Get Updates
Get notified of breaking news, exclusive insights, and must-see stories!

ବଲିଉଡର ଧନୀ ଗାୟକ ଅରିଜିତ୍ ସିଂ, ଗୋଟିଏ କନସର୍ଟ ପାଇଁ ନିଅନ୍ତି ୨ କୋଟି

Arijit Singh Birthday: ବଲିଉଡର ପ୍ରସିଦ୍ଧ ଗାୟକ ଅରିଜିତ ସିଂଙ୍କ ଗୀତ ବର୍ତ୍ତମାନ ଲୋକଙ୍କ ପ୍ରଥମ ପସନ୍ଦ । ଇଭେଣ୍ଟ, ପାର୍ଟି ଏବଂ ବିବାହ ଘର ଏପରିକି ବ୍ରେକଅପରେ ମଧ୍ୟ ଲୋକେ ଅରିଜିତଙ୍କ ଗୀତ ଶୁଣିବା ପାଇଁ ପସନ୍ଦ କରିଥାନ୍ତି । ଆଜିର ଦିନରେ ଅରିଜିତ ସିଂଙ୍କୁ ରୋମାଣ୍ଟିକ ଗୀତର ବାଦଶାହ ବୋଲି ମଧ୍ୟ କୁହାଯାଏ ।

ପ୍ରତ୍ୟେକ ଚଳଚ୍ଚିତ୍ରରେ ଅରିଜିତ ସିଂଙ୍କ ଅତି କମରେ ଗୋଟିଏ ଗୀତ ତ ନିଶ୍ଚିନ୍ତି ଥାଏ । ଆଜି ଅରିଜିତ ସିଂଙ୍କ ୫୭ ତମ ଜନ୍ମଦିନ । ତାଙ୍କ ଜନ୍ମଦିନ ପରି ବିଶେଷ ଉତ୍ସବରେ ତାଙ୍କ ରୋଜଗାର, ନେଟ୍ ୱର୍ଥ ଏବଂ ଜୀବନଶୈଳୀ ବିଷୟରେ ଚାଲନ୍ତୁ ଜାଣିବା ।

Arijit Singh

ଅରିଜିତ ସିଂ ଗାଇଥିବା ପ୍ରାୟ ପ୍ରତ୍ୟେକ ଗୀତକୁ ପ୍ରଶଂସକଙ୍କ ବେଶ୍ ଅଧିକ ଭଲ ପାଇବା ମିଳିଥାଏ । ତାଙ୍କ ଗୀତ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥାଏ । ଦେଶର ଶ୍ରେଷ୍ଠ ଗାୟକମାନଙ୍କ ମଧ୍ୟରୁ ସେ ଜଣେ ଏବଂ କୋଟି କୋଟି ମୂଲ୍ୟର ସମ୍ପତ୍ତି ଥିବା ସତ୍ତ୍ୱେ ଅରିଜିତ ସିଂ ଏକ ଅତି ସରଳ ଜୀବନ ଅତିବାହିତ କରନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ଅରିଜିତ ସିଂଙ୍କ ମୋଟ ସମ୍ପତ୍ତି ପ୍ରାୟ ୭୦ ନିୟୁତ ଡଲାର, ଅର୍ଥାତ୍ ଅରିଜିତ ସିଂଙ୍କ ୫୭ କୋଟି ଟଙ୍କାର ମାଲିକ ।

arijit singh

ତେବେ ଅରିଜିତ ସିଂ କେବଳ ବଲିଉଡର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଗାୟକ ନୁହଁନ୍ତି, ବରଂ ସର୍ବାଧିକ ଟିକସଦାତା ମଧ୍ୟ । ମିଡିଆ ରିପୋର୍ଟ ଅନୁଯାୟୀ, ଅରିଜିତ ସିଂ ଫିଲ୍ମରେ ଏକ ଗୀତ ରେକର୍ଡିଂ ପାଇଁ ପ୍ରାୟ ୩୦ ଲକ୍ଷ ଟଙ୍କା ଡିମାଣ୍ତ କରନ୍ତି । ବହୁ ବର୍ଷ ଧରି ବଲିଉଡ ଇଣ୍ଡଷ୍ଟ୍ରିରେ ସଂଘର୍ଷ କରିବା ପରେ ଅରିଜିତ ସିଂ ଶେଷରେ ଲୋକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ଥାନ ବନାଇବାରେ ସଫଳ ହୋଇଛନ୍ତି ।

ସୂଚନା ଅନୁସାରେ, ଏକ ଘଣ୍ଟା ଲାଇଭ୍ କନ୍ସର୍ଟ ପାଇଁ ଅରିଜିତ ସିଂ ପ୍ରାୟ ୨ କୋଟି ଟଙ୍କା ଡିମାଣ୍ତ କରନ୍ତି । ଦେଶ ବିଦେଶରେ ପ୍ରାୟତଃ ଅରିଜିତ ସିଂଙ୍କ ଲାଇଭ୍ କନ୍ସର୍ଟ ଆୟୋଜିତ ହୋଇଥାଏ । ସେ ଅତି କମରେ ଗୋଟିଏ ମାସରେ ଦୁଇଟି ଲାଇଭ୍ ସୋ କରୁଥିବାର ସୂଚନା ରହିଛି । ଏହା ବ୍ୟତୀତ ସେ ସୋସିଆଲ ମିଡିଆ ଜରିଆରେ ମଧ୍ୟ ଲକ୍ଷ ଲକ୍ଷ ଆୟ କରନ୍ତି ।

ଅରିଜିତ ସିଂ ତାଙ୍କ ପରିବାର ସହିତ କୋଲକାତାରେ ରହୁଥିଲେ। ବର୍ତ୍ତମାନ ସେ ନିଜ ପରିବାର ସହିତ ନାଭି ମୁମ୍ବାଇର ଏକ ବିଳାସପୂର୍ଣ୍ଣ ବଙ୍ଗଳାକୁ ସ୍ଥାନାନ୍ତର କରିଛନ୍ତି। ଯାହାର ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା । ଗାୟକ ଅତି ସରଳ ଜୀବନଜାପନ କରନ୍ତି । ସେହିପରି
ଅରିଜିତ ସିଂଙ୍କର ବହୁ ଦାମୀ ଗାଡି ମଧ୍ୟ ରହିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଅରିଜିତ ସିଂଙ୍କ ପାଖରେ ରେଞ୍ଜ ରୋଭର, ହାମର ଏବଂ ମର୍ସିଡିଜ ବେଞ୍ଜ ଭଳି ବିଳାସପୂର୍ଣ୍ଣ ଯାନ ରହିଛି। ଅରିଜିତ ସିଂଙ୍କ ସମସ୍ତ ଗାଡିର ମୂଲ୍ୟ ପ୍ରାୟ ୧.୫ କୋଟି ଟଙ୍କା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+