ବିବାହ ପରେ ଅରବାଜ ଖାନ ଏବଂ ପତ୍ନୀ ସୁରା ଖାନଙ୍କର ଏହି ଭିଡିଓ ହେଲା ଭାଇରାଲ
Arbaaz Khan Shura Khan: ବଲିଉଡ ଅଭିନେତା ସଲମାନ ଖାନଙ୍କ ଭାଇ ଅରବାଜ ଖାନ 24 ଡିସେମ୍ବରରେ ଦ୍ୱିତୀୟ ବିବାହ କରିଛନ୍ତି । ସେ ଭଉଣୀ ଅର୍ପିତା ଖାନଙ୍କ ଘରେ ମେକଅପ୍ ଆର୍ଟିଷ୍ଟ ସୁରା ଖାନଙ୍କ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେହିପରି ବର୍ତ୍ତମାନ ଅଭିନେତା ଦ୍ୱିତୀୟ ପତ୍ନୀ ସୁରାଙ୍କ ସହ କାରରେ ମୁହଁ ଲୁଚାଇ ଯାଉଥିବାର ନଜର ଆସୁଛନ୍ତି । ଯାହା ଏବେ ସବୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରାୟତଃ ଦେଖିବା ପାଇଁ ମିଳୁଛି ।
ନିଜ ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିବା ପରେ ବେଶ୍ ଖୁସ ଅଛନ୍ତି ଅରବାଜ ଖାନ । ସୋସିଆଲ ମିଡିଆରେ ଲୋକେ ସେମାନଙ୍କ ବିବାହ ପାଇଁ ଅଭିନନ୍ଦନ ଜଣାଉଛନ୍ତି । ଏବେ ବିବାହ ପରେ ପ୍ରଥମ ଥର ପାଇଁ ଅଭିନେତା ତାଙ୍କ ନୂଆ ପତ୍ନୀ ସୁରା ଖାନଙ୍କ ସହ ଏକ କାରରେ ଯାଉଥିବାର ନଜର ଆସିଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଦୁହେଁ ପାପାରାଜି ଦେଖିବା ମାତ୍ରେ ମୁହଁ ଲୁଚାଇବା ଆରମ୍ଭ କରିଥିଲେ ।
ଅରବାଜ ଖାନଙ୍କ ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ସେ ନିଜେ କାର ଚଳାଉଛନ୍ତି ଏବଂ ତାଙ୍କ ପତ୍ନୀ ସୁରା ମଧ୍ୟ କାଜୁଆଲ୍ ଡ୍ରେସରେ ତାଙ୍କ ସହ ଗାଡ଼ିରେ ନଜର ଆସୁଛନ୍ତି । ହେଲେ ଦୁହେଁ ପାପାରାଜୀକୁ ଦେଖିବା ମାତ୍ରେ ମୁହଁ ଲୁଚାଇବା ସହ ସଙ୍ଗେ ସଙ୍ଗେ କାରର ବେଗ ବଢାଇ ଦେଇଥିଲେ । ଏହି ଦମ୍ପତିଙ୍କର ଭିଡିଓଟି ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ସେମାନଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ।

ଅରବାଜ ଏବଂ ସୁରାଙ୍କ ଭିଡିଓକୁ ପ୍ରଶଂସକମାନେ ସମାଲୋଚନା କରୁଥିବାର ଦେଖିବା ପାଇଁ ମିଳୁଛି । ଜଣେ ଲେଖିଛନ୍ତି, 'ସେ ଅର୍ଥାତ୍ ସୁରା ଅରବାଜଙ୍କ ଝିଅ ପରି ଦେଖାଯାଉଛନ୍ତି ଆଉ ଜଣେ ସୋସିଆଲ ମିଡିଆ ୟୁଜର୍ ଲେଖିଛନ୍ତି, ଦୁହେଁ ଏବେ ବିବାହିତ ହେଲେ ମୁହଁ କାହିଁ ଲୁଚାଉଛନ୍ତି । ସେହିପରି ଜଣେ ବ୍ୟକ୍ତି ପ୍ରଶ୍ନ କରିଛନ୍ତି ତୁମେ ଏପରି କ'ଣ କରିଛ ଯେ ମୁହଁ ଲୁଚାଇବାକୁ ପଡୁଛି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଡିସେମ୍ବର 24ରେ ଅରବାଜ ଖାନ ମେକଅପ୍ ଆର୍ଟିଷ୍ଟ ସୁରା ଖାନଙ୍କ ସହ ଏକ ବିବାହ କରିଥିଲେ। ଯେଉଁଥିରେ ସେମାନଙ୍କର ପରିବାର ସଦସ୍ୟ ଏବଂ ବିଶେଷ ବନ୍ଧୁମାନେ ଯୋଗ ଦେଇଥିଲେ । ସୁରାଙ୍କ ପୂର୍ବରୁ ଅରବାଜ ଜର୍ଜିଆ ଆଣ୍ଡ୍ରିଆନିଙ୍କୁ ଡେଟ କରୁଥିଲେ। ଉଭୟ ପ୍ରାୟ ଚାରି ବର୍ଷ ପର୍ଯ୍ୟନ୍ତ ସମ୍ପର୍କ ରଖିଥିଲେ। ଅବଶ୍ୟ, ଗତ ବର୍ଷ 2022 ମସିହାରେ ଉଭୟଙ୍କର ବ୍ରେକଅପ୍ ହୋଇଯାଇଥିଲା, ଯାହା ବିଷୟରେ ଜର୍ଜିଆ ନିଜେ ସୂଚନା ଦେଇଥିଲେ ।












Click it and Unblock the Notifications