥିଲେ, 'ସେମାନଙ୍କର ସର୍ଭରଗୁଡ଼ିକ ଡାଉନ୍ ଅଛି, ମୁଁ ଜାଣି ନାହିଁ କ'ଣ ହୋଇଛି। ମୋର ଅନ୍ୟ ଏକ ବିମାନରେ ମଧ୍ୟ ଟିକେଟ୍ ଅଛି । ମୁଁ ସେଠାକୁ ଯାଉଛି ।

ମାଇକ୍ରୋସଫ୍ଟର ସର୍ଭର ଡାଉନ୍ ଯୋଗୁଁ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିମାନ ସେବା ଠାରୁ ଆରମ୍ଭ କରି ବ୍ୟବସାୟୀ, ଷ୍ଟକ୍ ମାର୍କେଟ ଏବଂ ବ୍ୟାଙ୍କ ଇତ୍ୟାଦି ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରହିଛି । ତେବେ କିଛି କିଛି ସ୍ଥାନରେ ସ୍ଥିତି ସୁଧୁରିବା ଆରମ୍ଭ ହୋଇଛି ।
ସୂଚନାଥାଉ ଯେ, ମାଇକ୍ରୋସଫ୍ଟର ସର୍ଭର ଡାଉନ୍ ହେବାରୁ ସାରା ବିଶ୍ୱରେ ଚହଳ ସୃଷ୍ଟି ହୋଇଛି ଏବଂ ଅନେକ ଟିଭି ଚ୍ୟାନେଲ ମଧ୍ୟ ବନ୍ଦ ହୋଇଯାଇଛି ଏପରିକି ଅନେକ ବିମାନ ଉଡ଼ାଣ ବାତିଲ ହୋଇଥିବାବେଳେ ସର୍ଭର ଡାଉନ ଯୋଗୁଁ ଅନେକ ବ୍ୟାଙ୍କ କାର୍ଯ୍ୟ ମଧ୍ୟ ବନ୍ଦ କରିବାକୁ ପଡିଛି ।
ଆମେରିକା, ଅଷ୍ଟ୍ରେଲିଆ, ବ୍ରିଟେନ, ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତ ପର୍ଯ୍ୟନ୍ତ ମାଇକ୍ରୋସଫ୍ଟ ସର୍ଭର ଡାଉନ୍ ହେବାରୁ ସମସ୍ତ ବ୍ୟବସ୍ଥା ଉପରେ ପ୍ରଭାବ ପକାଇଛି । ତେବେ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ଏହା କାର୍ଯ୍ୟ ଜାରି ରହିଛି ବୋଲି ମାଇକ୍ରୋସଫ୍ଟ ସୂଚନା ଜାରି କହିଛି ।












Click it and Unblock the Notifications