Get Updates
Get notified of breaking news, exclusive insights, and must-see stories!

ଅର୍ଜୁନଙ୍କ ସହ ବ୍ରେକଅପ୍ ଖବରକୁ କନଫର୍ମ କଲେ ମଲାଇକା ଅରୋରା ! ଏପରି ଅନ୍ଦାଜରେ ଆସିଲେ ନଜର

Arjun Kapoor-Malaika Arora Breakup: ବି-ଟାଉନରେ ବ୍ରେକ୍ ଅପ୍ ପ୍ୟାଚଅପ୍ ଅତି ସାଧାରଣ କଥା । ଏବେ ଚର୍ଚ୍ଚା ଜୋର ଧରିଛି ଯେ, କାଳେ ମଲ୍ଲାଇକା-ଅର୍ଜୁନ କପୁରଙ୍କର ବ୍ରେକ୍ ଅପ୍ ହୋଇଯାଇଛି । କିଛି ଦିନ ପୂର୍ବରୁ ହିଁ ଏହି କପଲ ଏକ ରୋମାଣ୍ଟିକ୍ ଭ୍ୟାକେସନରେ ଯାଇଥିଲେ । ଯେଉଁଠୁ ଉଭୟଙ୍କର ଅନେକ ଫଟୋ ମଧ୍ୟ ଭାଇରାଲ ହୋଇଥିଲା ।

ଏପରିକି ଅନେକ ସ୍ଥାନରେ ଅର୍ଜୁନ-ମଲାଇକାଙ୍କୁ ଏକାଠି ଦେଖିବା ପାଇଁ ମିଳିଥାଏ । ହେଲେ ଏବେ ଉଭୟଙ୍କ ବ୍ରେକଅପ୍ ଖବର ପ୍ରଶଂସକଙ୍କୁ କରିଛି ଦୁଃଖି । ସମ୍ପର୍କ ଭାଙ୍ଗିବା ଖବର ମଧ୍ୟରେ ମଲାଇକାଙ୍କର କିଛି ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଭିନେତ୍ରୀ ପନ୍ଧିଥିବା ଏକ ଟିସାର୍ଟକୁ ନେଇ ଚର୍ଚ୍ଚା ଜୋରଧରିଛି । କାରଣ ଏଥିରେ ଲେଖାଯାଇଛି ଏକ ସ୍ୱତନ୍ତ୍ର ବାର୍ତ୍ତା । ଯାହା ଉଭୟଙ୍କ ବ୍ରେକ ଅପ୍ ଖବରକୁ ନେଇ ଲୋକଙ୍କ ଦ୍ୱନ୍ଦକୁ ଆହୁରି ବଢାଇ ଦେଇଛି ।

Arjun Kapoor

ଅର୍ଜୁନ କପୁରଙ୍କ ସହ ମଲାଇକାଙ୍କ ବ୍ରେକଅପ୍ ଖବର ଆଜି ରହିଛି ଟ୍ରେଣ୍ତରେ । ସେପଟେ ଶନିବାର ଦିନ ଏହି ଅଭିନେତ୍ରୀ ଅର୍ଜୁନ କପୁରଙ୍କ ଭଉଣୀ ଅନସୁଲା କପୁର, ଜାନଭୀ କପୁର ଏବଂ ଖୁସୀ କପୁରଙ୍କୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଅନଫଲୋ କରିଦେଇଛନ୍ତି । କେବଳ ଏତିକି ନୁହେଁ, ମଲାଇକା ଆଉ ଅର୍ଜୁନ କପୁରଙ୍କ ପିତା ବୋନି କପୁର ଏବଂ ତାଙ୍କ ଭାଇ ଅନିଲ କପୁରଙ୍କୁ ଇନଷ୍ଟାରେ ଫଲୋ କରନ୍ତି ନାହିଁ । ହେଲେ ମଲାଇକା ଏପର୍ଯ୍ୟନ୍ତ ଅଭିନେତା ଅର୍ଜୁନ କପୁରଙ୍କୁ ଅନଫଲୋ କରିନାହାଁନ୍ତି ।

ମଲାଇକା ଅରୋରାଙ୍କର ଏକ ଭିଡିଓ ଆଜି ଅର୍ଥାତ୍ ଶନିବାର ଦିନ ଭାଇରାଲ ହେଉଛି । ଯେଉଁଥିରେ ସେ ପିନ୍ଧିଥିବା ଟି-ସାର୍ଟକୁ ନେଇ ଚର୍ଚ୍ଚା ହେଉଛି । ଯେଉଁଥିରେ ଲେଖାଯାଇଛି, 'ଚାଲ ଅଲଗା ହୋଇ ଯିବା' । ଅନ୍ୟପକ୍ଷରେ ମଲାଇକା- ଅର୍ଜୁନ କପୁର ବର୍ତ୍ତମାନ ନିଜ ବ୍ରେକ ଅପକୁ ନେଇ କୌଣସି ବିବୃତି ରଖି ନାହାଁନ୍ତି । ହେଲେ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ଏହା ଲୋକଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରୁଛି । ତେବେ ଦେଖିବା ବାକି ରହିଲା ଯେ ଆଗାମୀ ଦିନରେ ଏହି ଷ୍ଟାର-କପଲକୁ ପୁଣି ଥରେ ଏକାଠି ସ୍ପଟ୍ କରାଯାଉଛି ନା ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+