୫୭ ବର୍ଷ ବୟସରେ ପୁଣି ପିତା ହେବେ ଅରବାଜ ଖାନ

Arbaaz Khan: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଭାଇ ଏବଂ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ପ୍ରଯୋଜକ ଅରବାଜ ଖାନଙ୍କ ୫୭ ବର୍ଷ ବୟସରେ ପୁଣି ପିତା ହେବା ପାଇଁ ଯାଉଛନ୍ତି । ଅରବାଜ ଖାନ ୨୦୨୩ ମସିହାରେ ଶୁରା ଖାନଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ବର୍ତ୍ତମାନ ଖବର ରହିଛି ଅରବାଜ ଖାନ ଖୁବ୍ ଶୀଘ୍ର ବାପା ହୋଇପାରନ୍ତି।

Arbaaz Khan

ନିକଟରେ ଅରବାଜ ଖାନଙ୍କୁ ଏକ ପ୍ରସବ କ୍ଲିନିକ ବାହାରେ ଶୁରାଙ୍କ ସହିତ ଦେଖିବାକୁ ମିଳିଥିଲା। ଏକ ପ୍ରସବ କ୍ଲିନିକ୍ ବାହାରୁ ଭିଡିଓ ଭାଇରାଲ ହେବା ପରେ ସୁରାଙ୍କ ପ୍ରେଗନେନ୍ସି ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅରବାଜ ଖାନଙ୍କର ପୂର୍ବତନ ପତ୍ନୀ ମଲାଇକା ଆରୋରାଙ୍କଠାରୁ ଏକ ୨୨ ବର୍ଷିୟ ପୁତ୍ର ସନ୍ତାନ ଅଛି ।

କୁହାଯାଉଛି ଶୁରା ଖାନ ତାଙ୍କ ଚେକଅପ୍ ପାଇଁ କ୍ଲିନିକ୍ ପହଞ୍ଚିଥିଲେ ଏହି ସମୟରେ ତାଙ୍କ ସହ ସ୍ୱାମୀ ଅରବାଜ ଖାନ ମଧ୍ୟ ଉପସ୍ଥିତ ଥିଲେ। ଅରବାଜ ଖାନ ଏବଂ ଶୁରା ଖାନଙ୍କ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖି ଅନେକ ଲୋକ ଅନୁମାନ କରୁଛନ୍ତି ଶୁରା ଖାନ ଗର୍ଭବତୀ ଅଛନ୍ତି । ହେଲେ ଉଭୟଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଜାରି କରାଯାଇ ନାହିଁ ।

ଅରବାଜ ଖାନ ଏବଂ ଶୁରା ଖାନ ଡିସେମ୍ବର ୨୦୨୩ ରେ ବିବାହ କରିଥିଲେ। ଏହି ବିବାହରେ ପୂରା ଖାନ ପରିବାର ଯୋଗ ଦେଇଥିଲେ। ଆପଣଙ୍କୁ କହି ରଖୁଛୁ ଯେ ଶୁରା ଖାନ ତାଙ୍କ ସ୍ୱାମୀ ଅରବାଜ ଖାନଙ୍କଠାରୁ ୨୦ ବର୍ଷ ସାନ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+