ବଡ଼ ଘୋଷଣା କଲେ ଅରିଜିତ ସିଂହ, ପ୍ଲେବ୍ୟାକ୍ ସିଗିଂଙ୍ଗକୁ କଲେ ଅଲବିଦା
ବଲିଉଡ୍ର ଲୋକପ୍ରିୟ ପ୍ଲେବ୍ୟାକ୍ ଗାୟକ ଅରିଜିତ୍ ସିଂ ମଙ୍ଗଳବାର ଏକ ବଡ଼ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେ ଚଳଚ୍ଚିତ୍ର ପାଇଁ କଣ୍ଠଦାନ ବା ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍ରୁ ଅବସର ନେଉଥିବା ଜଣାଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ଏହି ସୂଚନା ଦେଇଛନ୍ତି।
ଅରିଜିତ୍ ଲେଖିଛନ୍ତି ଯେ, ସେ ଆଉ କୌଣସି ନୂତନ ଚଳଚ୍ଚିତ୍ର ପ୍ରୋଜେକ୍ଟରେ ଗୀତ ଗାଇବେ ନାହିଁ। ଏହି ଯାତ୍ରା ସଫଳ ରହିଥିଲା ଏବଂ ସେ ଏଥିରୁ ଓହରି ଯିବାକୁ ଚାହୁଁଛନ୍ତି।ବଲିଉଡ୍ରୁ ଦୂରେଇ ଗଲେ ମଧ୍ୟ ସେ ସଙ୍ଗୀତ ସାଧନାରୁ ଦୂରେଇବେ ନାହିଁ। ସେ ପୁଣି ଥରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ଫେରିବାକୁ ଚାହୁଁଛନ୍ତି ଏବଂ ନୂଆ କିଛି ଶିଖିବାକୁ ଇଚ୍ଛୁକ ଅଛନ୍ତି।
ଇନଷ୍ଟାଗ୍ରାମରେ ସେୟାର କରିଥିବା ଏକ ପୋଷ୍ଟରେ ଅରିଜିତ ସିଂହ ଲେଖିଛନ୍ତି, "ନମସ୍କାର, ଆପଣମାନଙ୍କୁ ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା । ବର୍ଷ ବର୍ଷ ଧରି ଆପଣଙ୍କ ପ୍ରେମ ଏବଂ ସମର୍ଥନ ପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ମୁଁ ଘୋଷଣା କରି ଖୁସି ହେଉଛି ଯେ ମୁଁ ଆଉ ପ୍ଲେବ୍ୟାକ୍ ସିଙ୍ଗର ଭାବରେ କୌଣସି ନୂତନ କାମ ଗ୍ରହଣ କରିବି ନାହିଁ । ମୁଁ ଏହି ଯାତ୍ରା ଶେଷ କରୁଛି । ଏହା ଏକ ସୁନ୍ଦର ଯାତ୍ରା ହୋଇଛି ।" ଅରିଜିତଙ୍କ ଏହି ପୋଷ୍ଟ ଆସିବା ମାତ୍ରେ ସଙ୍ଗୀତ ଜଗତ ଏବଂ ପ୍ରଶଂସକମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି ।













Click it and Unblock the Notifications